ଭୁବନେଶ୍ୱର: ଦୂରଗାମୀ ରେଳ ସଂଯୋଗୀକରଣ ବୃଦ୍ଧି କରିବା ଏବଂ ଯାତ୍ରୀମାନଙ୍କୁ ଉନ୍ନତ ଯାତ୍ରା ସୁବିଧା ପ୍ରଦାନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଭାରତୀୟ ରେଳବାଇ ଦୁଇଟି ନୂତନ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ, ଟ୍ରେନ ନମ୍ବର ୧୫୬୭୩/୧୫୬୭୪ ଚର୍ଲାପାଲ୍ଲି -କାମାକ୍ଷା- ଚର୍ଲାପାଲ୍ଲି ଏବଂ ଟ୍ରେନ ନମ୍ବର ୧୭୦୬୫/୧୭୦୬୬ ଚର୍ଲାପାଲ୍ଲି – ଶାଲିମାର- ଚର୍ଲାପାଲ୍ଲି ଅମୃତ ଭାରତ ଏକ୍ସପ୍ରେସ ପ୍ରଚଳନ କରିଛି। ଏହି ଟ୍ରେନ ଗୁଡିକ ଦକ୍ଷିଣ, ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳଗୁଡ଼ିକୁ ସଂଯୋଗ କରିବ ଏବଂ ଯାତ୍ରୀମାନଙ୍କ ପାଇଁ ସୁଲଭ ଏବଂ ଆରାମଦାୟକ ଯାତ୍ରା ସୁବିଧା ପ୍ରଦାନ କରିବ।
ଟ୍ରେନ ନମ୍ବର ୧୫୬୭୩ ଚର୍ଲାପାଲ୍ଲି-କାମାକ୍ଷା ଅମୃତ ଭାରତ ଏକ୍ସପ୍ରେସ ଏକ ସାପ୍ତାହିକ ସେବା ଭାବରେ ଚାଲିବ, ଯାହା ୧୮ ମାର୍ଚ୍ଚ ୨୦୨୬ ରୁ ପ୍ରତି ବୁଧବାର ଚର୍ଲାପାଲ୍ଲିରୁ ସନ୍ଧ୍ୟା ୭ଟା ୪୦ ମିନଟରେ ଛାଡି ଶୁକ୍ରବାର ଦିନ ରାତି 10 ଟାରେ କାମାକ୍ଷାରେ ପହଞ୍ଚିବ। ଫେରିବା ସମୟରେ , ଟ୍ରେନ ନମ୍ବର ୧୫୬୭୪ କାମାକ୍ଷା-ଚାର୍ଲାପାଲି ଅମୃତ ଭାରତ ଏକ୍ସପ୍ରେସ୍ ୨୨ ମାର୍ଚ୍ଚ ୨୦୨୬ ଠାରୁ ପ୍ରତି ରବିବାର ଦିନ ସନ୍ଧ୍ୟା ୭ଟାରେ କାମାକ୍ଷାରୁ ଛାଡିବ ଏବଂ ମଙ୍ଗଳବାର ଦିନ ଅପରାହ୍ନ ୨ଟା ୪୦ ମିନଟରେ ଚାର୍ଲାପାଲିରେ ପହଞ୍ଚିବ।
ଏହାର ଯାତ୍ରା ସମୟରେ, ଟ୍ରେନଟି ପୂର୍ବ ତଟ ରେଳପଥ ଅଧିକାର କ୍ଷେତ୍ର ଅନ୍ତର୍ଗତ ଅନେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଦେଇ ଗତି କରିବ ଯେପରିକି ଦୁଭାଡା, ପେଣ୍ଡୁର୍ଟି, ବିଜୟନଗରମ୍, ଶ୍ରୀକାକୁଲମ୍ ରୋଡ୍, ପଲାସା, ବ୍ରହ୍ମପୁର, ବାଲୁଗାଁ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ୍ ଏବଂ ଭଦ୍ରକ ଇତ୍ୟାଦି।
ସେହିଭଳି ଟ୍ରେନ ନମ୍ବର ୧୭୦୬୫ଚର୍ଲାପାଲ୍ଲି- ଶାଲିମାର ଅମୃତ ଭାରତ ଏକ୍ସପ୍ରେସ୍ ପ୍ରତି ମଙ୍ଗଳବାର ଚର୍ଲାପାଲ୍ଲିରୁ ୭ ଏପ୍ରିଲ ୨୦୨୬ ରୁ ସକାଳ ୬:୫୫ ରେ ଛାଡିବ ଏବଂ ବୁଧବାର ଦିନ ୧୧:୨୦ ରେ ଶାଲିମାରରେ ପହଞ୍ଚିବ। ଫେରିବା ସମୟରେ , ଟ୍ରେନ ନମ୍ବର ୧୭୦୬୬ ଶାଲିମାର – ଚର୍ଲାପାଲ୍ଲି ଅମୃତ ଭାରତ ଏକ୍ସପ୍ରେସ୍ ପ୍ରତି ବୁଧବାର ୮ ଏପ୍ରିଲ ୨୦୨୬ ରୁ ଦିନ ୧୨:୫୦ ରେ ଶାଲିମାରରୁ ଛାଡ଼ିବ ଏବଂ ଗୁରୁବାର ଦିନ ସନ୍ଧ୍ୟା ୭ଟାରେ ଚର୍ଲାପାଲ୍ଲିରେ ପହଞ୍ଚିବ।
ଯାତ୍ରା ସମୟରେ, ଟ୍ରେନଟି ପୂର୍ବ ତଟ ରେଳପଥ ଅଧିକାର କ୍ଷେତ୍ର ଅନ୍ତର୍ଗତ ଅନେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଦେଇ ଗତି କରିବ ଯେପରିକି ଦୁଭାଡା, ବିଜୟନଗରମ୍, ଶ୍ରୀକାକୁଲମ୍ ରୋଡ୍, ପଲାସା, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ୍ ଏବଂ ଭଦ୍ରକ ଇତ୍ୟାଦି।
ଅମୃତ ଭାରତ ଏକ୍ସପ୍ରେସ ହେଉଛି ଏକ ଆଧୁନିକ LHB ରେକ୍ ଟ୍ରେନ ଯାହା ଉନ୍ନତ ପୁସ୍-ପୁଲ୍ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ, ଉନ୍ନତ ଗତି, ସୁଗମ କାର୍ଯ୍ୟ ଏବଂ ବର୍ଦ୍ଧିତ ଯାତ୍ରୀ ଆରାମ ପ୍ରଦାନ କରେ। ଏହି ଟ୍ରେନରେ ଏରଗୋନୋମିକାଲି ଡିଜାଇନ୍ ହୋଇଥିବା ବର୍ଥ, ମଡ୍ୟୁଲାର୍ ଶୌଚାଳୟ, LED ଆଲୋକୀକରଣ, CCTV ନିରୀକ୍ଷଣ ଏବଂ ମୋବାଇଲ୍ ଚାର୍ଜିଂ ଭଳି ସୁବିଧା ସମେତ ଆଧୁନିକ ଯାତ୍ରୀ ସୁବିଧା ପ୍ରଦାନ କରାଯାଇଛି।
ଏହି ଟ୍ରେନର ପ୍ରଚଳନ ଦ୍ୱାରା ରେଳ ସଂଯୋଗୀକରଣ ଆହୁରି ସୁଦୃଢ଼ ହେବ ଏବଂ ପୂର୍ବତଟ ରେଳପଥର ଅଧୀନରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଦେଇ ଯାତ୍ରା କରୁଥିବା ଯାତ୍ରୀମାନେ ଉପକୃତ ହେବେ। ଏହି ନୂତନ ସେବା ଛାତ୍ରଛାତ୍ରୀ, ଶ୍ରମିକ ଏବଂ ବ୍ୟବସାୟୀଙ୍କ ପାଇଁ ଗତିଶୀଳତାକୁ ଉନ୍ନତ କରିବ ବୋଲି ଆଶା କରାଯାଉଛି ଏବଂ ଏହି ଟ୍ରେନ୍ ଦ୍ୱାରା ସେବା ପ୍ରଦାନ କରାଯାଉଥିବା ଅଞ୍ଚଳରେ ପର୍ଯ୍ୟଟନ, ତୀର୍ଥଯାତ୍ରା ଯାତ୍ରା ଏବଂ ସ୍ଥାନୀୟ ଅର୍ଥନୈତିକ କାର୍ଯ୍ୟକଳାପକୁ ମଧ୍ୟ ପ୍ରୋତ୍ସାହନ ମିଳିବ।
ଯାତ୍ରୀମାନଙ୍କୁ ସେମାନଙ୍କର ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏନ୍. ଟି. ଇ. ଏସ୍. କିମ୍ବା ରେଳବାଇ ଅନୁସନ୍ଧାନ ପ୍ରଣାଳୀ ମାଧ୍ୟମରେ ଟ୍ରେନ୍ଗୁଡ଼ିକର ସଦ୍ୟତମ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ।


