Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»President’s Address in Assembly: ଆଚରଣ ଠିକ୍ ରଖିବାକୁ ବିଧାୟକଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି
ଜାତୀୟ ଖବର

President’s Address in Assembly: ଆଚରଣ ଠିକ୍ ରଖିବାକୁ ବିଧାୟକଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି

November 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
President’s Address in Assembly
President’s Address in Assembly: ଆଚରଣ ଠିକ୍ ରଖିବାକୁ ବିଧାୟକଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି

President’s Address in Assembly: ବିଧାୟକମାନେ ହେଉଛନ୍ତି ଲୋକମାନଙ୍କର ଆଦର୍ଶ। ସେମାନେ କଣ କରନ୍ତି କିପରି କହନ୍ତି ତାହାକୁ ଅନ୍ୟମାନେ ଅନୁକରଣ କରନ୍ତି। ସେଥିପାଇଁ ବିଧାୟକମାନେ ସେମାନଙ୍କର ଆଚରଣ ଓ ଉଚ୍ଚାରଣ ଠିକ ରଖିବା ଉଚିତ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଓଡିଶା ବିଧାନସଭାରେ ଉଦବୋଧନ ଦେଇ ସେ ବିଧାୟକଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି।

ଆଜି ଓଡିଶା ବିଧାନସଭା ପାଇଁ ଥିଲା ଏକ ଐତିହାସିକ ମୂହୁର୍ତ୍ତ। କାରଣ ଆଜି ପ୍ରଥମ ଥର ପାଇଁ ଜଣେ ରାଷ୍ଟ୍ରପତି ବିଧାନସଭାରେ ତାଙ୍କର ଅଭିଭାଷଣ ରଖିଛନ୍ତି। ଏହି ଭାଷଣରେ ରାଷ୍ଟ୍ରପତି ସେ ବିଧାୟକ ଥିବା ବେଳର ଘଟଣାକୁ ମନେ ପକାଇଛନ୍ତି। ସେ କହିଛନ୍ତି ଯେ, ଆଜି ସେ ଯେଉଁ ସୋପାନରେ ପହଞ୍ଚିଛନ୍ତି ତାହା ଏହି ପବିତ୍ର ଗୃହ ଯୋଗୁଁ ସମ୍ଭବ ହୋଇପାରିଛି। ଏହି ଗୃହ ମୋତେ ବହୁତ କିଛି ଶିକ୍ଷା ଦେଇଛି ବୋଲି ରାଷ୍ଟ୍ରପତି କହିଛନ୍ତି।

ସେ କହିଥିଲେ ଯେ, ମୁଁ ରାଷ୍ଟ୍ରପତି ଭାବେ ବହୁ ରାଜ୍ୟ ବିଧାନସଭାରେ ଅଭିଭାଷଣ ରଖିଛି। କେତେକ ବିଦେଶ ରାଷ୍ଟ୍ରରେ ମଧ୍ୟ ତାଙ୍କର ଜାତୀୟ ସଂସଦରେ ଅଭିଭାଷଣ ରଖିଛି। ହେଲେ ଆଜି ଓଡିଶା ବିଧାନସଭାରେ ଅଭିଭାଷଣ ରଖିବା ମୋ ପାଇଁ ବିଶେଷ ଖୁସି ରଖିଛି। ରାଜନୀତିରେ କିପରି ବ୍ୟବହାର କରିବା କିପରି କଥା କହିବା ତାହା ଏହି ଗୃହରୁ ମୁଁ ଶିଖିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଏହା ମୋର ନିଅଁ ବୋଲି ରାଷ୍ଟ୍ରପତି କହିଛନ୍ତି। ନିଅଁ ସୁଦୃଢ ଥିବାରୁ ମୁଁ ଆଜି ଉଚ୍ଚ ସୋପାନରେ ପହଞ୍ଚି ପାରିଛି ବୋଲି ରାଷ୍ଟ୍ରପତି କହିଛନ୍ତି।

ସେ କହିଛନ୍ତି ଯେ, ଏହି ଗୃହରେ ମୁଁ ବିଧାୟକ ଭାବେ ପ୍ରଶ୍ନ ପଚାରିଛି ଏବଂ ମନ୍ତ୍ରୀ ଭାବେ ମଧ୍ୟ ବିଧାୟକଙ୍କ ଉତ୍ତର ରଖିଛି।ଏହି ଗୃହରେ ଥିବା ସମସ୍ତ ବିଧାୟକଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଚିହ୍ନିଛି। ହେଲେ ମୁଁ  ଯେତେବେଳେ ବିଧାୟକ ଥିଲି ସେତେବେଳେ ଏହି ଗୃହରେ ଥିବା ଅନେକ ମଧ୍ୟ ବିଧାୟକ ଥିଲେ ବୋଲି ରାଷ୍ଟ୍ରପତି କହିଥିଲେ। ସେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ମୋହନ ମାଝୀ ପ୍ରମୁଖଙ୍କ ନାମ ଉଚ୍ଚାରଣ କରିଥିଲେ। ସେ କହିଥିଲେ ଯେ, ମୋହନ ମାଝୀ ଆଉ ମୁଁ 2000 ମସିହାରେ ଏହି ଗୃହକୁ ନିର୍ବାଚିତ ହୋଇ ଆସିଥିଲୁ। ମୁଁ ସେତେବେଳେ ଏହି ଗୃହରେ ବେଶ ଖୁସି ପ୍ରକଟ କରିଥିଲି ବୋଲି ରାଷ୍ଟ୍ରପତି କହିଥିଲେ।

ଓଡିଶା ବିଧାନସଭାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ନେଇ ସେ ବେଶ ଖୁସି ପ୍ରକଟ କରିଛନ୍ତି। ସେ କହିଥିଲେ ଯେ, ଏହି ଗୃହକୁ ମହିଳାମାନେ ଆସିବାର ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି। ଆଜି ଏହି ଗୃହର ବାଚସ୍ପତି ଜଣେ ମହିଳା ତାହା ଖୁସିର କଥା। ସେହିପରି ସେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ କଥାକୁ ମଧ୍ୟ ମନେ ପକାଇଥିଲେ। ମହିଳାମାନେ ବହୁ ସଂଖ୍ୟାରେ ନେତୃତ୍ବ ନେବାକୁ ଆସିବା ଦରକାର ବୋଲି ରାଷ୍ଟ୍ରପତି କହିଥିଲେ।

ମହିଳାଙ୍କ ସଂପର୍କରେ କହି ରାଷ୍ଟ୍ରପତି ଓଡିଶାରେ ଲାଗୁ ହୋଇଥିବା ସୁଭଦ୍ରା ଯୋଜନା ନେଇ ମଧ୍ୟ ସେ ତାଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କୁ ବେଶ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଆଜି ସୁଭଦ୍ରା ଯୋଜନା ମହିଳାମାନଙ୍କୁ ସ୍ବାବଲମ୍ବି କରିବାରେ ବେଶ ସାହାର୍ଯ୍ୟ କରିପାରିଛି। ସେହିପରି ଚାଷୀମାନଙ୍କ ପାଇଁ ଧାନ ମୂଲ୍ୟରେ ସବସିଡ୍ ପ୍ରଦାନ କରିବା ପ୍ରସଂଗକୁ ମଧ୍ୟ ରାଷ୍ଟ୍ରପତି ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଆଜି ମୋତେ ଘରକୁ ବାହୁଡି ଆସିବା ପରି ମନେ ହେଉଛି।

President’s Address in Assembly ବିଧାନସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

ସାଇବର ଠକଙ୍କ ପାଇଁ ଆସିଗଲା CBI ABHAY, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ 

May 16, 2026

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026
Latest News

ସାଇବର ଠକଙ୍କ ପାଇଁ ଆସିଗଲା CBI ABHAY, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ 

May 16, 2026

ଆଜି ୧୬ ତାରିଖ ଶନିବାରରେ ଏହି ତିନୋଟି ରାଶିର ବ୍ୟକ୍ତି ହେବେ ମାଲେମାଲ

May 16, 2026

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.