Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମାନବୀୟ ସମ୍ବେଦନା ଓ ରାଜନୈତିକ ଶିଷ୍ଟାଚାରର ମୂର୍ତ୍ତିମନ୍ତ ପ୍ରତୀକ; ସୁଷମା ସ୍ଵରାଜ
ବିଶେଷ ଖବର

ମାନବୀୟ ସମ୍ବେଦନା ଓ ରାଜନୈତିକ ଶିଷ୍ଟାଚାରର ମୂର୍ତ୍ତିମନ୍ତ ପ୍ରତୀକ; ସୁଷମା ସ୍ଵରାଜ

August 7, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟିର ପ୍ରଭାବଶାଳୀ ନେତା ସୁଷମା ସ୍ବରାଜଙ୍କର ପରଲୋକ ଘଟିଛି।ବିଜେପିରେ ଅଟଳ-ଆଡଭାନୀ ଯୁଗର ଉତ୍ତର ଦାୟାଦ ଭାବରେ ସେ ଦୀର୍ଘ ବର୍ଷ ଧରି ଦେଶର ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଥିଲେ। ଅତି ଅଳ୍ପ ବୟସରୁ ନିର୍ବାଚନ ରାଜନୀତିରେ ପାଦ ଥାପିଥିବା ସୁଷମା ସ୍ଵରାଜ ମାତ୍ର ୨୫ ବର୍ଷ ବୟସରେ ହରିଆନା ବିଧାନସଭାକୁ ନିର୍ବାଚିତ ହେବା ସହିତ ୨୭ ବର୍ଷ ବୟସରେ ହରିଆନା ମନ୍ତ୍ରୀମଣ୍ଡଳରେ ଯୋଗ ଦେଇଥିଲେ। ଲୋକଦଳ ନେତା ଚୌଧୁରୀ ଦେବିଲାଲଙ୍କ ମନ୍ତ୍ରୀମଣ୍ଡଳରେ ସେ ଥିଲେ କନିଷ୍ଠତମ କ୍ୟାବିନେଟ ମନ୍ତ୍ରୀ। ୧୯୯୦ ପରଠୁ ଜାତୀୟ ରାଜନୀତିରେ ତାଙ୍କର ପ୍ରଭାବ ଓ ପ୍ରତିଷ୍ଠା ବଢି ଚାଲିଥିଲା। ୧୯୯୨ ବାବ୍ରୀ ମସଜିଦ ଭାଙ୍ଗିବା ଘଟଣା ପରଠାରୁ ବିଜେପିର ଯେଉଁ ଉତ୍ଥାନ ପର୍ବ ଆରମ୍ଭ ହୋଇଥିଲା ସେଥିରେ ସୁଷମାଙ୍କର ବିଶେଷ ଯୋଗଦାନ ରହିଥିଲା। ଅଟଳ-ଆଡଭାନୀ ଓ ଯୋଷୀଙ୍କ ପରେ ଯେଉଁ ତରୁଣ ବିଜେପି ନେତାମାନେ ସବୁଠୁ ଆଗରେ ରହିଥିଲେ, ସେମାନଙ୍କ ମଧ୍ୟରେ ସୁଷମା ଥିଲେ ଅନ୍ୟତମ। ପ୍ରମୋଦ ମହାଜନ, ଅରୁଣ ଜେଟଲି, ରାଜନାଥ ସିଂ, ଭେଙ୍କୟା ନାଇଡୁଙ୍କ ସମସାମୟିକ ସୁଷମା ସେତେବେଳେ ନିଜର ଅଗ୍ନୀବର୍ଷୀ ଭାଷଣ ଲାଗି ବେଶ ପ୍ରସିଦ୍ଧ ଥିଲେ।

ବିଜେପିର ସେ ବୋଧହୁଏ ଏକମାତ୍ର ନେତା ଥିଲେ ଯିଏ ଉଭୟ ଉତ୍ତର ଓ ଦକ୍ଷିଣ ଭାରତରୁ ନିର୍ବାଚନ ଲଢିଥିଲେ। କର୍ଣ୍ଣାଟକ, ଦିଲ୍ଲୀ, ହରିଆନା ଓ ମଧ୍ୟ ପ୍ରଦେଶରୁ ସେ ନିର୍ବାଚନ ଲଢିଛନ୍ତି। ହରିଆନାରୁ ମନ୍ତ୍ରୀ ଭାବରେ ରାଜନୈତିକ ସଫଳତାର ସ୍ଵାଦ ଚାଖିଥିବା ସୁଷମା ୧୯୯୬ରେ ମାତ୍ର ୧୩ ଦିନ ପାଇଁ ଗଠିତ ଅଟଳ ବିହାରୀ ବାଜପାୟୀ ମନ୍ତ୍ରୀମଣ୍ଡଳରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୧୯୯୮ ରେ ପୁଣିଥରେ ବାଜପାୟୀ ମନ୍ତ୍ରୀମଣ୍ଡଳରେ ସେ ସୂଚନା ଓ ପ୍ରସାରଣ, ଟେଲି ଯୋଗାଯୋଗ ଓ  ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ରହିଥିଲେ। ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ସେ ଅକ୍ଟୋବର ୧୯୯୮ ରେ ଅଳ୍ପ ସମୟ ଲାଗି ଦାୟିତ୍ଵ ନିର୍ବାହ କରିଥିଲେ। ୨୦୦୯ ରୁ ୨୦୧୪, ବିଜେପି ଯେତେବେଳେ କ୍ଷମତାକୁ ଫେରିବା ଲାଗି ସଂଘର୍ଷ କରୁଥିଲା, ସେହି ସମୟରେ ସୁଷମା ବିରୋଧୀ ଦଳ ନେତା ଭାବରେ କାମ କରିଛନ୍ତି। ୟୁପିଏ ସରକାରକୁ ସଫଳତାର ସହିତ ଘେରିବାରେ ତାଙ୍କର ବିଚକ୍ଷଣ ରାଜନୈତିକ ଅନୁଭବ ପରବର୍ତ୍ତୀ ସମୟରେ ବିଜେପିକୁ କ୍ଷମତାସୀନ ହେବାରେ ସହାୟକ ରହିଥିଲା।

୨୦୧୪ରେ ନରେନ୍ଦ୍ର ମୋଦୀ ସରକାରେ ସେ ବୈଦେଶିକ ବ୍ୟାପାର ବିଭାଗର ମନ୍ତ୍ରୀ ଭାବରେ ପୂରା ପାଞ୍ଚ ବର୍ଷ କାମ କରିଥିଲେ। ଏହି ସମୟରେ ଜଣେ ଅତ୍ୟନ୍ତ ଉଦାରଚେତା, ସଂବେଦନଶୀଳ ଓ ସ୍ନେହୀ ମନ୍ତ୍ରୀ ଭାବରେ ତାଙ୍କର ଲୋକପ୍ରିୟତା ବଢି ଯାଇଥିଲା। ଟୁଇଟର ମାଧ୍ୟମରେ ବହୁ ଭାରତୀୟଙ୍କର ଜରୁରୀ ସମସ୍ୟାର ସମାଧାନ କରିବାରେ ସେ ଏକ ନୂଆ ରେକର୍ଡ ତିଆରି କରିଥିଲେ। ପାକିସ୍ତାନରେ ନିଖୋଜ ହୋଇଯାଇଥିବା ଭାରତୀୟ ଭିନ୍ନକ୍ଷମ ବାଳିକା ଗୀତାକୁ ଫେରାଇ ଆଣିବା ଓ ତାକୁ ନିଜ ଭଳି ଦାୟିତ୍ଵ ନେଇ  ତା ପରିବାର ପାଖରେ ପହଞ୍ଚାଇବାର ବିରଳ ମାନବୀୟ ଗୁଣ ତାଙ୍କୁ ଅଧିକ ସ୍ମରଣୀୟ କରି ରଖିବ।

୧୪, ସେପ୍ଟେମ୍ବର, ୧୯୫୩ ରେ ହରିଆନାର ଅମ୍ବାଲାଠାରେ ଜନ୍ମଗ୍ରହଣ କରିଥିବା ସୁଷମା ସ୍ଵରାଜ ଓକିଲ ଭାବରେ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ତାଙ୍କର ସାଥି ସ୍ଵରାଜ କୌଶଲ, ପରବର୍ତ୍ତୀ ସମୟରେ ତାଙ୍କର ଜୀବନ ସାଥି ମଧ୍ୟ ହୋଇଥିଲେ। ମାନବୀୟ ସମ୍ବେଦନା ଓ ରାଜନୈତିକ ଶିଷ୍ଟାଚାରକୁ ସବୁଠୁ ଅଧିକ ଗୁରୁତ୍ଵ ଦେଉଥିବା ସୁଷମାଙ୍କ ବିୟୋଗରେ ଭାରତୀୟ ସାମାଜିକ ଜୀବନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ନିଶ୍ଚୟ।

Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

July 30, 2026

ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

July 30, 2026

ବାଙ୍କିପୁର ଉପନିର୍ବାଚନ: ବିଜେପି ନା ପ୍ରଶାନ୍ତ କିଶୋର?, ଆଶ୍ଚର୍ଯ୍ୟ କଲା ସର୍ଭେ

July 30, 2026
Latest News

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026

ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ରଣପୁରର ସମୀକ୍ଷାଙ୍କ ସଫଳତା

July 30, 2026

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.