କଟକ: ଆଜି ଦହିବରା ଆଳୁଦମ ଦିବସ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଶ୍ ଉତ୍ସାହର ସହ ଏହି ଦିବସ ପାଳନ କରାଯାଇଛି। କଟକ ବାଲିଯାତ୍ରା ତଳପଡ଼ିଆ କଟକ ଇନ୍ କଟକ ଠାରେ ଏଥିପାଇଁ ମେଳା ଲାଗିଛି। ଏଥିରେ ଦହିବରା ବ୍ୟବସାୟୀମାନେ ଅଂଶ ଗ୍ରହଣ କରିବା ସହ ଷ୍ଟଲ ଖୋଲି ଗ୍ରାହକଙ୍କୁ ସ୍ଵତନ୍ତ୍ର ସ୍ୱାଦର ଦହିବରା ପରଷି ଦେଉଛନ୍ତି।
କଟକର ଦହିବରା ଆଳୁଦମ ଜାତୀୟ ସ୍ତରରେ ବେଶ୍ ପ୍ରସିଦ୍ଧି ଲାଭ କରିଥିବା ବେଳେ ଜି.ଆଇ. ଟ୍ୟାଗ୍ ମାନ୍ୟତା ମିଳିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ଅବସରରେ ଆୟୋଜିତ ଉତ୍ସବରେ ଜିଲ୍ଲା ପ୍ରଶାସନ ପକ୍ଷରୁ କେତେକ ଦହିବରା ବ୍ୟବସାୟୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ଉତ୍ସବରେ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଧେ, ମେୟର ସୁବାସ ସିଂ, ଅଭିନେତା ଶ୍ରୀତମ ଦାସ, ଅରିନ୍ଦମ ରାଏ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।


