ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନ ଅନ୍ତର୍ଗତ ସୁନାଲଲି ଗ୍ରାମର ଉଦୟ ସାହୁଙ୍କର ପୁଅ ଗତ ୩ ଦିନ ହେଲା ନିଖୋଜ ଥିଲେ। ପିତା ଉଦୟ ଗ୍ରାମବାସୀଙ୍କ ସହଯୋଗରେ ବହୁତ୍ ଖୋଜାଖୋଜି କରି ମଧ୍ୟ ପାଇନଥିଲେ। କିନ୍ତୁ ଗତକାଲି ଗାଁ ନିକଟସ୍ଥ ରୁଷିକୁଲ୍ୟା ନଦୀରେ କୌଣସି ବ୍ୟକ୍ତିଙ୍କର ଶବ ଭାସୁଥିବା ଗାଁ ଲୋକେ ଦେଖିଥିଲେ।
ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ପହିଲିର ମୃତ୍ୟୁକୁ ନେଇ ଗାଁ ବିଭିନ୍ନ ସନ୍ଦେହ ସୃଷ୍ଟି ହୋଇଛି।


