ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଥାନା ପୁରୁଣାଗଡ଼ ଛକରୁ ଅବକାରୀ ବିଭାଗ ଏକ କାରରୁ ୨୨ କେଜି ଗଂଜେଇ ଜବତକରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି।
ଅବକାରୀ ସୂତ୍ରରୁ ପ୍ରକାଶ ଯେ, ବୌଦ୍ଧ ପଟୁ ରେଢ଼ାଖୋଲ ରାସ୍ତାରେ ଏକ ମାରୁତି ସୁଜୁକି କାରରେ (ଓଡିଓ ୨ ବିଇ ୬୩୧୦) ଗଂଜେଇ ଚାଲାଣ ହେଉଥିବା ଅବକାରୀ ବିଭାଗ ଖବର ପାଇ ରେଢ଼ାଖୋଲ ଥାନା ପୁରୁଣାଗଡ଼ ଛକ ନିକଟରେ ଅପରାହ୍ନ ଦୁଇଟାରେ ଛକି ରହି କାରକୁ ଅଟକାଇଥିଲା। କାରରୁ ୨୨କେଜି ଗଂଜେଇ ଜବତ କରିବା ସହ ରାଜେଶ ମିସ୍ତ୍ରୀକୁ ଗିରଫ କରିଥିଲା।
ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତଙ୍କ ଘର ବୌଦ୍ଧ ଜିଲ୍ଲା ଡିବିରୀଝୁଲା ଗ୍ରାମର ବୋଲି ଅବକାରୀ ବିଭାଗ ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରିଛି।
ଏହି ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ଦୁର୍ବାଦଳ ବିଶ୍ୱାଳ ଏବଂ ଅବକାରୀ ବିଭାଗର ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ।


