Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଭୀମ ଭୋଇ ମହାବିଦ୍ୟାଳୟର ପ୍ରାଧ୍ୟାପିକାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଆଞ୍ଚଳିକ

ଭୀମ ଭୋଇ ମହାବିଦ୍ୟାଳୟର ପ୍ରାଧ୍ୟାପିକାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

October 30, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅବସରକାଳୀନ ସମ୍ବର୍ଦ୍ଧନା
ଭୀମ ଭୋଇ ମହାବିଦ୍ୟାଳୟର ପ୍ରାଧ୍ୟାପିକାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ରେଢାଖୋଲ- (କନ୍ଦର୍ପ ବେହେରା): ରେଢ଼ାଖୋଲ ଭୀମ ଭୋଇ ମହାବିଦ୍ୟାଳୟର ଜୀବ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପିକା ସୁପ୍ରିୟା କୁମାରୀ ମଲ୍ଲିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପର୍ବ ପାଳନ ହୋଇ ଯାଇଛି। ଏହି ଅବସରରେ କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୃଷ୍ଣ ପାଢୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ରେ କଲେଜ ର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଯୋଗଦେଇଥିଲେ। ୧୯୮୯ ମସିହାରେ କେନ୍ଦ୍ରାପଡାର ଡେରାବିଶ ମହାବିଦ୍ୟାଳୟରେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବାବେଳେ ୨୦୦୦ ମସିହାରୁ ଭୀମ ଭୋଇ ମହାବିଦ୍ୟାଳୟରେ ଜୀବ ବିଜ୍ଞାନ ବିଭାଗର ଅଧ୍ୟାପିକା ଭାବରେ ଯୋଗଦାନ କରି ଦୀର୍ଘ ୩୬ ବର୍ଷ ଧରି କାର୍ଯ୍ୟରତ ଥିଲେ।

ଆଜିର ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ତାଙ୍କୁ ଉପଢୌକନ ଏବଂ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସେ ଜଣେ ଛାତ୍ର ବତ୍ସଳା, ସରଳ, ମେଳାପୀ, ମିଷ୍ଟଭାଷୀ ଏବଂ ନିଷ୍ଠାପର ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ପ୍ରଧ୍ୟାପକ ଅରୁଣ କୁମାର ଶାସନୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପିକା ମମତା ମହାପାତ୍ର, ଅଧ୍ୟାପକ ସୁଶାନ୍ତ ନନ୍ଦ, ଅଞ୍ଜନ କୁମାର ମିଶ୍ର, ଡ଼ ବିରଞ୍ଚି ଖଡିଆ, ରାମଚନ୍ଦ୍ର ଭୋଇ, କିଶୋର ଠାକୁର, ସମିତା ମଲ୍ଲିକ ଓ ଡ଼ ଭୋଜରାଜ ପ୍ରମୁଖ ପ୍ରାଧ୍ୟାପିକା ମଲ୍ଲିକଙ୍କର ବୃତ୍ତିଗତ ଜୀବନର ସ୍ମୃତି ଚାରଣ କରିବା ସହ ତାଙ୍କର ମଙ୍ଗଳମୟ ଅବସର ଜୀବନ କାମନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଉମାକାନ୍ତ ସ୍ବାଇଁ , ବଳରାମ ଧଳ, ନିହାର ରଞ୍ଜନ ରାଉଳ, ମୋତିଲାଲ ପ୍ରଧାନ ଓ ସୁକାନ୍ତ ପ୍ରଧାନ ପ୍ରମୁଖ କର୍ମଚାରୀଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ/ ଅଧ୍ୟାପିକା ଏବଂ କର୍ମଚାରୀ ଯୋଗଦେଇଥିଲେ। ଶେଷରେ ଡ଼ . ଦିବ୍ୟଲୋଚନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ଅବସରକାଳୀନ ସମ୍ବର୍ଦ୍ଧନା ଭୀମ ଭୋଇ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

July 6, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.