ଭୁବନେଶ୍ଵର: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀର ବୁରୋମୁଣ୍ଡାଠାରେ ଅନୁଷ୍ଠିତ ତୃତୀୟ ସର୍ବ ଭାରତୀୟ କ୍ରିକେଟ ଚାମ୍ପିୟନସିପ୍ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏଥିସହ ଆଗାମୀ ବର୍ଷ ପାଇଁ ପଡ଼ିଆର ଉନ୍ନତି ସହ ଖେଳାଳିମାନଙ୍କ ରହିବା ସୁବିଧା ନେଇ ମତବ୍ୟକ୍ତ କରିଥିଲେ। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କେନ୍ଦ୍ରାପଡ଼ା ଟିମକୁ ଚମ୍ପିଆନ ଟ୍ରଫି ସହ ୨ଲକ୍ଷ ଟଙ୍କା ଓ ତାଳଚେର ଟିମକୁ ରନର୍ସଅପ୍ ଟ୍ରଫି ସହ ୧ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଏହି ଚମ୍ପିଆନସିପ୍ରେ ସର୍ବ ଭାରତୀୟ ସ୍ତରର ୧୬ଟି ଟିମ୍ ଅଂଶଗ୍ରହଣ କରିଥିଲେ।


