ଭୁବନେଶ୍ୱର: ଯାତ୍ରୀ ସୁବିଧା ଏବଂ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ପୂର୍ବ ତଟ ରେଳପଥ ପୁରୀ ରେଳ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ଘୋଷଣା କରିଛି। ଏହି କାର୍ଯ୍ୟରେ ଷ୍ଟେସନ ୟାର୍ଡରେ ବାଲାଷ୍ଟଲେସ୍ ଟ୍ରାକ୍ ନିର୍ମାଣ ଏବଂ ପ୍ଲାଟଫର୍ମ ନମ୍ବର ୭ ଏବଂ ୮ ର ବିକାଶ ମୂଳକ କାର୍ଯ୍ୟ ଅନ୍ତର୍ଭୁକ୍ତ।
ଏହି ଅତ୍ୟାବଶ୍ୟକ କାର୍ଯ୍ୟଗୁଡ଼ିକୁ ସହଜ କରିବା ପାଇଁ, ନିର୍ଦ୍ଧାରିତ ତାରିଖରେ, ୧୪ ମାର୍ଚ୍ଚ ୨୦୨୬ ରୁ ୧୬ ମଇ ୨୦୨୬ ମଧ୍ୟରେ ଛଅଟି ଟ୍ରେନର ସେବା ଅସ୍ଥାୟୀ ଭାବରେ ବାତିଲ କରାଯିବ।
ଟ୍ରେନ୍ ବାତିଲ:
ବାତିଲ ହେବାକୁ ଥିବା ଟ୍ରେନଗୁଡ଼ିକର ବିବରଣୀ ନିମ୍ନଲିଖିତ:
୦୨୮୩୯ ଶାଲିମାର-ପୁରୀ ଟିଓଡ଼ି ସ୍ପେଶାଲ୍ – ୧୫, ୨୨, ୨୯ ମାର୍ଚ୍ଚ; ୫, ୧୨, ୧୯, ୨୬ ଏପ୍ରିଲ; ୩, ୧୦ ମଇ ୨୦୨୬।
୦୨୮୪୦ ପୁରୀ-ଶାଲିମାର ଟିଓଡ଼ି ସ୍ପେଶାଲ୍ – ୧୬, ୨୩, ୩୦ ମାର୍ଚ୍ଚ; ୬, ୧୩, ୨୦, ୨୭ ଏପ୍ରିଲ; ୪, ୧୧ ମଇ ୨୦୨୬।
୦୮୦୧୨ ପୁରୀ-ଭଞ୍ଜପୁର ଟିଓଡ଼ି ସ୍ପେଶାଲ୍ – ୧୫, ୨୦, ୨୨, ୨୭, ୨୯ ମାର୍ଚ୍ଚ; ୩, ୫, ୧୦, ୧୨, ୧୭, ୧୯, ୨୪, ୨୬ ଏପ୍ରିଲ; ୧, ୩, ୮, ୧୦, ୧୫ ମଇ ୨୦୨୬।
୦୮୦୧୧ ଭଞ୍ଜପୁର-ପୁରୀ ଟିଓଡ଼ି ସ୍ପେଶାଲ୍ – ୧୪, ୧୯, ୨୧, ୨୬, ୨୮ ମାର୍ଚ୍ଚ; ୨, ୪, ୯, ୧୧, ୧୬, ୧୮, ୨୩, ୨୫, ୩୦ ଏପ୍ରିଲ; ୨, ୭, ୯, ୧୪, ୧୬ ମଇ ୨୦୨୬।
୬୮୪୦୯/୬୮୪୧୦ ଖୋର୍ଦ୍ଧା ରୋଡ୍ – ପୁରୀ- ଖୋର୍ଦ୍ଧା ରୋଡ୍ ମେମୁ ୧୫ ମାର୍ଚ୍ଚରୁ ୩୧ ମାର୍ଚ୍ଚ, ୧ ଏପ୍ରିଲରୁ ୩୦ ଏପ୍ରିଲ ଏବଂ ୧ ମେ ରୁ ୧୫ ମଇ ୨୦୨୬ ପର୍ଯ୍ୟନ୍ତ ବାତିଲ କରାଯିବ।
ପୂର୍ବତଟ ରେଳପଥ ସମସ୍ତ ଯାତ୍ରୀଙ୍କୁ ଏହି ଜରୁରୀ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ଚାଲୁଥିବା ସମୟରେ ସମସ୍ତ ଯାତ୍ରୀଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରୁଛି। ଦୀର୍ଘମିଆଦି ସୁରକ୍ଷା, ନିର୍ଭରଯୋଗ୍ୟତା ଏବଂ କ୍ଷମତା ବୃଦ୍ଧି ସୁନିଶ୍ଚିତ କରିବା ପାଇଁ ଏହି ସ୍ୱଳ୍ପକାଳୀନ ବାଧାବିଘ୍ନଗୁଡ଼ିକ ଆବଶ୍ୟକ ପଡେ।
ଯାତ୍ରୀମାନଙ୍କୁ ସେମାନଙ୍କର ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏନ୍. ଟି. ଇ. ଏସ୍. କିମ୍ବା ରେଳବାଇ ଅନୁସନ୍ଧାନ ପ୍ରଣାଳୀ ମାଧ୍ୟମରେ ଟ୍ରେନ୍ ଗୁଡ଼ିକର ସଦ୍ୟତମ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।


