Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ
ଆଜିର ଖବର

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Cyber crime
‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ‘ଅପରେସନ ସାଇବର କବଚ’ ଦଶମ ଦିନରେ ଜୋରଦାର ଭାବେ ଜାରି ରହିଛି।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏସ୍‌.ପି. ଓ ଡି.ସି.ପି.ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସାଇବର କ୍ରାଇମ୍ ୟୁନିଟ୍‌ମାନଙ୍କ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସାଇବର କ୍ରାଇମ୍ ୟୁନିଟ୍, ସିଆଇଡି କ୍ରାଇମ୍ ବ୍ରାଞ୍ଚ ଏହି ସମଗ୍ର ଅପରେସନର ସମନ୍ୱୟ ରକ୍ଷା କରୁଛନ୍ତି । ସାଇବର ଅପରାଧୀଙ୍କ ଆର୍ଥିକ ଭିତ୍ତିଭୂମିକୁ ଦୁର୍ବଳ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ।

ଏପର୍ଯ୍ୟନ୍ତ ‘ଅପରେସନ ସାଇବର କବଚ’ ଅଧୀନରେ ସମଗ୍ର ରାଜ୍ୟରେ ମୋଟ ୩,୬୨୫ଟି ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଛି। ମୋଟ ୨୭୫ଟି ମ୍ୟୁଲ୍ ଆକାଉଣ୍ଟ ସମ୍ପର୍କିତ ମାମଲା, ୮ଟି ଚେକ୍ ଉଠାଣ ମାମଲା ଏବଂ ୭ଟି ନକଲି ସିମ୍ PoS ଯାଞ୍ଚ ସମ୍ପର୍କିତ ମାମଲା ରୁଜୁ ହୋଇଛି। ଏହି ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ୧୮୭ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୧,୦୭୫ଜଣ ସନ୍ଦିଗ୍ଧ ସହାୟକ ଓ ଆକାଉଣ୍ଟଧାରୀଙ୍କୁ (ନୂତନ ମାମଲା ଓ ୮୪ଟି ପୁରୁଣା ଏଫ୍‌.ଆଇ.ଆର୍) ଆଇନଗତ ନୋଟିସ୍ ଜାରି କରାଯାଇଛି।

ଏହି ଅଭିଯାନ ସମୟରେ ଜଗତସିଂହପୁର ଜିଲ୍ଲା ପୋଲିସ ୨୦ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ସାଇବର ମାମଲା ରୁଜୁ କରିଛି। ସେହିପରି ଯାଜପୁର ଜିଲ୍ଲା ପୋଲିସ ୪୪ଟି ଆକାଉଣ୍ଟ ଯାଞ୍ଚ କରି ୪ଟି ମାମଲା ରୁଜୁ କରି ୪୭ଜଣଙ୍କୁ ନୋଟିସ୍ ଜାରି କରିଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ୮୮ଟି ଆକାଉଣ୍ଟ ଯାଞ୍ଚ କରି ୫ଟି ମାମଲା ରୁଜୁ କରି ୬୭ଜଣଙ୍କୁ ନୋଟିସ୍ ଜାରି କରିଛି। ଖୋର୍ଦ୍ଧା ଜିଲ୍ଲା ପୋଲିସ ୯୮ଟି ଆକାଉଣ୍ଟ ଯାଞ୍ଚ କରି ୬ଟି ମାମଲା ରୁଜୁ କରି ୨ଜଣଙ୍କୁ ନୋଟିସ୍ ଜାରି କରିଛି।

ପୁରୀ ଜିଲ୍ଲା ପୋଲିସ ୭୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ମ୍ୟୁଲ୍ ବ୍ୟାଙ୍କ ସମ୍ପର୍କିତ ୪ଟି ଓ ଚେକ୍ ଉଠାଣ ସମ୍ପର୍କିତ ୧ଟି ମାମଲା ରୁଜୁ କରି ୬ଜଣ ଅଭିଯୁକ୍ତ ଗିରଫ କରିଛି ଏବଂ ୧୫ଜଣଙ୍କୁ ନୋଟିସ୍ ଜାରି କରିଛି।

ସେହିପରି ଭାବେ ବଲାଙ୍ଗିର, ଝାରସୁଗୁଡ଼ା, କେନ୍ଦୁଝର, ରାଉରକେଲା, ଭଦ୍ରକ, ମୟୂରଭଞ୍ଜ, ୟୁପିଡି ଭୁବନେଶ୍ୱର, ବ୍ରହ୍ମପୁର, ଗଜପତି, ଗଞ୍ଜାମ, ଅନୁଗୁଳ, କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ରାୟଗଡ଼ା, କଟକ, ନୟାଗଡ, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ବୌଦ୍ଧ, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ଦେବଗଡ଼, ଢେଙ୍କାନାଳ ଆଦି ସମସ୍ତ ଜିଲ୍ଲାରେ ବେନାମୀ ଆକାଉଣ୍ଟ ଯାଞ୍ଚ, ମାମଲା ରୁଜୁ, ଗିରଫ ଓ ନୋଟିସ୍ ଜାରି କରାଯାଇଛି।

ରାଜ୍ୟବାସୀଙ୍କ ଡିଜିଟାଲ କାରବାରର ସୁରକ୍ଷା ପାଇଁ ଓଡ଼ିଶା ପୋଲିସ ସର୍ବଦା ପ୍ରତିଶ୍ରୁତିବଦ୍ଧ। ସାଇବର ଅପରାଧ ମୁକ୍ତ ଓଡ଼ିଶା ଗଠନ ପାଇଁ ଏହି ଅଭିଯାନ ଆଗାମୀ ଦିନରେ ଆହୁରି କଡ଼ାକଡ଼ି ହେବ ବୋଲି ଡିଜିପି ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି।

ଅପରେସନ ସାଇବର କବଚ ଯୋଗେଶ ବାହାଦୁର ଖୁରାନିଆ ସାଇବର ଅପରାଧ
Share. Facebook Twitter LinkedIn Email WhatsApp Copy Link

Related Posts

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026
Latest News

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.