(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ଶନି ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ଧକ୍କାରେ ନିକଟସ୍ଥ ବାଜପଲୀ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ଦିଗପହଣ୍ଡି ନିକଟସ୍ଥ ତୁରୁବୁଡି ଠାରୁ ଭୁବନେଶ୍ଵର ଯାଉଥିବା ବିଣାପାଣି ନାମକ ଏକ ଘରୋଇ ବସ୍ ରାସ୍ତାରେ ଚାଲି ଚାଲି ଯାଉଥିବା ଯୁବକଙ୍କୁ ଧକ୍କା ଦେଇଥିଲା। ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ବସ୍ କୁ ଅଟକାଇ ରଖିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।


