Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡି ଓ ବିଜେପି, କେବେ ଲଭ ଷ୍ଟୋରି, ତ ପୁଣି କେବେ ହେଟ ଷ୍ଟୋରି, ମଝିରେ ଆମେ ଓଡିଶାବାସୀ ମୂକ ଦର୍ଶକ ମାତ୍ର!!
ବିଶେଷ ଖବର

ବିଜେଡି ଓ ବିଜେପି, କେବେ ଲଭ ଷ୍ଟୋରି, ତ ପୁଣି କେବେ ହେଟ ଷ୍ଟୋରି, ମଝିରେ ଆମେ ଓଡିଶାବାସୀ ମୂକ ଦର୍ଶକ ମାତ୍ର!!

August 13, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ବଲିଉଡରେ ଆଜିକାଲି ଲଭ ଷ୍ଟୋରି ବା ପ୍ରେମ କାହାଣୀ ଆଉ ବେଶୀ ଚାଲୁନି। ବଜାରରେ ଏବେ ହେଟ ଷ୍ଟୋରି ବା ବିଦ୍ଵେଷର ସମୟ। ଏବେ ବଲିଉଡରେ ହେଟ ଷ୍ଟୋରି , ଏକ, ଦୁଇ, ତିନ….ଏମିତି ଗୋଟେ ପରେ ଗୋଟେ ସିନେମା ତିଆରି ହେଉଛି। ଓଡିଶା ରାଜନୀତିରେ କିନ୍ତୁ ଲଭ ଷ୍ଟୋରି ଓ ହେଟ ଷ୍ଟୋରି ହାତ ଧରାଧରି ହୋଇ ଚାଲିଛନ୍ତି। ଓଡିଶାରେ ଶାସନ କରୁଥିବା ବିଜୁ ଜନତା ଦଳ ଓ କେନ୍ଦ୍ରରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟି ଭିତରେ ନିର୍ବାଚନ ସମୟର ହେଟ ଷ୍ଟୋରି ସୁପର ହିଟ ନାଟକ ଥିଲା। ସେତେବେଳେ ବିଜେପିର ଜାତୀୟ ସଭାପତି ଯାତ୍ରାମାର୍କା ଡାଇଲଗ ମାରି କହୁଥିଲେ- ନବୀନ ବାବୁ ପୋଡା ଟ୍ରାନ୍ସଫର୍ମର, ତାଙ୍କୁ ଓପାଡି ସମୁଦ୍ରକୁ ଫୋପାଡି ଦିଅ। ଓଡିଶାରୁ ମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ କଥା କଥାକେ ନବୀନ ସରକାରକୁ ଅପାରଗ ଓ ସ୍ଥାଣୁ ବୋଲି କହି ମାଇକ ଫଟାଇ ଦେଉଥିଲେ। ଏପଟେ ବିଜେଡି ମୁଖପାତ୍ରମାନେ ମଧ୍ୟ ରାତି ଦିନ ବିଜେପିକୁ ବାଣ ମାରିଚାଲିଥିଲେ। ତେବେ ନିର୍ବାଚନ ଫଳ ପ୍ରକାଶ ପାଇଲା ପରେ ହଠାତ ବହି ବଦଳିଗଲା। ହେଟ ଷ୍ଟୋରି ର ନୂଆ ପୋଷ୍ଟର ବାହାରିଲା- ବିଜେଡି ବିଜେପି କୋଲାକୋଳି- ପୁରା ବୋବାଲ ଲଭ ଷ୍ଟୋରି।

ଲୋକସଭାର ପ୍ରଥମ ଅଧିବେଶନରେ ଏ ପ୍ରେମ କାହାଣୀ ଆହୁରି ସୁନ୍ଦର ଦିଶିଲା। ଲାଗିଲା, ବିଜେଡି ଆଉ ବିଜେପି ଭିତରେ ଅନାବିଳ ପ୍ରେମ ରହିଛି। ବିଜେପି ଯାହା କହିଲା ବିଜେଡି ହଁ ଭରିଲା। ସବୁ କଥାରେ ବିଜେପି ବିଜେଡ଼ିକୁ ସମର୍ଥନ ମାଗିବା ଆଗରୁ ବିଜେଡି ନିଜକୁ ସମର୍ପଣ କରି ଦେଉଥିଲା। ବିଧାନସଭାରେ ବିଜେଡ଼ିର ପ୍ରଚଣ୍ଡ ବହୁମତ ସତ୍ତ୍ୱେ ବିଜେପିକୁ ଏକ ରାଜ୍ୟସଭା ଆସନ ବିଜେପିକୁ ଛାଡିଦେଲା। ଏହାର କାରଣ ଏବେ ସ୍ପଷ୍ଟ ଜଣାପଡୁଛି। ରାଜ୍ୟସଭାରେ ନିଜକୁ ସଂଖ୍ୟା ଗରିଷ୍ଠ କରିବା ଲାଗି ବିଜେପି ବିକାକିଣାର ଏକ ବଜାର ଖୋଲିଛି। ଆଉ ଏହି ବିକାକିଣା ଓ ନେଣଦେଣ ଭିତରେ ବିଜେଡି ନିଜକୁ ସାମିଲ କରିଛି। ଓଡିଶାର ସ୍ଵାର୍ଥ କଥା କହି ଓଡ଼ିଶାର ଜନମତକୁ ବିଜେଡି ବିଜେପି ପାଖରେ ବନ୍ଧା ପକେଇଦେଇଛି।

ଏଇ ଦୁଇ ଦଳ ଭିତରେ ଅନାବିଳ ପ୍ରେମ ସମ୍ପର୍କର ଉଦାହରଣ ସଂସଦରେ ସୂଚନା ଅଧିକାର ଆଇନ ଓ ଜାମୁ କଶ୍ମୀରରୁ ୩୭୦ ଉଚ୍ଛେଦ ଆଲୋଚନା ବେଳେ ସ୍ପଷ୍ଟ ହୋଇଗଲା। ରାଜ୍ୟସଭାରେ ପ୍ରସନ୍ନ ଆଚାର୍ୟ ଓ ଲୋକସଭାରେ ପିନାକୀ ମିଶ୍ର କହିଲା ବେଳେ ଗୃହ ମନ୍ତ୍ରୀ ଅମିତ ଶାହ ଯେମିତି ତାଳି ମାରୁଥିଲେ, ସେଥିରୁ ମନେ ହେଉଥିଲା, ଯେମିତି ବିଜେଡି ଆଉ ବିଜେପି ଗୋଟେ ମା ପେଟର ଭାଇ। ପ୍ରସନ୍ନ ବାବୁତ କଶ୍ମୀର ସମ୍ପର୍କରେ ଯାହା କହିଲେ ତାହା ସଂଘ ପରିବାରର କଥା ଇ ଥିଲା। (ଅବଶ୍ୟ ପ୍ରସନ୍ନ ବାବୁ ମୂଳତଃ ସଂଘ ପରିବାରର ଛାତ୍ର ସଂଗଠନ  ଅଖିଳ ଭାରତୀୟ  ବିଦ୍ୟାର୍ଥୀ ପରିଷଦରୁ ନିଜର ରାଜନୀତି ଆରମ୍ଭ କରିଥିଲେ।) ସବୁ କଥାରେ ବିଜେପିକୁ ନିଃସର୍ତ୍ତ ସମର୍ଥନ କରି ବିଜେଡି ପାଇଲା କଣ?

ଇତି ମଧ୍ୟରେ କେନ୍ଦ୍ର ସରକାର ରାଜ୍ୟ ପାଇଁ ଆସୁଥିବା ବହୁ କେନ୍ଦ୍ରୀୟ ଅନୁଦାନକୁ କାଟ କରିଛନ୍ତି ଓ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ଗ୍ରହଣ କରିନେଉ ବୋଲି ପ୍ରବଳ ଚାପ ପକାଉଛନ୍ତି। ତଥାପି ବିଜେଡି ନୀରବ। ତାରି ଭିତରେ ବିଜେପି ତରଫରୁ ଲଭ ଷ୍ଟୋରିକୁ ପ୍ରତ୍ୟାଖ୍ୟାନ କରି ହଠାତ ନୂଆ ଏକ ହେଟ ଷ୍ଟୋରି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ମାଧ୍ୟମରେ ଲେଖାଯାଇଛି। ବିଜେପିର ସଭ୍ୟ ସଂଗ୍ରହ ଅଭିଯାନରେ ସାମିଲ ହୋଇ ଶିବରାଜ ରାଜ୍ୟ ସରକାରଙ୍କ ଅବସ୍ଥା ବାର ବଜେଇ ଦେଇଛନ୍ତି। ଅର୍ଥାତ ସଂସଦ ଅଧିବେଶନ ସରିଲା କ୍ଷଣି- ଏବେ ଲଭ ଷ୍ଟୋରି ବଦଳରେ ହେଟ ଷ୍ଟୋରିର ଆରମ୍ଭ! ନେହେରୁ ଓ ନବୀନଙ୍କୁ ଗାଳି କରି ଶିବରାଜ ଗୋଟେ ଭଲ ନାଟକ କରିକି ଯାଇଛନ୍ତି। ଏବେ ବିଜେଡି ବୁଝିପାରୁନି, ଆଗକୁ କରିବ କଣ?

ବିଜେପିର ଏ ନୂଆ କାହାଣୀ ଦେଖି ସେଇ ଦଳରେ ବଡ କଷ୍ଟରେ ପଡି ରହିଥିବା ବିଜେଡ଼ିର ପୁରୁଣା ନେତାଙ୍କ ଭିତରେ କିଛିଟା ଆଶାର ସଂଚାର ହୋଇଛି। ବୈଜୟନ୍ତ ପଣ୍ଡାଙ୍କ ପୋର୍ଟାଲ ଲେଖିଛି- “ଫର୍ମକୁ ଫେରିଲା ବିଜେପି, ବିଜେଡି ଚିନ୍ତାରେ”। ତା ମାନେ ବିଜେପିର ଫର୍ମ ନଥିଲା। ଏବେ ଖେଳ ନୂଆ କରି ଜମିବ ବୋଲି ଲୋକେ ଉଦ୍ବିଗ୍ନ। ହେଲେ ସତ କଥା ହେଉଛି, ନବୀନ ବାବୁ ବିଲକୁଲ କେନ୍ଦ୍ର ସରକାରର କୌଣସି କଥାକୁ ନା କରିବେ ନାହିଁ। କେନ୍ଦ୍ର ସରକାର ବିରୋଧୀ ଶାସିତ ରାଜ୍ୟ ଗୁଡିକ ଉପରେ ଯେଉଁ ପ୍ରକାର ଆକ୍ରାମକ ଓ ଭୟଙ୍କର ଦମନ ଆରମ୍ଭ କରିଛନ୍ତି, ତାକୁ ଆଖିରେ ରଖି ନବୀନ ବାବୁ ନିଜକୁ ସୁରକ୍ଷିତ ରଖିବାକୁ ଚାହାନ୍ତି। କାଲି ଯଦି ବିଜପି ପଶ୍ଚିମବଙ୍ଗ ପରି ପରିସ୍ଥିତି ଓଡିଶାରେ ସୃଷ୍ଟି କରେ, ନବୀନ ବାବୁ ତାର ମୁକାବିଲା କରିପାରିବେ ନାହିଁ। ତେଣୁ ବିଜେପିକୁ ଅଳ୍ପରେ ସନ୍ତୁଷ୍ଟ କରିବାକୁ ନବୀନ ଚାହୁଁଛନ୍ତି।

ହେଲେ ନବୀନ ବାବୁ ବୁଝିବା ଦରକାର ଯେ, ସେ ଯେତେ ପ୍ରେମ ଓ ଭାଇଚାରାର କଥା କହିଲେ ମଧ୍ୟ, ସୁଯୋଗ ଆସିଲା କ୍ଷଣି କେନ୍ଦ୍ର ସରକାର ରାଜ୍ୟ ସରକାରକୁ ମାଡି ବସିବେ ଓ ସେତେବେଳେ ବିଜେଡି ନିଜର ଅସ୍ତିତ୍ଵ ବଞ୍ଚାଇବା ଭଳି ସ୍ଥିତିରେ ନଥିବ!!

Share. Facebook Twitter LinkedIn Email WhatsApp Copy Link

Related Posts

ସଂସଦରେ ପାସ୍ ହେଲା ପ୍ରଶ୍ନ ପତ୍ର ପ୍ରଘଟ ବିରୋଧୀ ବିଲ୍: ଭିଡିଓ ଜାରି କଲେ ପ୍ରଧାନମନ୍ତ୍ରୀ

July 31, 2026

ପଶ୍ଚିମ ଏସିଆ ପରିସ୍ଥିତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିସିଏସ୍ ବୈଠକ

July 31, 2026

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

July 30, 2026
Latest News

ସଂସଦରେ ପାସ୍ ହେଲା ପ୍ରଶ୍ନ ପତ୍ର ପ୍ରଘଟ ବିରୋଧୀ ବିଲ୍: ଭିଡିଓ ଜାରି କଲେ ପ୍ରଧାନମନ୍ତ୍ରୀ

July 31, 2026

ପଶ୍ଚିମ ଏସିଆ ପରିସ୍ଥିତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିସିଏସ୍ ବୈଠକ

July 31, 2026

ଆଜି ଜୁଲାଇ ୩୧ ତାରିଖରେ କ’ଣ ରହିଛି ଆପଣଙ୍କର ରାଶିଫଳ?, ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

July 31, 2026

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.