Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାର ଚିଟଫଣ୍ଡ ଜମାକାରୀଙ୍କୁ ମିଳିବ ଟଙ୍କା, ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ କେମିତି କରିବେ ଆବେଦନ
ବିଶେଷ ଖବର

ଓଡିଶାର ଚିଟଫଣ୍ଡ ଜମାକାରୀଙ୍କୁ ମିଳିବ ଟଙ୍କା, ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

December 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ୟୁପିଆଇ ଉଠାଣ
ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା ୫.୦କୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ବର: ଓଡିଶାର ଚିଟଫଣ୍ଡ କଂପାନୀଗୁଡିକର କ୍ଷୁଦ୍ରଜମାକାରୀଙ୍କୁ ଟଙ୍କା ଫେରସ୍ତ ହେବ। ଏ ନେଇ ରାଜ୍ୟ ଅର୍ଥ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ଦେଢ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ହୋଇଛି। ଏବେ ପୁଣି ଏହି ଟଙ୍କା ଫେରସ୍ତ ପାଇଁ ପକ୍ରିୟା ଆରମ୍ଭ ହୋଇଛି। ଏ ନେଇ ରାଜ୍ୟ ଅର୍ଥ ବିଭାଗ ତରଫରୁ ଟଙ୍କା ଫେରସ୍ତର ନିୟମ ଜାରୀ କରିଛନ୍ତି।

କେଉଁମାନେ ଜମା ଟଙ୍କା ଫେରସ୍ତ ପାଇଁ ଆବେଦନ କରିପାରିବେ

  • ଯେଉଁମାନେ 10000 ଟଙ୍କା ପର୍ଯ୍ୟନ୍ତ ଜମା କରିଥିବେ ସେହି କ୍ଷୁଦ୍ର ଜମାକାରୀମାନେ ଏହି ଆବେଦନ କରିପାରିବେ
  • ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ କଂପାନୀର ଜମାକାରୀ ଯେଉଁମାନେ ପୂର୍ବରୁ ଟଙ୍କା ଫେରସ୍ତ ପାଇ ନାହାଁନ୍ତି ସେମାନେ ଆବେଦନ କରିପାରିବେ।
  • ଜମାକାରୀମାନେ ସରକାରୀ ୱେବ ସାଇଟ https://opid.odisha.gov.in/  କୁ ଲଗଅନ କରି ନିଜର ନାମ ଯାଞ୍ଚ କରିପାରିବେ।

ଜମାକାରୀମାନେ କିପରି କରିବେ ଆବେଦନ

  • ଜମାକାରୀମାନେ ନିଜର ନାମ ୱେବସାଇଟରୁ ଯାଞ୍ଚ କରିବା ପରେ ଯାଇ ସେମାନେ ଆବେଦନ କରିପାରିବେ
  • ଏହି ଆବେଦନ ଜମାକାରୀମାନେ ନିକଟସ୍ଥ ଆରଆଇ ଅଫିସରେ କରିବେ
  • ସାଥିରେ ଜମାକାରୀମାନେ ନିଜର ପରିଚୟ ପତ୍ର ଯେପରି ଭୋଟର ଆଇଡି, ଆଧାର, ଡ୍ରାଇଭିଂ ଲାଇସେନ୍ସ ପ୍ରଭୃତି ଯେ କୌଣସି ଗୋଟିଏ ସାଥୀରେ ନେବେ
  • ଚିଟଫଣ୍ଡରେ କରିଥିବା ମୂଳ ଜମା ଓରିଜିନାଲ ରସିଦ ସାଥୀରେ ନେବେ
  • ବ୍ୟାଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ଯଥା ଆକାଉଣ୍ଟ ନମ୍ବର, ଆଇଏଫଏସସି କୋଡ, ବ୍ୟାଙ୍କ ନାମ ଥିବାର ପାସବୁକ ନେବେ

ମନେରଖନ୍ତୁ ଏହି ଫେରସ୍ତ ପକ୍ରିୟା ଆସନ୍ତା ଜାନୁୟାରୀ 31 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ଏହି ପକ୍ରିୟା ବନ୍ଦ କରାଯିବ। ଯଦି ଜମାକାରୀମାନେ କିଛି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ସେମାନେ 0674-2395153 ନମ୍ବରକୁ ଅଫିସର ସମୟରେ ଫୋନ କରିପାରିବେ।

chitfund ଓଡିଶାର ଚିଟଫଣ୍ଡ ଜମାକାରୀ ଚିଟଫଣ୍ଡ ଚିଟଫଣ୍ଡ ଟଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ନନ୍ଦନକାନନରେ ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟ ସ୍ଥିର: ସିଝା ଗାଜର ଓ ବିନ୍ସ ଡାଏଟ୍‌ରେ ସାମିଲ

September 21, 2026

ଏମ୍‌ଏମ୍‌ଡିଆର ସଂଶୋଧନ ଆଇନ: ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ

September 21, 2026

ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

September 21, 2026

ମୂର୍ତ୍ତି ବିସର୍ଜନ ବେଳେ ତାଳଦଣ୍ଡା କେନାଲରେ ଯୁବକ ନିଖୋଜ

September 21, 2026
Latest News

ନନ୍ଦନକାନନରେ ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟ ସ୍ଥିର: ସିଝା ଗାଜର ଓ ବିନ୍ସ ଡାଏଟ୍‌ରେ ସାମିଲ

September 21, 2026

Gold Import Bill: $90 ବିଲିୟନ ଛୁଇଁପାରେ ସୁନା ଆମଦାନୀ, ଅର୍ଥନୀତି ଉପରେ ବଢ଼ିବ ଚାପ?

September 21, 2026

ଆପଣ କେଉଁ ପ୍ରକାର ଜୋତା ପିନ୍ଧୁଛନ୍ତି? ଜୋତାର ଶୈଳୀରୁ ଜଣାପଡ଼ିବ ଆପଣଙ୍କ ସ୍ୱଭାବ

September 21, 2026

ମେଟା ସର୍ଭର ଡାଉନ୍: ଠପ୍ ହେଲା ଫେସବୁକ୍, ଇନ୍‌ଷ୍ଟାଗ୍ରାମ୍

September 21, 2026

ଦିଲ୍ଲୀ ଏସ୍‌ଆଇଆର୍‌ରେ ୩୩.୧୩ ଲକ୍ଷ ଭୋଟର୍‌ଙ୍କୁ ନୋଟିସ୍‌: ଆଡ଼ଭାନୀ, ଜୟଶଙ୍କର ଓ ଧନଖଡ଼ ବି ସାମିଲ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.