Tejas Fighter Jet Crashes: ଆଜି ଅପରାହ୍ନରେ ଦୁବାଇ ଏୟାର ଶୋ’ରେ ଉଡ଼ାଣ ପ୍ରଦର୍ଶନ ସମୟରେ ଭାରତର ତେଜସ୍ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ସୋ ଲୋକେ ଦେଖୁଥିବା ବେଳେ ଅଲ୍ ମକତୁମ୍ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଘନ କଳା ଧୂଆଁର ଏକ ଗୁଣ୍ଡ ଖେଳିଗଲା। ଦୁର୍ଘଟଣାରେ ପାଇଲଟ୍ଙ୍କ ମୃତ୍ୟୁ ଘଟିଥିବା ଭାରତୀୟ ବାୟୁସେନା (IAF) ନିଶ୍ଚିତ କରିଛି।
ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଦ୍ୱାରା ବିକଶିତ ଏକ ସିଟ୍ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ (LCA) ବିମାନଟି ସ୍ଥାନୀୟ ସମୟ ପ୍ରାୟ ଅପରାହ୍ନ 2:10 ରେ ଖସି ପଡ଼ିଥିଲା। ସୂତ୍ର ଅନୁସାରେ, ପାଇଲଟ୍ ଏକ ନକାରାତ୍ମକ G-ଫୋର୍ସ ମୋଡ଼ରୁ ସ୍ବାଭାବିକ ପରିସ୍ଥିତିକୁ ଆସିପାରିଲେ ନାହିଁ। ନକାରାତ୍ମକ G-ଫୋର୍ସ ହେଉଛି ଗୁରୁତ୍ୱାକର୍ଷଣର ବିପରୀତ ଦିଗରେ ଅନୁଭୂତ ଶକ୍ତି। ଏହା ଏକ ଦୁଃସାହାସିକ ବିମାନ ଉଡାଣ ପ୍ରଦର୍ଶନ। ତେବେ ସବିଶେଷ ବିବରଣୀ ଏ ପର୍ଯ୍ୟନ୍ତ ଆସିପାରି ନାହିଁ।


