(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଧରାକୋଟ ଥାନ ଅନ୍ତର୍ଗତ ବରଡାବିଲି ଗ୍ରାମର ସିମାଞ୍ଚଳ ପାଢ଼ୀ ନାମକ ଜଣେ ଯୁବକଙ୍କ ଶବ ଗ୍ରାମ ପୋଖରୀରୁ ଉଦ୍ଧାର ହୋଇଛି। ସୁଚନା ଅନୁଯାୟୀ, ମୃତ ସିମାଞ୍ଚଳ ଗତ ୪ ଦିନ ହେଲା ଘରକୁ ଫେରିନଥିଲେ। ଯାହା ଫଳରେ ପିତା ବିଶ୍ଵନାଥ ପାଢ଼ୀ ଧରାକୋଟ ଥା ରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ନଂ ୨/୨୦୨୬ ଅନୁଯାୟୀ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଗାଁ ଲୋକେ ଅଚାନକ ଗାଁ ପୋଖରୀରେ ସିମାଞ୍ଚଳର ମୃତଦେହ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ।
ପରବର୍ତ୍ତୀ ସମୟରେ ପରିବାର ଲୋକେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ବର୍ତ୍ତମାନ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।


