Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସରକାର ଏଗ୍ରିଷ୍ଟାକ୍‌ ମାଧ୍ୟମରେ କୃଷି ପାଇଁ ଏକ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ବିକଶିତ କରୁଛି: ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ସରକାର ଏଗ୍ରିଷ୍ଟାକ୍‌ ମାଧ୍ୟମରେ କୃଷି ପାଇଁ ଏକ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ବିକଶିତ କରୁଛି: ପ୍ରଧାନମନ୍ତ୍ରୀ

March 7, 2026No Comments5 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ
ସରକାର ଏଗ୍ରିଷ୍ଟାକ୍‌ ମାଧ୍ୟମରେ କୃଷି ପାଇଁ ଏକ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ବିକଶିତ କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “କୃଷି ଏବଂ ଗ୍ରାମୀଣ ରୂପାନ୍ତରଣ” ବିଷୟ ଉପରେ ପର୍ଯ୍ୟବେଶିତ ତୃତୀୟ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଥିଲେ। ପ୍ରଯୁକ୍ତିବିଦ୍ୟା ଏବଂ ଅର୍ଥନୈତିକ ବିକାଶ ଉପରେ ପର୍ଯ୍ୟବେଶିତ ପୂର୍ବ ଅଧିବେଶନଗୁଡ଼ିକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବଜେଟ୍ ଗଠନ ସମୟରେ ଅଂଶୀଦାରମାନେ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ। ଏବେ, ବଜେଟ୍ ପରେ, ଦେଶ ଏହାର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରିବା ବି ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ, ଏବଂ ସେଥିପାଇଁ ଆପଣମାନଙ୍କ ପରାମର୍ଶ ବେଶ ଗୁରୁତ୍ବପୂର୍ଣ୍ଣ ଏବଂ ସେହି କାରଣରୁ ଏହି ୱେବିନାରଟି ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ କୃଷି ହେଉଛି ଭାରତୀୟ ଅର୍ଥନୀତିର ମୁଖ୍ୟ ଆଧାର ଏବଂ ଦେଶର ଦୀର୍ଘକାଳୀନ ବିକାଶ ଯାତ୍ରା ପାଇଁ ଏକ ରଣନୈତିକ ସ୍ତମ୍ଭ। ଶ୍ରୀ ମୋଦୀ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଏବଂ ‘ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)’ ସଂସ୍କାର ଭଳି ଅନେକ କାର୍ଯ୍ୟକ୍ରମ ବିଷୟରେ କହିଥିଲେ ଯାହା ଚାଷୀମାନଙ୍କୁ ୧.୫ ଗୁଣ ଲାଭ ପ୍ରଦାନ କରେ। “ଆମ ସରକାର ନିରନ୍ତର କୃଷି କ୍ଷେତ୍ରକୁ ମଜବୁତ କରିଛି”, ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ।

ପ୍ରଧାନମନ୍ତ୍ରୀ ପୂର୍ବରୁ ଥିବା ଯୋଜନାଗୁଡ଼ିକର ସଫଳତା ସମ୍ପର୍କରେ ତଥ୍ୟ ପ୍ରଦାନ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧିନରେ ୧୦ କୋଟି ଚାଷୀ ୪ ଲକ୍ଷ କୋଟିରୁ ଅଧିକ ଟଙ୍କା ପାଇଛନ୍ତି ଏବଂ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ ଅଧୀନରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ବୀମା ଦାବି ସମାଧାନ କରାଯାଇଛି। ଶ୍ରୀ ମୋଦୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ସଂସ୍ଥାଗତ ଋଣ କଭରେଜ୍ ୭୫% ଅତିକ୍ରମ କରିଛି। “ଏପରି ଅନେକ ପ୍ରୟାସ ଚାଷୀଙ୍କ ପାଇଁ ବିପଦ ହ୍ରାସ କରିଛି ଏବଂ ସେମାନଙ୍କୁ ମୌଳିକ ଆର୍ଥିକ ସୁରକ୍ଷା ପ୍ରଦାନ କରିଛି’’ ସେ କହିଥିଲେ।

ଖାଦ୍ୟଶସ୍ୟ ଏବଂ ଡାଲିର ରେକର୍ଡ ଉତ୍ପାଦନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏକବିଂଶ ଶତାବ୍ଦୀର ଦ୍ୱିତୀୟ ତ୍ରୈମାସିକ ଆରମ୍ଭ ସହିତ ଏହି କ୍ଷେତ୍ରକୁ ନୂତନ ଶକ୍ତି ପ୍ରଦାନ କରିବାକୁ ଆହ୍ୱାନ କରିଥିଲେ। ଚଳିତ ବର୍ଷର କେନ୍ଦ୍ର ବଜେଟରେ ଏହି ଦିଗରେ ନୂତନ ପ୍ରୟାସ କରାଯାଇଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ବିଶ୍ୱାସ ପ୍ରକାଶ କରିଥିଲେ ଯେ ୱେବିନାରର ବିଚାର ବିମର୍ଶ ବଜେଟ ବ୍ୟବସ୍ଥାର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବ। ସେ କହିଥିଲେ “ମୁଁ ନିଶ୍ଚିତ ଯେ ଏହି ୱେବିନାରରେ ଆପଣଙ୍କ ମଧ୍ୟରେ ଆଲୋଚନା ଏବଂ ଏଥିରୁ ବାହାରିଥିବା ପରାମର୍ଶଗୁଡ଼ିକ ଯଥାଶୀଘ୍ର ଭୂମିରେ ବଜେଟ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିବ”।

ବଦଳୁଥିବା ବୈଶ୍ବିକ ଚାହିଦା କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଭାରତୀୟ କୃଷିକୁ ରପ୍ତାନି ଭିତ୍ତିକ କରିବାର ଆବଶ୍ୟକତା ଉପରେ ଗୁରୁତ୍ବଆରୋପ କରିଥିଲେ। ଉତ୍ପାଦକତା ଓ ରପ୍ତାନି ସାମର୍ଥ୍ୟ ବୃଦ୍ଧି ଲାଗି ଭାରତର ବିବିଧ ଜଳବାୟୁର ପୂର୍ଣ୍ଣ ଉପଯୋଗ କରିବାକୁ ସେ ନିବେଦନ କରିଥିଲେ। ଏହି ଓ୍ବେବିନାର୍‌ରେ ଆମ କୃଷିକୁ ରପ୍ତାନି-ଭିତ୍ତିକ କରିବା ଉପରେ ସର୍ବାଧିକ ଆଲୋଚନା କରିବା ଜରୁରୀ ବୋଲି ଶ୍ରୀ ମୋଦୀ ମତ ଦେଇଥିଲେ।

ଉଚ୍ଚ ମୂଲ୍ୟଯୁକ୍ତ ଚାଷ ଉପରେ ଗୁରୁତ୍ବ ଦେଇ ପ୍ରଧାନମନ୍ତ୍ରୀ କୋକୋ, କାଜୁ ଏବଂ ଚନ୍ଦନକାଠ ଭଳି ଫସଲର କ୍ଷେତ୍ର-ନିର୍ଦ୍ଦିଷ୍ଟ ପ୍ରୋତ୍ସାହନ ଲାଗି ଘୋଷିତ ବଜେଟ୍ ପ୍ରସ୍ତାବଗୁଡ଼ିକ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଶ୍ରୀ ମୋଦୀ ଉତ୍ତର-ପୂର୍ବରେ ଅଗରକାଠ ଏବଂ ହିମାଳୟ ରାଜ୍ୟଗୁଡ଼ିକରେ ସମଶୀତୋଷ୍ଣ ବାଦାମ ଫସଲର ପ୍ରୋତ୍ସାହନ ପାଇଁ ବଜେଟ୍ ପ୍ରସ୍ତାବ ଉପରେ ମଧ୍ୟ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ରପ୍ତାନି-ମୁଖୀ ଉତ୍ପାଦନ ପ୍ରକ୍ରିୟାକରଣ ଏବଂ ମୂଲ୍ୟସଂଯୁକ୍ତି  ମାଧ୍ୟମରେ ଗ୍ରାମୀଣ ନିଯୁକ୍ତି ସୃଷ୍ଟି କରାଯାଇପାରିବ। ସେ ବିଶେଷ ଭାବରେ କହିଥିଲେ, “ଯଦି ଆମେ ମିଳିତ ଭାବରେ ଉଚ୍ଚ ମୂଲ୍ୟଯୁକ୍ତ କୃଷିର ବିସ୍ତାର କରିବା, ତେବେ ଏହା ଆମ କୃଷିକୁ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କ୍ଷେତ୍ରରେ ପରିଣତ କରିବ”।

ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରୀୟ ବ୍ରାଣ୍ଡିଂ ଏବଂ ଗୁଣାତ୍ମକ ମାନଦଣ୍ଡ ପୂରଣ କରିବା ପାଇଁ ବିଶେଷଜ୍ଞ, ଶିଳ୍ପ ଏବଂ କୃଷକମାନଙ୍କୁ ସାମିଲ କରି ଏକ ସମନ୍ୱିତ ଆଭିମୁଖ୍ୟ ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ। ସେ ସ୍ଥାନୀୟ ଚାଷୀମାନଙ୍କୁ ବିଶ୍ୱ ବଜାର ସହିତ ସଂଯୋଗ କରିବା ପାଇଁ ସ୍ପଷ୍ଟ ଲକ୍ଷ୍ୟ ସ୍ଥିର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଏହି ସମସ୍ତ ବିଷୟ ଉପରେ ଆଲୋଚନା ଏହି ୱେବିନାରର ଗୁରୁତ୍ୱକୁ ଆହୁରି ବୃଦ୍ଧି କରିବ।

ମତ୍ସ୍ୟଚାଷ କ୍ଷେତ୍ରକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମାଛ ଉତ୍ପାଦନକାରୀ। ଆମର ବିଭିନ୍ନ ଜଳଭଣ୍ଡାର ଏବଂ ହ୍ରଦଗୁଡ଼ିକ ବର୍ତ୍ତମାନ ପ୍ରାୟ ୪.୫ ଲକ୍ଷ ଟନ୍ ମାଛ ଉତ୍ପାଦନ କରୁଥିବା ବେଳେ, ଦେଶରେ ଆହୁରି ୨୦ ଲକ୍ଷ ଟନ୍ ମତ୍ସ୍ୟ ଉତ୍ପାଦନର ସମ୍ଭାବନା ରହିଛି। ମତ୍ସ୍ୟଚାଷ ରପ୍ତାନି ଅଭିବୃଦ୍ଧି ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ହୋଇପାରିବ ବୋଲି ସେ କହିଥିଲେ।

ଦେଶର ନୀଳ ଅର୍ଥନୀତିର ସମ୍ଭାବନାକୁ ସାକାର କରିବା ପାଇଁ ମତ୍ସ୍ୟଚାଷ, ଖାଦ୍ୟ ଏବଂ ଲଜିଷ୍ଟିକ୍ସରେ ନୂତନ ବ୍ୟବସାୟ ମଡେଲର ଆବଶ୍ୟକତା ପ୍ରତି ପ୍ରଧାନମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ମତ୍ସ୍ୟ ବିଭାଗ ଏବଂ ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ଦୃଢ଼ ସମନ୍ୱୟ ଲାଗି ପ୍ରୋତ୍ସାହିତ କରିଥିଲେ। “ଗ୍ରାମୀଣ ସମୃଦ୍ଧି ପାଇଁ ଏହା ଏକ ଉଚ୍ଚ ମୂଲ୍ୟ, ଉଚ୍ଚ ପ୍ରଭାବ କ୍ଷେତ୍ର ହୋଇପାରେ, ଏବଂ ଆପଣମାନେ ଏହା ବିଷୟରେ ଏକାଠି ଚିନ୍ତା କରିବା ଉଚିତ,” ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ବିଶ୍ବର ବୃହତ୍ତମ ଦୁଗ୍ଧ ଉତ୍ପାଦନକାରୀରେ ପରିଣତ ହୋଇଛି ଓ ଅଣ୍ଡା ଉତ୍ପାଦନରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି। ଏହାକୁ ଆହୁରି ଆଗେଇ ନେବାକୁ ପ୍ରଜନନ ଗୁଣବତ୍ତା, ରୋଗ ନିବାରଣ ଓ ବୈଜ୍ଞାନିକ ପଦ୍ଧତିରେ ପରିଚାଳନା ଉପରେ ଗୁରୁତ୍ବ ଦିଆଯିବା ଉଚିତ। ଗୃହପାଳିତ ପଶୁଙ୍କ ସ୍ବାସ୍ଥ୍ୟ ଏକ ଜରୁରୀ ବିଷୟ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସେ ଯେତେବେଳେ ଏକ ବିଶ୍ବ ଏକ ସ୍ବାସ୍ଥ୍ୟ କଥା କୁହନ୍ତି , ସେଥିରେ ଗୃହପାଳିତ ପଶୁଙ୍କ ସ୍ବାସ୍ଥ୍ୟ ବିଷୟ ବି ଅନ୍ତର୍ଭୁକ୍ତ ଥାଏ।

ଟୀକା ଉତ୍ପାଦନରେ ଭାରତର ଆତ୍ମନିର୍ଭରଶୀଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଜାତୀୟ ଗୋକୁଳ ମିଶନ ଅଧୀନରେ ପ୍ରଯୁକ୍ତିବିଦ୍ୟାର ପ୍ରସାର ଏବଂ ପଶୁପାଳନ ଚାଷୀଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡର ଉପଲବ୍ଧତା ବିଷୟରେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପଶୁପାଳନ ଚାଷୀମାନଙ୍କୁ ‘ଖୁରା ଏବଂ ମୁଖ’ ରୋଗରୁ ସୁରକ୍ଷା ଦେବା ପାଇଁ ୧୨୫ କୋଟିରୁ ଅଧିକ ଡୋଜ୍ ପ୍ରଦାନ କରାଯାଇସାରିଛି। ସେ କହିଥିଲେ, “ବ୍ୟକ୍ତିଗତ ନିବେଶକୁ ଉତ୍ସାହିତ କରିବା ପାଇଁ, ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି ମଧ୍ୟ ଆରମ୍ଭ କରାଯାଇଛି”।

ବିପଦ ହ୍ରାସ କରିବା ପାଇଁ, ପ୍ରଧାନମନ୍ତ୍ରୀ ଗୋଟିଏ ଫସଲ ଉପରେ ନିର୍ଭର କରିବା ବଦଳରେ ଫସଲ ବିବିଧତାକୁ ସମର୍ଥନ କରିଥିଲେ। ସେ କୃଷିକ୍ଷେତ୍ରର ଶକ୍ତି ବୃଦ୍ଧି କରିବା ପାଇଁ ତେଲବୀଜ, ଡାଲି ଏବଂ ଜୈବିକ କୃଷି ମିଶନକୁ ଉପକରଣ ଭାବରେ ଉଲ୍ଲେଖ କରିଥିଲେ। “ତେଣୁ, ଆମେ ଫସଲ ବିବିଧତା ଉପରେ ଧ୍ୟାନ ଦେଉଛୁ’’ ସେ କହିଥିଲେ।

ପ୍ରଧାନମନ୍ତ୍ରୀ ଅଂଶଗ୍ରହଣକାରୀମାନଙ୍କୁ ମନେ ପକାଇ ଦେଇଥିଲେ ଯେ କୃଷି ଏକ ରାଜ୍ୟ ବିଷୟ ହୋଇଥିବାରୁ, ରାଜ୍ୟଗୁଡ଼ିକୁ ସେମାନଙ୍କର ବଜେଟୀୟ ଦାୟିତ୍ୱ ପୂରଣ କରିବାକୁ ପ୍ରେରଣା ଦେବା ଉଚିତ। ସର୍ବାଧିକ ପ୍ରଭାବ ପାଇଁ ଜିଲ୍ଲା ସ୍ତରରେ ବଜେଟ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସେ ଆହ୍ୱାନ କରିଥିଲେ।

ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରେ “ପ୍ରଯୁକ୍ତି ସଂସ୍କୃତି” ଉପରେ ବିସ୍ତୃତ ଆଲୋଚନା କରିଥିଲେ, ଇ-ନାମ୍ ଏବଂ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମିର ବିକାଶ କଥା ଉଲ୍ଲେଖ କରିଥିଲେ। ସେ କିଷାନ୍ ଆଇଡି ଏବଂ ଡିଜିଟାଲ୍ ଭୂମି ସର୍ଭେ ସୃଷ୍ଟିକୁ ପରିବର୍ତ୍ତନକାରୀ ପଦକ୍ଷେପ ଭାବରେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ ଦୃଢ଼ ଭାବରେ କହିଥିଲେ, “ସରକାର କୃଷି କ୍ଷେତ୍ରରେ ‘ପ୍ରଯୁକ୍ତି ସଂସ୍କୃତି’ ଆଣିବା ଉପରେ ବହୁତ ଗୁରୁତ୍ୱ ଦେଉଛନ୍ତି।”

ଏଆଇ-ଆଧାରିତ ପ୍ଲାଟଫର୍ମ ଏବଂ ଡିଜିଟାଲ୍ ସର୍ଭେର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଯୁକ୍ତି କେବଳ ସେତେବେଳେ ଫଳାଫଳ ଦେଇଥାଏ ଯେତେବେଳେ ଏହାକୁ ଅନୁଷ୍ଠାନ ଏବଂ ଉଦ୍ୟୋଗୀମାନେ ସମନ୍ୱିତ କରନ୍ତି। ସେ ପାରମ୍ପରିକ ବ୍ୟବସ୍ଥା ସହିତ ପ୍ରଯୁକ୍ତିକୁ କିପରି ପ୍ରଭାବଶାଳୀ ଭାବରେ ମିଶ୍ରଣ କରିବେ ସେ ବିଷୟରେ ପରାମର୍ଶ ପାଇଁ ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ, “ଏହି ୱେବିନାରରୁ ଆସୁଥିବା ପରାମର୍ଶଗୁଡ଼ିକ ଆମେ ପ୍ରଯୁକ୍ତିକୁ କିପରି ସଠିକ୍ ଭାବରେ ସମନ୍ୱିତ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିବ।”

ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଭଳି ଯୋଜନା ମାଧ୍ୟମରେ ଗ୍ରାମୀଣ ସମୃଦ୍ଧି ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେ ବିଶେଷ ଭାବରେ ଗ୍ରାମୀଣ ଅର୍ଥନୀତି ଉପରେ ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରଭାବକୁ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ ଦୃଢ଼ ଭାବରେ କହିଥିଲେ, “ଆମର ସରକାର ଗ୍ରାମୀଣ ସମୃଦ୍ଧି ଲାଗି ପ୍ରତିବଦ୍ଧ।”

ଲକ୍ଷପତି ଦିଦି ଅଭିଯାନ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ୨୦୨୯ ସୁଦ୍ଧା ଆହୁରି ୩ କୋଟି ସଫଳ ମହିଳା ଉଦ୍ୟୋଗୀ ତିଆରି ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ଓ କିପରି ଏହି ଲକ୍ଷ୍ୟକୁ ଦ୍ରୁତ ଗତିରେ ହାସଲ କରାଯାଇପାରିବ ସେ ନେଇ ପରାମର୍ଶ ଦେବାକୁ ସେ ଆହ୍ବାନ କରିଥିଲେ। “ କିପରି ଏହି ଲକ୍ଷ୍ୟକୁ ଦ୍ରୁତ ଗତିରେ ହାସଲ କରାଯିବ ସେ ନେଇ ଆପଣଙ୍କ ପ୍ରସ୍ତାବଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ହେବ’’ ସେ କହିଥିଲେ।

ନିଜର ଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ବୃହତ ଭଣ୍ଡାରଣ ଅଭିଯାନ ଓ ଏଗ୍ରି-ଫିନଟେକ୍‌ ମୂଲ୍ୟ ଶୃଙ୍ଖଳାରେ ନବସୃଜନ କଥା ଉଲ୍ଲେଖ କରିଥିଲେ। ଗ୍ରାମୀଣ ପରିଦୃଶ୍ୟକୁ ଗତିଶୀଳ କରିବାକୁ ଏସବୁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ନିବେଶ ଲାଗି ସେ ଶିଳ୍ପୋଦ୍ୟୋଗୀମାନଙ୍କୁ ପରାମର୍ଶ ଦେଇଥିଲେ। ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ, “ଆପଣମାନଙ୍କ ଆଲୋଚନାରୁ ନିର୍ଗତ ହେଉଥିବା ଅମୃତ ଗ୍ରାମୀଣ ଅର୍ଥନୀତିକୁ ନୂଆ ଉର୍ଜ୍ଜା ପ୍ରଦାନ କରିବ’’।

କୃଷି ଓ ଗ୍ରାମୀଣ ରୂପାନ୍ତରଣ ନରେନ୍ଦ୍ର ମୋଦୀ ବଜେଟ୍‌ ପରବର୍ତ୍ତୀ ଓ୍ବେବିନାର୍‌ ମତ୍ସ୍ୟଚାଷ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଶନିବାରରେ ପାଞ୍ଚୋଟି ରାଶି ପାଇଁ ଭଲ ଦିନ: ସବୁ ଯୋଜନାରେ ହେବେ ସଫଳ

March 7, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026

ମୁଣ୍ଡଳିଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଗୃହ ମନ୍ତ୍ରୀ ଅମିତ ଶାହ

March 6, 2026

ବିଜେପିର ମୁଖ୍ୟମନ୍ତ୍ରୀ ଏବଂ ଜେଡିୟୁର ଉପମୁଖ୍ୟମନ୍ତ୍ରୀ!: ବିହାର ସରକାରଙ୍କ ନୂତନ ରୂପରେଖା ପ୍ରକାଶ

March 6, 2026
Latest News

ସରକାର ଏଗ୍ରିଷ୍ଟାକ୍‌ ମାଧ୍ୟମରେ କୃଷି ପାଇଁ ଏକ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ବିକଶିତ କରୁଛି: ପ୍ରଧାନମନ୍ତ୍ରୀ

March 7, 2026

ଏସଆଇଆର ଉପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ

March 7, 2026

ଆଜି ଶନିବାରରେ ପାଞ୍ଚୋଟି ରାଶି ପାଇଁ ଭଲ ଦିନ: ସବୁ ଯୋଜନାରେ ହେବେ ସଫଳ

March 7, 2026

ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ

March 6, 2026

ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

March 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.