ନୂଆଦିଲ୍ଲୀ: ଆଜି ୨୦୨୬ ଟି-୨୦ ବିଶ୍ୱକପ୍ ରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୭୫ ରନ କରିଛି। ଇଶାନ କିଶାନ ୪୦ ବଲରୁ ୧୦ ଚୌକା ଏବଂ ୩ ଛକା ସହାୟତାରେ ୭୭ ରନ କରିଛନ୍ତି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୨୯ ବଲରେ ୩୨ ରଣ କରିଥିବା ବେଳେ ତିଲକ ବର୍ମା ୨୪ ବଲରେ ୨୫ ରନ, ଶିବମ ଦୁବେ ମଧ୍ୟ ୧୭ ବଲରୁ ଗୁରୁତ୍ୱପୂର୍ଣ୍ଣ ୨୭ ରନ କରିଛନ୍ତି। ଏହା ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ସର୍ବାଧିକ ସ୍କୋର।
ପାକିସ୍ତାନ ପାଇଁ ସିୟାମ ଆୟୁବ ୪ ଓଭରରେ ୨୫ ରନ ଦେଇ ସର୍ବାଧିକ ୩ ଟି ୱିକେଟ ନେଇଥିବା ବେଳେ ଉସମାନ ତାରିକ ଚାରି ଓଭରରେ ୨୪ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ।


