Modi in Bhutan: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦିଲ୍ଲୀରେ ଘଟିଥିବା ଭୟଙ୍କର ଘଟଣା ପଛରେ ଥିବା ଷଡ଼ଯନ୍ତ୍ରକାରୀମାନଙ୍କୁ କେବେ ବି ଛଡ଼ାଯିବ ନାହିଁ। ପିଡିତମାନଙ୍କୁ ନିଶ୍ଚିତ ନ୍ୟାୟ ପ୍ରଦାନ କରାଯିବ। ଭୁଟାନର ଥିମ୍ପୁରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମୋଦୀ କହିଛନ୍ତି ଯେ, ଗତକାଲି ସାରା ରାତି ଏହି ଘଟଣାର ତଦନ୍ତ କରୁଥିବା ସମ୍ପୃକ୍ତ ଏଜେନ୍ସିଗୁଡ଼ିକ ସହିତ ଯୋଗାଯୋଗରେ ଥିଲେ। ସେ ଆଶ୍ୱାସନା ଦେଇଥିଲେ ଯେ ଏଜେନ୍ସିଗୁଡ଼ିକ ଏହି ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ଯିବେ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ସେ ବହୁତ ଦୁଃଖ ହୃଦୟରେ ଭୁଟାନ ଆସିଛନ୍ତି। ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ଘଟିଥିବା ଘଟଣା ସମସ୍ତଙ୍କୁ ଗଭୀର ଭାବରେ ବିଚଳିତ କରିଛି। ଶ୍ରୀ ମୋଦୀ କହିଛନ୍ତି ଯେ, ସେ ପ୍ରଭାବିତ ପରିବାରର ଯନ୍ତ୍ରଣା ବୁଝନ୍ତି ଏବଂ ସମଗ୍ର ଦେଶ ସେମାନଙ୍କ ସହିତ ଠିଆ ହୋଇଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଦିନ ଭୁଟାନ ପାଇଁ, ଭୁଟାନର ରାଜପରିବାର ପାଇଁ ଏବଂ ବିଶ୍ୱ ଶାନ୍ତିରେ ବିଶ୍ୱାସ କରୁଥିବା ସମସ୍ତ ଲୋକଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ଯେ, ଶତାବ୍ଦୀ ଧରି ଭାରତ ଏବଂ ଭୁଟାନ ମଧ୍ୟରେ ସମ୍ପର୍କ ବହୁତ ଗଭୀର, ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ସାଂସ୍କୃତିକ ରହିଛି। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଅଂଶଗ୍ରହଣ କରିବା ଭାରତର ଏବଂ ତାଙ୍କ ପାଇଁ ମଧ୍ୟ ଏକ ପ୍ରତିବଦ୍ଧତା ଥିଲା।
PM Modi Arrives in Bhutan for Two-Day State Visit (Click Here To Read)


