ନୂଆଦିଲ୍ଲୀ: ୨୦୨୫ ବିହାର ନିର୍ବାଚନର ଭୋଟ ଗଣତି ଜାରି ରହିଛି। ସକାଳ ୧୦:୩୦ ସୁଦ୍ଧା ସମସ୍ତ ୨୪୩ ଟି ଆସନର ଟ୍ରେଣ୍ଡସ ସାମ୍ନାକୁ ଆସିଛି। ଏଥିରେ NDA ୧୭୫ ଟି ଆସନରେ ଏବଂ ମହାଗଠବନ୍ଧନ ୬୩ ଟି ଆସନରେ ଆଗୁଆ ଅଛନ୍ତି। ଅନ୍ୟ ଦଳର ପ୍ରାର୍ଥୀମାନେ ୫ ଟି ଆସନରେ ଆଗୁଆ ଅଛନ୍ତି।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଗଣତିରେ ସବୁଠୁ ବଡ ଦଳ ଭାବେ ଜେଡ଼ିୟୁ ୭୭ ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୭୫ ଟି ଆସନରେ ଆଗରେ ଅଛି। ସେହିଭଳି ଆରଜେଡ଼ି ୪୪ ଟି ଆସନରେ ଆଗରେ ଅଛି।


