Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭବିଷ୍ୟତ ପାଇଁ ପ୍ରସ୍ତୁତ ଭିତ୍ତିଭୂମି ଲାଗି 13ଶହରୁ ଅଧିକ ଷ୍ଟେସନର ଉନ୍ନତିକରଣ କରାଯାଉଛି: ଅଶ୍ୱିନୀ ବୈଷ୍ଣବ
ଆଜିର ଖବର

ଭବିଷ୍ୟତ ପାଇଁ ପ୍ରସ୍ତୁତ ଭିତ୍ତିଭୂମି ଲାଗି 13ଶହରୁ ଅଧିକ ଷ୍ଟେସନର ଉନ୍ନତିକରଣ କରାଯାଉଛି: ଅଶ୍ୱିନୀ ବୈଷ୍ଣବ

December 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଶ୍ୱିନୀ ବୈଷ୍ଣବ
ଉତ୍ତର ଓଡ଼ିଶା ପାଇଁ ନୂତନ ଟ୍ରେନ୍ ସେବା ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଇତିହାସରେ ପ୍ରଥମ ଥର ପାଇଁ ସବୁଠୁ ବଡ଼ ଏବଂ ବ୍ୟାପକ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟ ଜାରି ରଖିଛି। ବିଶ୍ୱର ସବୁଠୁ ବ୍ୟସ୍ତବହୁଳ ରେଳ ନେଟୱର୍କ ମଧ୍ୟରୁ ଅନ୍ୟତମ ହୋଇଥିବା କାରଣରୁ ବଡ଼ ପରିଚାଳନାଗତ ଆହ୍ୱାନ ସତ୍ତ୍ୱେ ଭାରତ ଏହି କାର୍ଯ୍ୟକୁ ସୁଚାରୁ ରୂପେ ଆଗକୁ ବଢ଼ାଉଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୃଢ଼ ଭାବେ କହିଛନ୍ତି ଯେ, ଅନେକ ଦେଶ ପ୍ରମୁଖ ଷ୍ଟେସନ ପୁନଃନିର୍ମାଣ କାର୍ଯ୍ୟ ସମୟରେ 3-4 ବର୍ଷ ପାଇଁ ରେଳ ଚଳାଚଳ ବନ୍ଦ ରଖନ୍ତି। କିନ୍ତୁ ଭାରତରେ, ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଯାତାୟାତ କରୁଥିବାରୁ, ଷ୍ଟେସନଗୁଡ଼ିକୁ ବନ୍ଦ କରିବା ସମ୍ଭବ ନୁହେଁ। ଏହି ପ୍ରତିବନ୍ଧକ ସତ୍ତ୍ୱେ, ସୁରକ୍ଷା ପ୍ରତି ନିରନ୍ତର ଧ୍ୟାନ ଦିଆଯିବା ସହିତ ନିରବଚ୍ଛିନ୍ନ ରେଳ ପରିଚାଳନା ସୁନିଶ୍ଚିତ କରି ପୁନଃବିକାଶ ଦ୍ରୁତ ଗତିରେ ଆଗକୁ ବଢ଼ୁଛି।

ରେଳ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ, ଭାରତ ଏହାର ଷ୍ଟେସନ ଭିତ୍ତିଭୂମିର ଏତେ ବ୍ୟାପକ ଏବଂ ରୂପାନ୍ତରଣକାରୀ ପରିବର୍ତ୍ତନ କରୁଛି। ଏହା ଦେଶ ପାଇଁ ଏକ ସମ୍ପୂର୍ଣ୍ଣ ନୂତନ ଅଭିଜ୍ଞତା। ଏହି କାର୍ଯ୍ୟଗୁଡ଼ିକ ପାଇଁ ଅସାଧାରଣ ଯୋଜନା ପ୍ରସ୍ତୁତି, ସମନ୍ୱୟ ଏବଂ ସଠିକ ଇଞ୍ଜିନିୟରିଂର ଆବଶ୍ୟକତା ରହିଛି। ଏହାକୁ ସୁନିଶ୍ଚିତ କରାଯିବା ସହିତ ଦୈନନ୍ଦିନ ଟ୍ରେନ ଚଳାଚଳକୁ ବାଧା ନ ପହଞ୍ଚାଇ ବିକାଶ କାର୍ଯ୍ୟ କାର୍ଯ୍ୟକାରୀ କରାଯାଉଛି।

ଏହି ପ୍ରତିବଦ୍ଧତା ଅମୃତ ଭାରତ ଷ୍ଟେସନ ଯୋଜନାରେ ସର୍ବାଧିକ ଦୃଶ୍ୟମାନ ହୋଇଛି। ଏହି ଯୋଜନା ଅଧୀନରେ 60,000 କୋଟି ଟଙ୍କାରୁ ଅଧିକ ବିନିଯୋଗ କରାଯାଇ 1,300 ରୁ ଅଧିକ ଷ୍ଟେସନକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ମାନଦଣ୍ଡରେ ଉନ୍ନତିକରଣ କରାଯାଉଛି। ଏବେ ସୁଦ୍ଧା 160 ଷ୍ଟେସନକୁ ପୁନଃବିକଶିତ କରାଯାଇସାରିଛି। ଆଧୁନିକ ଇଞ୍ଜିନିୟରିଂ ସମାଧାନଠାରୁ ଉନ୍ନତ ଯାତ୍ରୀ ସୁବିଧା ପର୍ଯ୍ୟନ୍ତ, ପ୍ରତ୍ୟେକ ପ୍ରକଳ୍ପକୁ ପର୍ଯ୍ୟାୟକ୍ରମେ ଏବଂ ସତର୍କତାର ସହିତ ଯୋଜନାବଦ୍ଧ ଭାବରେ କାର୍ଯ୍ୟକାରୀ କରାଯାଉଛି। ଏହାଦ୍ୱାରା ଷ୍ଟେସନଗୁଡ଼ିକ ରାଷ୍ଟ୍ରର ଜୀବନରେଖାକୁ ସେବା ଯୋଗାଇ ଦେବା ସହିତ ବିଶ୍ୱସ୍ତରୀୟ ପରିବହନ ହବ୍‌ ରୂପେ ବିକଶିତ ହୋଇପାରିବେ ।

ଚଳିତ ବର୍ଷ ପ୍ରାରମ୍ଭରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ବିକାନେରରୁ 103ଟି ଅମୃତ ଭାରତ ଷ୍ଟେସନର ଲୋକାର୍ପଣ କରିଥିଲେ। ଏହା ଦେଶବ୍ୟାପୀ ଆଧୁନିକୀକରଣ ଅଭିଯାନରେ ଏକ ପ୍ରମୁଖ ମାଇଲଖୁଣ୍ଟ ଥିଲା। ଉନ୍ନତ ସମ୍ମୁଖ ଭାଗ, ବିସ୍ତାରିତ ଚଳାଚଳ କ୍ଷେତ୍ର, ଦୀର୍ଘସ୍ଥାୟୀ ନିର୍ମାଣ ବୈଶିଷ୍ଟ୍ୟ ଏବଂ ବାଧାମୁକ୍ତ ବହୁମୁଖୀ ସଂଯୋଗ ସହିତ ଡିଜାଇନ୍ କରାଯାଇଥିବା ଏହି ଷ୍ଟେସନଗୁଡ଼ିକ ଆଧୁନିକ, ଦକ୍ଷ ଏବଂ ଯାତ୍ରୀ-ଅନୁକୂଳ ରେଳ ଯାତ୍ରାର ଭାରତର ଦୃଷ୍ଟିକୋଣକୁ ପ୍ରତିଫଳିତ କରିଥାଏ।

ଅମୃତ ଭାରତ ଷ୍ଟେସନ ଯୋଜନା ଭାରତର ଜଟିଳ ଭିତ୍ତିଭୂମି ଉନ୍ନତିକରଣକୁ ରେକର୍ଡ ଗତିରେ ଆଗକୁ ବଢ଼ାଇବା କ୍ଷମତାର ଏକ ଶକ୍ତିଶାଳୀ ପ୍ରମାଣ ଭାବରେ ଦଣ୍ଡାୟମାନ ହୋଇଛି । ଏହା ସହିତ ପ୍ରତିଦିନ ଟ୍ରେନ ଚଳାଚଳ, ଯାତ୍ରୀଙ୍କ ଗମନାଗମନ ଏବଂ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ରୂପେ ଧ୍ୟାନ ଦିଆଯାଉଛି।

******

PS

ଅମୃତ ଭାରତ ଷ୍ଟେସନ ଯୋଜନା ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ରେଳ ମନ୍ତ୍ରୀ ପୁନଃବିକାଶ କାର୍ଯ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୫ ତାରିଖରେ ସାତୋଟି ରାଶି ପାଇଁ ରହିଛି ଖୁସି ଖବର

September 15, 2026

ସାମାନ୍ୟ ବିବାଦରୁ ବୋମାମାଡ଼

September 15, 2026

୧୭ ଯାଏଁ ବର୍ଷା ଚେତାବନୀ: ୨୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

September 14, 2026

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ହିନ୍ଦୀ ପଖୱାଡା–୨୦୨୬ ଆରମ୍ଭ

September 14, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୫ ତାରିଖରେ ସାତୋଟି ରାଶି ପାଇଁ ରହିଛି ଖୁସି ଖବର

September 15, 2026

ସାମାନ୍ୟ ବିବାଦରୁ ବୋମାମାଡ଼

September 15, 2026

୧୭ ଯାଏଁ ବର୍ଷା ଚେତାବନୀ: ୨୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

September 14, 2026

ବାଣପୁର: ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ କଲେ ଶତାଧିକ କୃଷକ

September 14, 2026

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ହିନ୍ଦୀ ପଖୱାଡା–୨୦୨୬ ଆରମ୍ଭ

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.