Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ନିଯୁକ୍ତି ମେଳା ୨୦୨୫: ତିନୋଟି ବିଭାଗରେ ୫୯୧ ଜଣଙ୍କୁ ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ଓଡିଶା ନିଯୁକ୍ତି ମେଳା ୨୦୨୫: ତିନୋଟି ବିଭାଗରେ ୫୯୧ ଜଣଙ୍କୁ ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

December 11, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ନିଯୁକ୍ତି ମେଳା
ଓଡିଶା ନିଯୁକ୍ତି ମେଳା ୨୦୨୫: ତିନୋଟି ବିଭାଗରେ ୫୯୧ଜଣଙ୍କୁ ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଓଡିଶା ନିଯୁକ୍ତି ମେଳା ୨୦୨୫: ଯିଏ ଯେଉଁ ପଦବୀରେ ବି ଅବସ୍ଥାପିତ ଥାଆନ୍ତୁ ନା କାହିଁକି, ସରକାରୀ ଚାକିରୀକୁ ସବୁବେଳେ ଜନସେବା ଭାବେ ମନେ କରିବେ। ସରକାରୀ ଚାକିରି ମିଳିଯିବା ପରେ କେବେହେଲେ କାର୍ଯ୍ୟରେ ଅବହେଳା କରିବେ ନାହିଁ ଓ ଦୁର୍ନୀତି ଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ତ୍ରୟୋଦଶ ନିଯୁକ୍ତି ମେଳା ୨୦୨୫ ଅବସରରେ ନବନିଯୁକ୍ତ ମାନଙ୍କୁ ଉପଦେଶ ଦେଇ କହିଛନ୍ତି।ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟର ବିଭିନ୍ନ ଜଳସେଚନ କାର୍ଯ୍ୟର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ସୂଚନା ଯୋଗ୍ୟଯେ, ଆଜିର ନିଯୁକ୍ତି ମେଳାରେ ଜଳ ସମ୍ପଦ ବିଭାଗର ୨୩୨ ଜଣ, ପୂର୍ତ୍ତ ବିଭାଗର ୧୯୭ ଜଣ, ଓ ଗୃହ ଓ ନଗର ଉନ୍ନୟନ ବିଭାଗର ୧୪୨ ଜଣ ସହାୟକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (Assistant Executive Engineer ), ୫ ଜଣ ଅର୍ଥ ଓ ହିସାବ ଅଧିକାରୀ ଏବଂ ୧୫ ଜଣ ଯୋଜନା ସହାୟକ (Planning Assistant) ଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି।

ଆଜି ଏହି ନିଯୁକ୍ତି ମେଳା ଜରିଆରେ ଆମେ ପ୍ରଥମ କରି GATE SCORE ଆଧାରରେ, ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (AEE) ଙ୍କୁ ଚୟନ କରି, ତିନି ଗୋଟି ଇଞ୍ଜିନିୟରିଂ ବିଭାଗରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (AEE) ପଦବୀରେ ନିଯୁକ୍ତି ପ୍ରଦାନ କରାଯାଇଛି। ସମୁଦାୟ ୫୯୧ ଜଣଙ୍କୁ ନିଯୁକ୍ତି ଦିଆଗଲା।

କୃଷି ଶିକ୍ଷା ସଦନ ଠାରେ ଉପସ୍ଥିତ ନବନିଯୁକ୍ତଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ବର୍ଷ ଜୁନ୍ ମାସରୁ ଆଜି ଭିତରେ ଅର୍ଥାତ ୧୮ ମାସ ମଧ୍ୟରେ ୩୭ ହଜାର ୯୧୬ ଜଣଙ୍କୁ ନିଯୁକ୍ତି ଦିଆଗଲା। ଆଗାମୀ ଛ’ ମାସ ମଧ୍ୟରେ ଆଉ ୩୦ ହଜାର ପଦବୀ ପୂରଣ କରିବା ପାଇଁ କାର୍ଯ୍ୟ ଜାରି ରହିଛୁ। ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ ଦେଢ ଲକ୍ଷ ପଦ ପୂରଣ କରିବା ସହ ଦୁଇ ବର୍ଷ ଭିତରେ ୬୫ ହଜାର ସରକାରୀ ପଦବୀ ପୂରଣ କରିବା ପାଇଁ ଆମ ସାରାକର ପ୍ରତିଶୃତି ଦେଇଥିଲେ । ତେଣୁ ଆପଣମାନେ ସମସ୍ତେ ଦୁର୍ନୀତିରୁ ଉର୍ଦ୍ଧ୍ୱରେ ରହି ସରକାରଙ୍କର ସମସ୍ତ ଜନ କଲ୍ୟାଣକାରୀ କାର୍ଯ୍ୟର ସଫଳ ରୂପାୟନ ପାଇଁ ଦୃଢ ପ୍ରତିବଦ୍ଧ ହୋଇପାରିଲେ ସମାଜ ତଥା ରାଜ୍ୟ ବିକଶିତ ହୋଇପାରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିକଶିତ ଗାଁ ଓ ବିକଶିତ ଓଡ଼ିଶା ମାଧ୍ୟମରେ ପ୍ରଚଳିତ ସମସ୍ତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ। ଆପଣମାନେ ସରକାରଙ୍କ ବିଭିନ୍ନ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକୁ ସଫଳତାର ସହ ନିର୍ବାହ କରି ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇଦେବାରେ ନିଜର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସୂଚାରୁରୂପେ ସମ୍ପାଦନ କରିବେ। ପୌର ସଂସ୍ଥା (ULBs) ରେ ସୁସଂଗଠିତ ଯୋଜନା, ସୁଚିନ୍ତିତ ବିକାଶ ଓ ପ୍ରଶାସନିକ କାର୍ଯ୍ୟକଳାପରେ ଯୋଜନା ସହାୟକ ମାନଙ୍କର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏଥିସହିତ ପୌର ସଂସ୍ଥା ଗୁଡିକରେ ଅର୍ଥ ଓ ହିସାବ ଅଧିକାରୀ ପୌର ସଂସ୍ଥାରେ ଆର୍ଥିକ ବ୍ୟବସ୍ଥା ସୁପରିଚାଳନା କରିବାର ଦାୟିତ୍ୱ ନିର୍ବାହ କରିବେ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଆଗାମୀ ଦିନରେ ଓଡ଼ିଶାରେ ଭିତ୍ତିଭୂମି ନିର୍ମାଣରେ ଏକ ପ୍ରକାର ଆନ୍ଦୋଳନ ହେବାକୁ ଯାଉଛି, କାରଣ ଓଡ଼ିଶାରେ ଆଶାତୀତ ଭାବେ ପୁଞ୍ଜି ବିନିଯୋଗ ପାଇଁ ବଜେଟରେ ପ୍ରାବଧାନ କରାଯାଇଛି । ଉଦାହରଣ ସ୍ୱରୂପ, ଚଳିତ ବଜେଟରେ ୬୫ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ କେବଳ ପୁଞ୍ଜିଖର୍ଚ୍ଚ ପାଇଁ ପ୍ରାବଧାନ କରାଯାଇଛି । ଦୁଇ ଦିନ ତଳେ ଯଦି ଅତିରିକ୍ତ ବଜେଟର ପ୍ରାବଧାନକୁ ଏଥିରେ ଯୋଡା ଯିବ, ତେବେ ଏହି ଖର୍ଚ୍ଚ ପ୍ରାୟ ୬୮ ହଜାର କୋଟି ଟଙ୍କାରୁ ବି ଉର୍ଦ୍ଧ୍ଵ ହେବ।

ପୁଞ୍ଜି ବିନିଯୋଗ କ୍ଷେତ୍ରରେ ରାଜ୍ୟ ଜିଡିପି ଅନୁପାତରେ ଓଡ଼ିଶା ଦେଶର ସବୁଠାରୁ ଅଧିକ ଖର୍ଚ୍ଚ କରୁଥିବା ରାଜ୍ୟ । ଏହା ୬.୧ ପ୍ରତିଶତରୁ ଅଧିକ ଏବଂ ସାମଗ୍ରିକ ବଜେଟର ପ୍ରାୟ ୨୨ ପ୍ରତିଶତ। ଏଣୁ ଏତେ ପରିମାଣରେ ପ୍ରାବଧାନ ହୋଇଥିବା ବ୍ୟୟକୁ ଖର୍ଚ୍ଚ କରିବା ପାଇଁ ଆପଣଙ୍କ ପରି ଇଞ୍ଜିନିୟର ଆବଶ୍ୟକ ।ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଭିତ୍ତିଭୂମି ନିର୍ମାଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଜଳସେଚନ ଭିତ୍ତିଭୂମିକୁ ସୁଦୃଢ଼ କରି କୃଷକ ମାନଙ୍କର ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି କରିବା ଆମର ଲକ୍ଷ୍ୟ।

କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଉନ୍ନତି ପାଇଁ ନିଯୁକ୍ତି ଆବଶ୍ୟକ ଏବଂ ଏହି କଥାକୁ ମୁଖ୍ୟମନ୍ତ୍ରୀ ହୃଦୟଙ୍ଗମ କରି ତ୍ୱରିତ ଗତିରେ ଆଜି ଅନେକ ଖାଲି ପଦବୀ ପୂରଣ କରୁଛନ୍ତି।

ସତ୍ୟନିଷ୍ଠା, ପେଶାଦାରୀତା ଓ ନିଷ୍ଠାର ସହ ଆଜିଠାରୁ ଭବିଷ୍ୟତ ପାଇଁ ମାନସିକତା ନେଇ କାର୍ଯ୍ୟ କରିବାକୁ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ନବ ନିଯୁକ୍ତ ମାନଙ୍କୁ କହିଥିଲେ। କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତଭାଷଣ ଦେଇଥିବା ବେଳେ, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଧନ୍ୟବାଦ ଦେଇଥିଲେ ।

Mohan Majhi ଓଡିଶା ନିଯୁକ୍ତି ମେଳା ନିଯୁକ୍ତି ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ଓମ୍ଫେଡ୍ କୁ ମିଳିଲା ଟ୍ରଷ୍ଟ ବ୍ରାଣ୍ଡ ଅଫ୍ ଦି ଓଡିଶା ଆଓ୍ୱାର୍ଡ

December 13, 2025

ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର 59ଟି ଷ୍ଟେସନର ପୁନର୍ବିକାଶ ଜାରି: 5ଟିର କାମ ସମ୍ପୂର୍ଣ୍ଣ

December 13, 2025

ମୋବାଇଲ ଟେକ୍ନିସିଆନଙ୍କ ଆତ୍ମହତ୍ୟା

December 13, 2025

ମନ୍ତ୍ରୀ, ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

December 13, 2025
Latest News

ପୁଣି ଥରେ କ୍ରିକେଟ୍ ରେ ଦାଗ: ‘ମ୍ୟାଚ୍ ଫିକ୍ସିଂ’ ଅଭିଯୋଗରେ ଚାରି ଭାରତୀୟ ଖେଳାଳି ତୁରନ୍ତ ନିଲମ୍ବିତ

December 13, 2025

ଶୀତଦିନେ ବଢିଯାଏ ହୃଦଘାତର ବିପଦ, ଜାଣନ୍ତୁ ଏହି ସମୟରେ ହୃଦୟକୁ କିପରି ରଖିବେ ସୁସ୍ଥ

December 13, 2025

୨୦୨୫-୨୬ରେ ୧,୧୬,୪୭୦ କୋଟିରେ ପହଞ୍ଚିଲା ରେଳ ନିରାପତ୍ତା ବଜେଟ

December 13, 2025

ଓମ୍ଫେଡ୍ କୁ ମିଳିଲା ଟ୍ରଷ୍ଟ ବ୍ରାଣ୍ଡ ଅଫ୍ ଦି ଓଡିଶା ଆଓ୍ୱାର୍ଡ

December 13, 2025

ଚାଣକ୍ୟ ନୀତି: ମୃତ୍ୟୁସମ ଜୀବନ ବିତାଇଥାନ୍ତି ଏହି ପାଞ୍ଚ ପ୍ରକାରର ଲୋକ

December 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.