ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଜଗନ୍ନାଥ ପ୍ରସାଦ ପଂଚାୟତର ପୂର୍ବତନ ସରପଂଚ ତଥା ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଭାଗିରଥୀ ବଳ ବିଜେଡି ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ଶ୍ରୀ ବଳଙ୍କ ସମେତ ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋବିନ୍ଦପୁର ପଂଚାୟତର ସମିତିସଭ୍ୟ ଅର୍ଚ୍ଚନା ଜେନା, ଅସିତ୍ ନାୟକ, ପୂର୍ବତନ ସରପଂଚ ପୀତବାସ ଖିଲାର; ଆନ୍ଦୋଳା ପଂଚାୟତର ସରପଂଚ କାମଦେବ ମଲ୍ଲିକ, ସମିତିସଭ୍ୟ ଶାନ୍ତିବାଳା ନାୟକ, ରଶ୍ମୀ ରଞ୍ଜନ ନାୟକ, ନାୟବ ସରପଂଚ ସୁଶାନ୍ତ ପରିଡା; ଜଗନ୍ନାଥ ପ୍ରସାଦ ପଂଚାୟତର ପୂର୍ବତନ ସମିତିସଭ୍ୟ ହରେକୃଷ୍ଣ ଦତ, ବିପିନି ମଲ୍ଲିକ, ସମିତିସଭ୍ୟ ଉର୍ମିଳା ପରିଡା, ନାୟବ ସରପଂଚ ଯୋଗେନ୍ଦ୍ର ଦାସ, ବିଜେଡି ପୂର୍ବତନ ଯୁବ ସଭାପତି ଅରୁଣ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ମଞ୍ଜୁଲତା ବଳ; ବାସୁଦେବପୁର ମ୍ୟୁନିସିପାଲଟିର କାଉନସିଲର୍ ସୁଚିସ୍ମିତା ଗିରି, ଗରପଦା ଗିରି, ବଂଶୀଧର ବେହେରା, ନିରୋଦ ବେହେରା ପ୍ରମୁଖ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଛୁ ବୋଲି ଶ୍ରୀ ଭାଗିରଥୀ ବଳ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ କରିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ, ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା, ବାସୁଦେବପୁର ବିଧାୟକ ପ୍ରାର୍ଥୀ ବାଣୀକଲ୍ୟାଣ ମହାନ୍ତି ଓ ବାସୁଦେବପୁରର ଅନ୍ୟାନ୍ୟ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।


