ବାଣପୁର: ଓଡ଼ିଶାର ପ୍ରଖ୍ୟାତ ଶାକ୍ତପୀଠ ବାଣପୁରର ଆରାଧ୍ୟାଦେବୀ ମା’ଭଗବତୀଙ୍କ ଦୋଳପର୍ବ ଚ଼ାଚ଼େରୀ ଖିଆ ପବିତ୍ର ଫଗୁଦଶମୀଠାରୁ ଆରମ୍ଭ ହୋଇଯାଇଛି। ଦଶମୀରେ ଭିତର ଫଗୁ। ମା’ଙ୍କ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରେ ବିଜେ ଚଳନ୍ତି ପ୍ରତିମା କାଠିଠାକୁରାଣି ସ୍ତମ୍ଵେଶ୍ଵରୀ, ଶ୍ରୀ ଶ୍ରୀଚନ୍ଦ୍ରଶେଖର ଦେବ, କନକଦୁର୍ଗା, ଶ୍ରୀ ଶ୍ରୀଗୋପୀନାଥ ଦେବଙ୍କଠାରେ ଫଗୁଲାଗିନିତିକାନ୍ତି ସରିଛି। ଦଶମୀଠାରୁ ଦୋଳପୂର୍ଣ୍ଣମୀ ପର୍ଯ୍ୟନ୍ତ ମା’ଙ୍କ ଚ଼ାଚେରୀ ବେଶ। ଲାଲ ରଂଗର ପାଟପତନୀ ଦେହରେ ପଲାଶ କେତକୀଫୁଲରମାଳ ପରିଧାନ କରି ଚାଚ଼େରୀକୁ ବିଜେ କରନ୍ତି ମା’। ଏକାଦଶୀ ତିଥିରରାତ୍ରଦ୍ୱିତୀୟ ପ୍ରହରରେ ଶ୍ରୀ ଶ୍ରୀରଙ୍କ ନାଥ ଦେବ, ଶ୍ରୀ ଶ୍ରୀରଘୁନାଥ ଦେବଙ୍କ ସହିତ ସାମିଲ ହୋଇ ପରମ୍ପରାକ୍ରମେ ପୂର୍ବଦିଗବିଷରପାଟଣାଗାଁଶେଷମୁଣ୍ଡଯାଏଁ ଯାଇ ସେଠାରୁ ଫେରିବା ବାଟରେ ପରିଚ୍ଛାଙ୍କ ଦୁଆରେ ଚ଼ାଚ଼େରୀରେ ମୁଆଁ, ଚଣା, ଶାକର, ଫଳମୂଳ ଇତ୍ୟାଦି ଲାଗି ହୋଇ ମନ୍ଦିରକୁ ମଧ୍ୟରାତ୍ରରେ ଫେରିଆସିବାପରେ ବଡ଼ସିଂହାର ହୋଇ ପହଡ଼ ପଡ଼େ।
ସେହିପରି ଦ୍ଵାଦଶୀର ରାତ୍ରଦ୍ଵିତୀୟ ପ୍ରହରରେ ମା’ ସାମିଲ ଠାକୁରଙ୍କ ସହିତ ମନ୍ଦିରର ପଶ୍ଚିମ ଦିଗକୁ ଯାତ୍ରା କରି ପୁଣି ପିତ୍ରାଳୟକୁ ଫେରିଆସନ୍ତି। ତ୍ରୟୋଦଶୀ ତିଥିରେ ଶାସନବାଡ଼ି ଠାକୁରଙ୍କ ମିଳିତଚାଚେରୀ ନିମନ୍ତ୍ରଣ ଯାତ୍ରା। ଏହା ବାଣପୁରର ନିଆରା ତ୍ରୟୋଦଶୀ ଯାତ୍ରା ଭାବରେ ଧୁମ୍ ଧାମରେ ପାଳନ କରାଯାଏ। ମା’ଙ୍କ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଆଠବ୍ରାହ୍ମଣ ଶାସନ ମଧ୍ୟରୁ୬ଶାସନର ଆରାଧ୍ଯଦେବାଦେବୀଙ୍କ ମା’ଭଗବତୀଙ୍କୁ ନିମନ୍ତ୍ରଣ କରିବାର ଯାତ୍ରା। ଅଚ୍ୟୁତ ରାଜପୁର, ଶ୍ରୀନିବାସପୁର, ତୁଳସୀଦେଇପୁର, ପାଟପୁର। କୋଟ ବିଦ୍ୟାଧରପୁର ଏବଂ ଗୋପାଳପୁର ପରିଶାସନ ବାଡ଼ିମାନଙ୍କର ବିଜେ ଶ୍ରୀ ବାଲୁଙ୍କେଶ୍ଵର ଦେବ, ଶ୍ରୀକପିଳେଶ୍ଵର ଦେବ, ଶ୍ରୀଗୋପୀନାଥ ଦେବ ଶ୍ରୀ ଶ୍ରୀ କମଳେଶ୍ଵରଦେବ, ଶ୍ରୀଶ୍ରୀ ନୀଳକଣ୍ଠେଶ୍ଵର ଦେବ, ବୁଢ଼ା କପିଳେଶ୍ଵର ଦେବ, ଶ୍ରୀଶ୍ରୀ ବାଲୁଙ୍କେଶ୍ଵରଦେବ, ଶ୍ରୀ ଶ୍ରୀ ଗୋପୀନାଥ ଦେବ ମା’କନକ ଦୁର୍ଗା ଏବଂ ସାରୁବାରିପଦରର ବିଜେ ଶ୍ରୀ ଶ୍ରୀତୁମ୍ବେଶ୍ଵରଦେବ ମିଳିତ ଭାବରେ ମଧ୍ୟରାତ୍ରରେ ନିମନ୍ତ୍ରଣ ନେଇ ଥାଟ ପଟୁଆର , ବାଜାରୋଷଣିସହବାଣପୁର ବଜାରରେ ବିଜେକରି ଅପେକ୍ଷା କରନ୍ତି।
ଏଣେ ମା’କାଠି ଠାକୁରାଣି ପୁଣି ପୂର୍ବଦିଗ ଯାତ୍ରା ସାରି ବଜାରରେ ଅପେକ୍ଷାରତ ଶାସନବାଡ଼ି ଠାକୁର ଠାକୁରାଣିଙ୍କ ନିମନ୍ତ୍ରଣରକ୍ଷାକରି ସେମାନଙ୍କୁ ଥାଟ ପଟୁଆରରେବିଦାୟ ଦେବାକୁ ନିଜର ମନ୍ଦିର ପର୍ଯ୍ୟନ୍ତ ଯାତ୍ରା କରି ରାତ୍ରିର ଶେଷ ପ୍ରହରରେ ପିତ୍ରାଳୟକୁ ଫେରିପହୁଡ଼ ହେ ବୋ ସେହିପରି ଚତୁର୍ଦ୍ଦଶୀରେ ରାତ୍ର ଦୁଇ ପ୍ରହରରେ ଶାସନ ବାଡିକୁ ଯାଇ ଚ଼ାଚେରୀଭୋଗ ଖାଇଖାଇପୂର୍ଣ୍ଣମୀ ଦିନ ରାତ୍ର ପ୍ରଥମ ପ୍ରହରରେ ପରିଛାଙ୍କ ଦୁଆରେ ଚାଚେରୀ ସାରୀ ରାଜା ଗ୍ନିପରେ ମନ୍ଦିରକୁ ଫେରି ନିଶଙ୍କୁଡ଼ି ଧୂପ ପରେ ଦୋଳବେଦିକୁ ବିଜେ କରିବା କଥା।
ଚଳିତ ବର୍ଷ ଦୋଳ ପୂର୍ଣ୍ଣମୀ ମଙ୍ଗଳବାର ଦିନ କେତୁ ଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ଉକ୍ତକ୍ତଦିନ ସକାଳ ୬ଟା ୯ମିନିଟରୁ ସଂଧ୍ୟା ୬ଟା୪୭ ମିନିଟ୍ ପର୍ଯ୍ୟନ୍ତ ଦେବନୀତି ବନ୍ଦ ହେଉଥିବାରୁ ମା’କାଠିଠାକୁରାଣି ଚତୁର୍ଦ୍ଦଶୀ ତା୨-୩-୨୬ରିଖ ସୋମବାର ଦିବା ୧୧ଘଟିକାରୁ ଶ୍ରୀ ଶ୍ରୀ ଉମା ମହେଶ୍ୱର ଦେବ ବିଜେ ବାଲୁଗାଁଦକ୍ଷେଶ୍ଵର ମନ୍ଦିରରେ ପହଞ୍ଚିବାପରେ ମା’ ଶାସନ ବାଡିକୁ ଯାତ୍ରା କରି ତିନିଶାସନର ଚ଼ାଚ଼େରୀ ନିତିସାରି ରାତ୍ର ୯ଘଟିକାରେ ପରିଚ୍ଛାଙ୍କ ଦୁଆରେ ଚ଼ାଚ଼େରୀ ଖିଆ ପରେ ରାତ୍ର ୧୧.୩୦ଘଟିକାରେ ଅଗିରାଗୋହିରୀପଡ଼ିଆକୁ ବିଜେ କରି ରାଜାଗ୍ନି ପରେ ଶ୍ରୀ ଶ୍ରୀ ଉମାମହେଶ୍ଵର ଦେବଙ୍କୁ ବିଦାୟ ଦେଇ ମଧ୍ୟରାତ୍ରରେ ମନ୍ଦିରକୁ ଫେରିବଡସିଂହାର ପରେ ପହୁଡ଼ଯିବେ।
ପୁଣି ପୂର୍ଣ୍ଣମୀ ଦିନ ଗ୍ରହଣ ସର୍ବ ମୋକ୍ଷ ପରେ ମହାସ୍ନାନ ହୋଇ ମନ୍ଦିର ଶୋଧ ପରେ ସଂଧା ୭ ଘଟିକାରୁ ଉକ୍ତଦିନରଅବକାଶ ଖଇଧୂପ, ଶଙ୍କୁଡ଼ି, ନିଶଂକୁଡ଼ିଧୂପସାରି ରାତ୍ରଦ୍ୱିତୀୟ ପ୍ରହରରେ ଦୋଳିକୁ ବିଜେ କରିବାପରେ ଗଣକ ନୂତନ ପାଞ୍ଜି ପଠନ କରିବେ ବୋଲି ନିଯୋଗୀ ବୈଠକରେ ସ୍ଥିର ହୋଇଥିବା କଥା ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ସୂଚନା ଦେଇଛନ୍ତି।


