Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ

March 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ
ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ

ଖୋର୍ଦ୍ଧା: ସୋମବାର ଅପରାହ୍ନରେ ଜିଲ୍ଲା ସଦର ମହକୁମାସ୍ଥ ସମ୍ରାଟ ହୋଟେଲ ସମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲା ପାଳ ପ୍ରତାପ ଚନ୍ଦ୍ର ବେଉରା ତଥା ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ମୁଖ୍ୟ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଖୋରଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ମଣ୍ଡଳୀର ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଜିଲ୍ଲା ସରକାରୀ ସାଂସ୍କୃତିକ ପରିଷଦର ସଭାପତି ବିଶ୍ଵନାଥ ସାହୁ, ଉପସଭାପତି ବିରଂଚି କୁମାର ସାହୁ, ସମ୍ପାଦକ ଗିରିଶ ନନ୍ଦ ମଞ୍ଚାସୀନ ରହି ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ।

ଚଳିତ ବର୍ଷ ବିଶ୍ଵ ନାଟ୍ୟଦିବସ ଉପଲକ୍ଷେ ଆସନ୍ତା ୨୫ ତାରିଖ ଦିନ ଜୟୀରାଜଗୁରୁ ଟାଉନ ହଲ ଠାରେ ନାଟକ ବଂଶ ବୈଭବ ମଞ୍ଚସ୍ଥ ପାଇଁ ସର୍ବ ସମ୍ମତିକ୍ରମେ ବୈଠକରେ ସ୍ଥିରୀ କୃତ କରାଯାଇଥିଲା। ଏହି ଉପଲକ୍ଷେ ଏକ ସାଂସ୍କୃତିକ ପତ୍ରିକା ଯାହା ଖୋର୍ଦ୍ଧା ଜିଲ୍ଲାର ଐତିହ୍ୟ ,କଳା ଓ ସଂସ୍କୃତି ତଥା ବିଭିନ୍ନ ପାରମ୍ପରିକ ସଂଗୀତ ବିଭିନ୍ନ ବର୍ଗର ଲେଖକ ଲେଖିକାଙ୍କ ଠାରୁ ସଂଗ୍ରହ କରାଯାଇ ପତ୍ରିକା ଉନ୍ମୋଚନ କରାଯିବା ନିମନ୍ତେ ସ୍ଥିର କରା ଯାଇଥିଲା।

ଉକ୍ତ ବୈଠକରେ ଅନୁଷ୍ଠାନ ସଂଗଠକ ଡ଼ଃ ଅନ୍ତର୍ଯ୍ୟାମୀ ତ୍ରିପାଠୀ, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ସଦସ୍ୟା ଡାକ୍ତର ଜୀବନ୍ତ କୁମାର ଆଚାର୍ଜୀ , ଡେପୁଟି କଲେକ୍ଟର ରଞ୍ଜନ କୁମାର ମହାନ୍ତି, ଡ଼ଃ ଅକ୍ଷୟ ତ୍ରିପାଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଅଧିକ୍ଷଣ ଯନ୍ତ୍ରୀ, ପୂର୍ତ୍ତ ଇଂ ଶିବଲାଲ ସାହୁ, ରଶ୍ମି କୁମାର ଦାସ, ଆସିଷ୍ଟାଣ୍ଟ କଲେକ୍ଟର ରିଶବ ତ୍ରିପାଠୀ, ଆସିଷ୍ଟାଣ୍ଟ କଲେକ୍ଟର ଇପ୍ସିତା ସାହୁ,ଡେପୁଟୀ କଲେକ୍ଟର ସଂଗ୍ରାମ କେଶରୀ ଜେନା, ଡେପୁଟୀ କଲେକ୍ଟର ଶ୍ରୀତପା ମିଶ୍ର, ଡେପୁଟୀ କଲେକ୍ଟର ସାରା ମଲ୍ଲିକ, ଡେପୁଟୀ କଲେକ୍ଟର ସୌମ୍ୟା ସ୍ୱାଗତିକା ସ୍ୱାଇଁ, ଡେପୁଟୀ କଲେକ୍ଟର ସ୍ବିଟି ସୋରେନ, ଡେପୁଟୀ କଲେକ୍ଟର ଅନନ୍ୟା ସୃଷ୍ଟି ଶତପଥୀ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଟିନଙ୍କ ସହ ଦେଢ଼ ଘଣ୍ଟା ଧରି କଥା ହେଲେ ଟ୍ରମ୍ପ

April 30, 2026

ପୋଲିସକୁ ଛୁରା ମାଡ : ୩ ଆହତ

April 30, 2026

ଆଜି ICSE ରେଜଲ୍ଟ ପ୍ରକାଶ ପାଇବ

April 30, 2026

ସମ୍ପ୍ରସାରିତ ଶ୍ରୀନଗର-ଜମ୍ମୁ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

April 30, 2026
Latest News

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

ପୁଟିନଙ୍କ ସହ ଦେଢ଼ ଘଣ୍ଟା ଧରି କଥା ହେଲେ ଟ୍ରମ୍ପ

April 30, 2026

ପୋଲିସକୁ ଛୁରା ମାଡ : ୩ ଆହତ

April 30, 2026

ଆଜି ICSE ରେଜଲ୍ଟ ପ୍ରକାଶ ପାଇବ

April 30, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆନ୍ତଃ-ମନ୍ତ୍ରଣାଳୟ ବିବୃତି

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.