ରାଜ୍ୟସଭାରେ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ୍ ଉପସ୍ଥାପନା କରିବା ସମୟରେ ଗୃହମନ୍ତ୍ରୀ ଅମିତ୍ ଶାହା ବିବୃତି ପ୍ରଦାନ କରିଛନ୍ତି। ସେ ଏହି ବିବୃତ୍ତିରେ କହିଛନ୍ତି ଯେ, ଜମ୍ମୁ କାଶ୍ମୀରରେ ରକ୍ତପାତ ଯୁଗର ଅନ୍ତ ହୋଇଛି। ଧାରା ୩୭୦ ଆତଙ୍କବାଦର ଜଡ। ରାଜ୍ୟରେ ଗରିବୀ ପାଇଁ ମଧ୍ୟ ଏହି ଧାରା ଦାୟୀ। ଏହା ଯୁବ ବର୍ଗଙ୍କୁ ପଥଭ୍ରଷ୍ଟ କରିବା ସହିତ ବିକାଶରେ ବାଧକ ସାଜିଛି। ଭ୍ରଷ୍ଟାଚାର ହୋଇଛି। ଦଳିତ ଓ ଆଦିବାସୀଙ୍କ ଉନ୍ନତି କରିବାରେ ମଧ୍ୟ ବାଧକ ସାଜିଛି ଧାରା ୩୭୦। ଏଥିପାଇଁ ଜମ୍ମୁକାଶ୍ମୀରେ ମଧ୍ୟ ଉଦ୍ୟୋଗ ଶିଳ୍ପର ବିକାଶ ହୋଇନାହିଁ। ଏବେ ସମୟ ଆସିଛି ଭୋଟ୍ ବ୍ୟାଙ୍କ ରାଜନୀତିରୁ ଉର୍ଦ୍ଧ୍ବକୁ ଯିବା। ସେହିପରି ଉଚିତ୍ ସମୟ ଆସିଲେ ଜମ୍ମୁକାଶ୍ମୀରକୁ ରାଜ୍ୟ ମାନ୍ୟତା ଦିଆଯିବ।
Tags: