ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ-ବାଣପୁର ରୋଡସ୍ଥିତ ପଦନପୁର ଛକ ନିକଟସ୍ଥ ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ୨୫ତମ ପୂର୍ତ୍ତି ଅବସରରେ ରଜତ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି।ପ୍ରଥମ ଅଧିବେଶନରେ ପୂର୍ବାହ୍ନରେ ବିଦ୍ୟାଳୟ ସଭାପତି ଅବସରପ୍ରାପ୍ତ ପ୍ରାଧ୍ୟାପକ ଅନଙ୍ଗଭୀମ ବିଶ୍ଵାଳଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଚିଲିକା ବନ୍ୟପ୍ରାଣୀ ଅଧିକାରୀ ଅମ୍ଳାନ ନାୟକ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୀଳାଦ୍ରି ଭୂଷଣ ଦାଶ, ସମ୍ମାନୀତ ଅତିଥି ଭାବେ ଯୁବ ସାମ୍ବାଦିକ ଅଜିତ କୁମାର ସାହୂ, ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ସୁନିଲ୍ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ଗହଣରେ ପ୍ରଦୀପ ପ୍ରଜ୍ବଳନ ପରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।
ସହକାରୀ ଶିକ୍ଷୟ ପବିତ୍ର ମୋହନ ଦାସ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ।ସହକାରୀ ଶିକ୍ଷକ ସ୍ଵାଧୀନ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଶୈଖିକ ପରିବେଶକୁ ସୁଦୃଢ଼ କରିବାସହ ଛାତ୍ରଛାତ୍ରୀ ମାନେ ଉତ୍ତମ ଶିକ୍ଷା ଲାଭ କରି ଉଦୀୟ ମାନ ପ୍ରତିଭା ସାଙ୍ଗକୁ ଏ ଅଞ୍ଚଳ ପାଇଁ ଗୌରବ ଆଣି ପାରିବେ ବୋଲି ମଞ୍ଚାସୀନ ଅତିଥିମାନେ ଦୃଢ ମତ ପ୍ରକାଶ କରିଥିଲେ।
ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ପତ୍ରିକା ‘ସମ୍ଭାବନା’ଅତିଥି ଗହଣରେ ଉନ୍ମୋଚନ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ଗହଣରେ ପୁରସ୍କୃତ କରାଯାଇଥିଲା। ଅପରାହ୍ନରେ ଦ୍ୱିତୀୟ ଅଧିବେଶନ ବିଦ୍ୟାଳୟ ସଭାପତି ଅନଙ୍ଗଭୀମ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ,ସମ୍ମାନୀତ ଅତିଥି ଭାବେ ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ବେହେରା, ଭାଜପା ନଗର ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ପ୍ରଧାନ,ପ୍ରଧାନ ଆଚାର୍ଯ୍ୟ ସୁନୀଲ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତ ଗଢ଼ିବା ଏବଂ ବିକାଶ ପାଇଁ ଗୁଣାତ୍ମକ ଶିକ୍ଷା,ନୈତିକତା,ଶାରୀରିକ ଓ ମାନସିକ ବିକାଶକୁ ଗୁରୁତ୍ଵ ଦେବାସହ ଛାତ୍ରଛାତ୍ରୀ ମାନେ ସମୟାନୁବର୍ତ୍ତି, ନିଷ୍ଠା, ଏକାଗ୍ରତା ହୋଇ ଶିକ୍ଷା ଗ୍ରହଣ କରିବାକୁ ଅତିଥି ମାନେ ମତ ପ୍ରକାଶ କରିଥିଲେ।
ପରିଶେଷରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା।ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ।


