ଭୁବନେଶ୍ଵର: ସମ୍ପ୍ରତି ଓଡ଼ିଶାର ରାଜ୍ୟସଭା ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଚତୁର୍ଥ ଆସନ ପାଇଁ ସମ୍ବିଧାନ, ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା ପ୍ରତି ଅଙ୍ଗୀକାରବଦ୍ଧ ଥିବା ଜଣେ ଖ୍ୟାତନାମା ସ୍ବାଧୀନ ପ୍ରାର୍ଥୀଙ୍କୁ ଚୟନ କରିବା ଏବଂ ସମର୍ଥନ ଦେବା ପାଇଁ ସି ପି ଆଇ (ଏମ୍) ଓଡ଼ିଶା ରାଜ୍ୟ କମିଟି ତରଫରୁ ଆହ୍ଵାନ ଦିଆଯାଇଛି। ଏଥିପାଇଁ ବିଜେପି ବିରୋଧରେ ସି ପି ଆଇ (ଏମ୍), କଂଗ୍ରେସ ଓ ବିଜେଡି ସମର୍ଥନରେ ସହମତିପୂର୍ଣ୍ଣ ଉପଯୁକ୍ତ ସ୍ଵାଧୀନ ପ୍ରାର୍ଥୀ ଚୟନ ପାଇଁ ସି ପି ଆଇ (ଏମ୍) ଯଥାର୍ଥ ଭୂମିକା ପାଳନ କରିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି। କଂଗ୍ରେସ ଏବଂ ବିଜେଡ଼ି ଏହି ଲକ୍ଷ୍ୟରେ ଆଗେଇ ଆସିବା ପାଇଁ ସି ପି ଆଇ (ଏମ୍) ଓଡ଼ିଶା ରାଜ୍ୟ କମିଟି ଆହ୍ବାନ କରିଛି।
କୌଣସି ପରିସ୍ଥିତିରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ବିଜେପିର ସମର୍ଥନ ରହିଥିବା କୌଣସି ପ୍ରାର୍ଥୀଙ୍କୁ ସି.ପି. ଆଇ.(ଏମ୍) ସମର୍ଥନ କରିବ ନାହିଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି।


