ଭୁବନେଶ୍ବର: ଆଜି ଆଇନି, ପୁର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ତାଙ୍କ ବାସଭବନ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି HDFC Bank ଅଧିକାରୀ। ଏହି ଅଧିକାରୀମାନେ ସୌଜନ୍ୟମୂଳକ ସାକ୍ଷାତକାର କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଡିଜିଟାଲ ଓଡ଼ିଶା ଗଢ଼ିବା ଦିଗରେ ଏଚଡ଼ିଏଫସି ବ୍ୟାଙ୍କ ରାଜ୍ୟ ସରକାରଙ୍କୁ ସହଯୋଗ କରୁଥିବା ବେଳେ ନିଜର ସାମାଜିକ ଦାୟିତ୍ୱ ସମ୍ପାଦନ ପୂର୍ବକ ବିଭିନ୍ନ ସିଏସଆର କାର୍ଯ୍ୟ ମଧ୍ୟ ଜାରି ରଖିଛି । ଯେକୌଣସି ସ୍ଥାନରୁ ମହାପ୍ରଭୁ ଶ୍ରୀଜଗନ୍ନଥଙ୍କୁ ଦାନ କରିବାର ପ୍ରକ୍ରିୟା ଉପଲବ୍ଧ କରିବାର ପ୍ରକ୍ରିୟା ଆରମ୍ଭ କରି 450ଟି ଏଟିଏମରେ ଏହି ପ୍ରକ୍ରିୟା ଏଚଡ଼ିଏଫସି ବ୍ୟାଙ୍କ ଦ୍ୱାରା ଆରମ୍ଭ ହୋଇଛି।
ଏହି ବୈଠକରେ ସରକାରୀ ଏବଂ ପ୍ରତିଷ୍ଠାନଗତ ବ୍ୟବସାୟ ଷ୍ଟାର୍ଟଅପ୍ସ ର କଣ୍ଟ୍ରି ହେଡ଼ ଶ୍ରୀ ସୁନାଲି ରୋହରା, ଓଡ଼ିଶା,ବିହାର,ଝାରଖଣ୍ଡର ରିଜିଓନାଲ ହେଡ କୁମାର ଅଭିଷେକ, ଜୋନାଲ ହେଡ଼ ଶ୍ରୀ ଅର୍ଜୁନାନନ୍ଦ ୱାଘ, କ୍ଲଷ୍ଟର ହେଡ଼ ଶ୍ରୀ ଅନିମେଶ ବିଶ୍ୱାଳ, ଏଚଡ଼ିଏଫସି ବ୍ୟାଙ୍କର ଜିଆଇବି ହେଡ ଶ୍ରୀ ଗୁରୁମୁଥି ହରିହରନ ପ୍ରମୁଖ ଉପସ୍ଥିତ ଥିଲେ ।


