ଚିଲିକା: ସୁନୀଳ ଚିଲିକାର ପଶ୍ଚିମ ତଟ ଦେଶରେ ଅବସ୍ଥିତ କୁଦ କାଙ୍କଣ ଶିଖରୀ ଏକଦା ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବେରେ ସର୍ବତ୍ର ପରିଚିତ। ବିିଧର୍ମୀମାନଙ୍କ ଶ୍ରୀମନ୍ଦିର ଆକ୍ରମଣ କାଳରେ ଗଜପତିଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀଜୀଉମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଶ୍ରୀମନ୍ଦିରରୁ ଗୋପନୀୟ ସ୍ଥାନ କୁ ସ୍ଥାନାନ୍ତର କରାଯାଇ କିଛିକାଳ ରଖାଯାଉଥିଲା। ଏପରି ଏକ ସୁରକ୍ଷିତ ସ୍ଥାନ ଥିଲା ଚ଼ିଲିକା ମଧ୍ୟସ୍ଥ କାଙ୍କଣ କୁଦ। ସପ୍ତଦଶ ଶତାଦ୍ଦିର ତୃତୀୟା ର୍ଦ୍ଧରେ ବିଧର୍ମୀମାନଙ୍କ ଦୃଷ୍ଟି ଆଢ଼ୁଆଳରୁ ଚ଼ତୁର୍ଦ୍ଧାମୂର୍ତ୍ତିଙ୍କୁ ୪ ମାସ ୧୭ ଦିନ ଏହି ଗଛଲତା ପରିପୂର୍ଣ୍ଣ କାଙ୍କଣଲତା ପରି ବେଷ୍ଟିତ ଜନଶୁନ୍ୟ ଟାପୁ ଭିତରେ ରଖାଯାଇଥିବା କଥା ମାଦଳାପାଞ୍ଜିରୁ ଜଣାପଡ଼େ।
ସେହି କାଙ୍କଣକୁଦ ଆଜି ଶ୍ରୀଜଗନ୍ନାଥଙ୍କ ପବିତ୍ର ଲୀଳାକ୍ଷେତ୍ର କାଙ୍କଣ ଶିଖରୀ ଭାବରେ ସମଗ୍ରଓଡ଼ିଶାର ଜଗନ୍ନାଥ ପ୍ରେମୀଙ୍କ ନିକଟରେ ପରିଚିତ ହୋଇ ଏକ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳର ମାନ୍ୟତା ଲାଭ କରି କୋଟି କୋଟି ଜଗନ୍ନାଥ ଭକ୍ତଙ୍କୁ ଉକ୍ତ ପବିତ୍ର ସ୍ଥଳ ପରିଦର୍ଶନ ନିମନ୍ତେ ଆକୃଷ୍ଟ କରୁଛି। ବିଗତ ଆଠ ବର୍ଷ ଧରି ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ପ୍ରଚେଷ୍ଟାରେ ଏଠାରେ ପ୍ରତିବର୍ଷ୫ ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ଶ୍ରୀକ୍ଷେତ୍ରରୁ ପ୍ରଭୁଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ବିଜେ ଏବଂ ବାଣପୁରର ଆରାଧ୍ୟାଦେବୀ ମା’ଭାଗବତୀଙ୍କ ସହିତସ୍ଥାନୀୟ ଚ଼ିଲିକା ବାଣପୁର ଅଞ୍ଚଳର ୩୩ ଗୋଟିଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଶୋଭାଯାତ୍ରାରେ ନେଇ ପ୍ରଥମ ଦିନର ଅଧିବାସ କାର୍ଯ୍ୟ ଶୁଭାରମ୍ଭ କରାଯାଉଛି।
ଚଳିତ ବର୍ଷର ଏହି କାର୍ଯ୍ୟକ୍ରମରେ ଶୁକ୍ରବାର ଦିବା ୮ ଘଟିକା ସମୟରେ ପ୍ରଥମେ ମା’ଭଗବତୀଙ୍କ ମନ୍ଦିରରେ ବଲ୍ଲଭ ଆଳତି ପରେ ପୂଜକ ସାଆନ୍ତ ପ୍ରକାଶ ଚନ୍ଦ୍ର ମହାପାତ୍ର ଓ ପାଳିଆ ମାଳିସଂଜୟ ମହାପାତ୍ର ମା’ଙ୍କ ପାଖରେ ଦୀପଧୁପଦେଇଘଣ୍ଟକାହାଳୀ ବାଦନରେ ମା’ଙ୍କ ଆଜ୍ଞାମାଳ କରି କାଠିନାହାକପ୍ରତିନିଧି ଗଣେଷ ନାୟକକୁ ପ୍ରଦାନ କରିଥିଲେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ବରିଷ୍ଠ ପତ୍ରକାର ନୃସିଂହ ପ୍ରସାଦ ମିଶ୍ର,ଶ୍ରଦ୍ଧାଳୁନବକିଶୋର ପ୍ରଧାନ,ସେବକ ରୁଦ୍ରନାୟକ, ଶିବନାୟକ, ପ୍ରଭାସ ସୁପକାର ପ୍ରମୁଖ ମା’ଙ୍କ ଆଜ୍ଞାମାଳ ନେଇ କାଙ୍କଣ ଶିଖରୀ ଯାତ୍ରା କରିଥିଲେ।


