Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚଳିତ ଖରିଫ ଋତୁରେ ଧାନ ଚାଷୀଙ୍କ ପାଇଁ ଡିଜିଟାଲ୍ ସଂସ୍କାର ବ୍ୟବସ୍ଥାକୁ ଗୁରୁତ୍ଵ
ଆଜିର ଖବର

ଚଳିତ ଖରିଫ ଋତୁରେ ଧାନ ଚାଷୀଙ୍କ ପାଇଁ ଡିଜିଟାଲ୍ ସଂସ୍କାର ବ୍ୟବସ୍ଥାକୁ ଗୁରୁତ୍ଵ

February 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚଳିତ ଖରିଫ ଋତୁରେ ଧାନ ଚାଷୀଙ୍କ ପାଇଁ ଡିଜିଟାଲ୍ ସଂସ୍କାର ବ୍ୟବସ୍ଥାକୁ ଗୁରୁତ୍ଵ
ଚଳିତ ଖରିଫ ଋତୁରେ ଧାନ ଚାଷୀଙ୍କ ପାଇଁ ଡିଜିଟାଲ୍ ସଂସ୍କାର ବ୍ୟବସ୍ଥାକୁ ଗୁରୁତ୍ଵ

ଭୁବନେଶ୍ଵର: ଚଳିତ ଖରିଫ ଋତୁରେ ଚାଷୀମାନଙ୍କୁ ସେମାନଙ୍କର ଧାନ ବିକ୍ରୟର ସର୍ବନିମ୍ନ ସହାୟତା ମୂଲ୍ୟ ଏବଂ ଇନ୍ପୁଟ ସହାୟତା ପ୍ରଦାନ ଦିଗରେ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥି ପାଇଁ ସରକାର ଡିଜିଟାଲ୍ ସଂସ୍କାର ବ୍ୟବସ୍ଥାକୁ ଆପଣାଇଛନ୍ତି। ଏହି ପ୍ରାପ୍ୟ ପ୍ରଦାନରେ ସ୍ୱଚ୍ଛତା, ତ୍ରୁଟିଶୂନ୍ୟ ଦେୟ ପ୍ରଦାନ ନୀତି ଅନୁସରଣ କରାଯାଇଛି। ଚଳିତ ଖରିଫ୍ ଋତୁରେ ସରକାର ପ୍ରାୟ ୧୦ ଲକ୍ଷ ୫୬ ହଜାର ଚାଷୀଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ ଓ ଇନ୍ପୁଟ ସହାୟତା ରାଶି ବାବଦକୁ ୧୨,୭୦୩ କୋଟି ୭୪ ଲକ୍ଷ ଟଙ୍କା ପ୍ରଦାନ କରିସାରିଲେଣି । ଉକ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦେୟ ପ୍ରଦାନ ପ୍ରକ୍ରିୟା ଜାରି ରହିଥିବାବେଳେ ଏ ପର୍ଯ୍ୟନ୍ତ ମାତ୍ର ୫୫୬୨ ଆକାଉଣ୍ଟକୁ ଦେୟ ପ୍ରଦାନରେ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇଥିବାର ଲକ୍ଷ୍ୟ କରାଯାଇଛି।

ସଂପୃକ୍ତ ଚାଷୀମାନଙ୍କ ଆକାଉଣ୍ଟରେ ସର୍ବାଧିକ ନେଣଦେଣ, ପ୍ରାୟତଃ ଜନଧନ ଆକାଉଣ୍ଟ, ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟରେ ଦେଣନେଣ ପରିମାଣ ସୀମା ଥିବା କାରଣରୁ ଏହିସବୁ ଆକାଉଣ୍ଟକୁ ଦେୟ ପ୍ରଦାନରେ ସମସ୍ୟା ସୃଷ୍ଟି ହୋଇଛି। ଏଥି ସହ ପଞ୍ଜିକରଣବେଳେ ନିଷ୍କ୍ରିୟ ଆକାଉଣ୍ଟ ପ୍ରଦାନ, ଆଧାର ସଂଯୋଗ ନଥିବା ଓ ଇ-କେୱାସି ହୋଇନଥିବା ଆକାଉଣ୍ଟକୁ ଏହି ଦେୟ ପ୍ରଦାନରେ ସମସ୍ୟା ଦେଖାଦେଉଛି। ମାତ୍ର ରାଜ୍ୟ ସରକାର ଏସବୁର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାସ୍ତରରେ କ୍ଷେତ୍ର ଅଧିକାରୀମାନେ ସଂପୃକ୍ତ ଚାଷୀମାନଙ୍କ ସହ ନିରନ୍ତର ଯୋଗାଯୋଗରେ ରହିବା ସହ ସେମାନଙ୍କ ଆକାଉଣ୍ଟ ଥିବା ବ୍ୟାଙ୍କଗୁଡ଼ିକ ସହ ସଂପର୍କରେ ଅଛନ୍ତି। ଯେପରି କୌଣସି ଯୋଗ୍ୟ ଚାଷୀ ତାଙ୍କର ପ୍ରାପ୍ୟ ପାଇବାରୁ ବଞ୍ଚିତ ନ ହୁଅନ୍ତି, ସେଥି ପ୍ରତି ସରକାର ସଜାଗ ଅଛନ୍ତି।

ଦେୟ ପ୍ରଦାନ କ୍ଷେତ୍ରରେ ଦୃଢ଼ ସ୍ୱଚ୍ଛତା ପ୍ରକ୍ରିୟା ଅବଲମ୍ବନ କରାଯାଇ ପ୍ରଥମ ଥର ପାଇଁ ଆଧାର ସଂଯୋଗ ଥିବା ଇ-କେୱାସି ପେମେଣ୍ଟ ବ୍ୟବସ୍ଥା ଗ୍ରହଣ କରାଯାଇଛି, ଯାହା ଦ୍ୱାରା ପି-ପାସ୍ (ପ୍ୟାଡ଼ି ପ୍ରୋକୁ୍ୟରମେଣ୍ଟ ଅଟୋମେସନ୍ ସିଷ୍ଟମ୍) ବ୍ୟବସ୍ଥା ସହ ସଂଯୋଗ ଥିବା ଆକାଉଣ୍ଟକୁ ସଂପୃକ୍ତ ଚାଷୀଙ୍କ ଦେୟ ପ୍ରଦାନ କରାଯାଉଛି। ଏଥି ସହ ପ୍ରତ୍ୟେକ ଅଭିଯୋଗର ସମାଧାନ ପାଇଁ ଦେୟମୁକ୍ତ ନମ୍ବର ୧୯୬୭ ମଧ୍ୟ ଖୋଲାଯାଇଛି। ଏଠାକୁ ଆସୁଥିବା ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ସହ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରାଯାଉଛି।

Digital Mode Paddy Farmers Receive Payments
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026

OTT ପ୍ଲାଟଫର୍ମରେ ହଇଚଇ ସୃଷ୍ଟି କରୁଛି ୨ ଘଣ୍ଟା ୨୦ ମିନିଟର ତାମିଲ ଫିଲ୍ମ

April 21, 2026
Latest News

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026

OTT ପ୍ଲାଟଫର୍ମରେ ହଇଚଇ ସୃଷ୍ଟି କରୁଛି ୨ ଘଣ୍ଟା ୨୦ ମିନିଟର ତାମିଲ ଫିଲ୍ମ

April 21, 2026

ଭୋଟର ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ଯାଞ୍ଚ ନିର୍ଦ୍ଦେଶ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.