କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କୁ ଗିରଫ କରାଯାଇଛି। ପିଡିପି ନେତା ମୁଫତିଙ୍କୁ ଗିରଫ କରିବା ପରେ ଶ୍ରୀନଗର ସରକାରୀ ଗେଷ୍ଟ ହାଉସ୍ରେ ରଖାଯାଇଛି। ମେହେବୁବା ମୁଫତି ସରକାରଙ୍କ ଏହି ନିଷ୍ପତ୍ତି ଦୃଢ ବିରୋଧ କରିବା ସହିତ ଏହାକୁ ଭାରତୀୟ ଇତିହାସର କଳାଦିବସ ବୋଲି କହିଛନ୍ତି। ଗତକାଲି ମଧ୍ୟରାତ୍ରରୁ ଦୁଇ ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍ତିଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇଥିଲା। ଜମ୍ମୁ କାଶ୍ମୀରରେ ଧାରା ୧୪୪ ଲାଗୁ କରାଯିବା ସହିତ ସମସ୍ତ ବରିଷ୍ଠ ନେତା ମାନଙ୍କୁ ଗୃହବନ୍ଦୀ ଅବସ୍ଥାରେ ରଖାଯାଇଛି। ସର୍ବସାଧାରଣରେ କୌଣସି ବୈଠକ ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର। ମେହେବୁବା ମୁଫ୍ତିଙ୍କ ସହ ସଜ୍ଜାଦ ଲୋନ୍ ଓ ଓମାର୍ ଅବଦୁଲ୍ଲାଙ୍କୁ ମଧ୍ୟ ନ୍ୟାୟିକ ହେପାଜତରେ ନିଆଯାଇଛି।
Tags: