ଭୁବନେଶ୍ଵର: ଶ୍ରୀବଳଦେବ ଜୀଉଙ୍କ କ୍ଷେତ୍ର କେନ୍ଦ୍ରାପଡାଠାରେ ଦୋଳଯାତ୍ରା ଓ ଛାମୁମେଳଣ ଉଦଯାପିତ ହୋଇଛି। ଏହି ଅବସରରେ ପରମ୍ପରା ଅନୁଯାୟୀ ହୋଲି ଖେଳ ହୋଇଛି। ଶ୍ରୀବଳଦେବ ଜୀଉ ମନ୍ଦିର ରତ୍ନମଣ୍ଡପରେ ବଳଦେବଙ୍କ ସହ ଚତୁର୍ଦ୍ଧାମୂର୍ତ୍ତୀକୁ ସେବାୟତମାନେ ହୋଲି ଲଗାଇଛନ୍ତି। ଦୋଳପୂର୍ଣ୍ଣିମାଠାରୁ ପାଞ୍ଚ ଦିନ ବ୍ୟାପି ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଦୋଳଯାତ୍ରା ପାଳିତ ହୋଇଛି। ଏହାକୁ ପଞ୍ଚୁଦୋଳ କୁହାଯାଏ।
ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ହରିହର ଭେଟ ସହ ଛାମୁମେଳଣ ହେବା ପରେ ଦୋଳ ଯାତ୍ରା ଶେଷ ହୋଇଛି। ଏହାକୁ ଦେଖିବାକୁ ପ୍ରବଳ ଜନସମାଗମ ହୋଇଛି।


