ରେଢାଖୋଲ- (କନ୍ଦର୍ପ ବେହେରା): ରେଢ଼ାଖୋଲ ଭୀମ ଭୋଇ ମହାବିଦ୍ୟାଳୟର ଜୀବ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପିକା ସୁପ୍ରିୟା କୁମାରୀ ମଲ୍ଲିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପର୍ବ ପାଳନ ହୋଇ ଯାଇଛି। ଏହି ଅବସରରେ କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୃଷ୍ଣ ପାଢୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ରେ କଲେଜ ର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଯୋଗଦେଇଥିଲେ। ୧୯୮୯ ମସିହାରେ କେନ୍ଦ୍ରାପଡାର ଡେରାବିଶ ମହାବିଦ୍ୟାଳୟରେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବାବେଳେ ୨୦୦୦ ମସିହାରୁ ଭୀମ ଭୋଇ ମହାବିଦ୍ୟାଳୟରେ ଜୀବ ବିଜ୍ଞାନ ବିଭାଗର ଅଧ୍ୟାପିକା ଭାବରେ ଯୋଗଦାନ କରି ଦୀର୍ଘ ୩୬ ବର୍ଷ ଧରି କାର୍ଯ୍ୟରତ ଥିଲେ।
ଆଜିର ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ତାଙ୍କୁ ଉପଢୌକନ ଏବଂ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସେ ଜଣେ ଛାତ୍ର ବତ୍ସଳା, ସରଳ, ମେଳାପୀ, ମିଷ୍ଟଭାଷୀ ଏବଂ ନିଷ୍ଠାପର ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ପ୍ରଧ୍ୟାପକ ଅରୁଣ କୁମାର ଶାସନୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପିକା ମମତା ମହାପାତ୍ର, ଅଧ୍ୟାପକ ସୁଶାନ୍ତ ନନ୍ଦ, ଅଞ୍ଜନ କୁମାର ମିଶ୍ର, ଡ଼ ବିରଞ୍ଚି ଖଡିଆ, ରାମଚନ୍ଦ୍ର ଭୋଇ, କିଶୋର ଠାକୁର, ସମିତା ମଲ୍ଲିକ ଓ ଡ଼ ଭୋଜରାଜ ପ୍ରମୁଖ ପ୍ରାଧ୍ୟାପିକା ମଲ୍ଲିକଙ୍କର ବୃତ୍ତିଗତ ଜୀବନର ସ୍ମୃତି ଚାରଣ କରିବା ସହ ତାଙ୍କର ମଙ୍ଗଳମୟ ଅବସର ଜୀବନ କାମନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଉମାକାନ୍ତ ସ୍ବାଇଁ , ବଳରାମ ଧଳ, ନିହାର ରଞ୍ଜନ ରାଉଳ, ମୋତିଲାଲ ପ୍ରଧାନ ଓ ସୁକାନ୍ତ ପ୍ରଧାନ ପ୍ରମୁଖ କର୍ମଚାରୀଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ/ ଅଧ୍ୟାପିକା ଏବଂ କର୍ମଚାରୀ ଯୋଗଦେଇଥିଲେ। ଶେଷରେ ଡ଼ . ଦିବ୍ୟଲୋଚନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।


