ଭୁବନେଶ୍ବର: ଓଡିଶାର ଚିଟଫଣ୍ଡ କଂପାନୀଗୁଡିକର କ୍ଷୁଦ୍ରଜମାକାରୀଙ୍କୁ ଟଙ୍କା ଫେରସ୍ତ ହେବ। ଏ ନେଇ ରାଜ୍ୟ ଅର୍ଥ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ଦେଢ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ହୋଇଛି। ଏବେ ପୁଣି ଏହି ଟଙ୍କା ଫେରସ୍ତ ପାଇଁ ପକ୍ରିୟା ଆରମ୍ଭ ହୋଇଛି। ଏ ନେଇ ରାଜ୍ୟ ଅର୍ଥ ବିଭାଗ ତରଫରୁ ଟଙ୍କା ଫେରସ୍ତର ନିୟମ ଜାରୀ କରିଛନ୍ତି।
କେଉଁମାନେ ଜମା ଟଙ୍କା ଫେରସ୍ତ ପାଇଁ ଆବେଦନ କରିପାରିବେ
- ଯେଉଁମାନେ 10000 ଟଙ୍କା ପର୍ଯ୍ୟନ୍ତ ଜମା କରିଥିବେ ସେହି କ୍ଷୁଦ୍ର ଜମାକାରୀମାନେ ଏହି ଆବେଦନ କରିପାରିବେ
- ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ କଂପାନୀର ଜମାକାରୀ ଯେଉଁମାନେ ପୂର୍ବରୁ ଟଙ୍କା ଫେରସ୍ତ ପାଇ ନାହାଁନ୍ତି ସେମାନେ ଆବେଦନ କରିପାରିବେ।
- ଜମାକାରୀମାନେ ସରକାରୀ ୱେବ ସାଇଟ https://opid.odisha.gov.in/ କୁ ଲଗଅନ କରି ନିଜର ନାମ ଯାଞ୍ଚ କରିପାରିବେ।
ଜମାକାରୀମାନେ କିପରି କରିବେ ଆବେଦନ
- ଜମାକାରୀମାନେ ନିଜର ନାମ ୱେବସାଇଟରୁ ଯାଞ୍ଚ କରିବା ପରେ ଯାଇ ସେମାନେ ଆବେଦନ କରିପାରିବେ
- ଏହି ଆବେଦନ ଜମାକାରୀମାନେ ନିକଟସ୍ଥ ଆରଆଇ ଅଫିସରେ କରିବେ
- ସାଥିରେ ଜମାକାରୀମାନେ ନିଜର ପରିଚୟ ପତ୍ର ଯେପରି ଭୋଟର ଆଇଡି, ଆଧାର, ଡ୍ରାଇଭିଂ ଲାଇସେନ୍ସ ପ୍ରଭୃତି ଯେ କୌଣସି ଗୋଟିଏ ସାଥୀରେ ନେବେ
- ଚିଟଫଣ୍ଡରେ କରିଥିବା ମୂଳ ଜମା ଓରିଜିନାଲ ରସିଦ ସାଥୀରେ ନେବେ
- ବ୍ୟାଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ଯଥା ଆକାଉଣ୍ଟ ନମ୍ବର, ଆଇଏଫଏସସି କୋଡ, ବ୍ୟାଙ୍କ ନାମ ଥିବାର ପାସବୁକ ନେବେ
ମନେରଖନ୍ତୁ ଏହି ଫେରସ୍ତ ପକ୍ରିୟା ଆସନ୍ତା ଜାନୁୟାରୀ 31 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ଏହି ପକ୍ରିୟା ବନ୍ଦ କରାଯିବ। ଯଦି ଜମାକାରୀମାନେ କିଛି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ସେମାନେ 0674-2395153 ନମ୍ବରକୁ ଅଫିସର ସମୟରେ ଫୋନ କରିପାରିବେ।


