Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର
ଆଜିର ଖବର

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର
ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

ବାଲୁଗାଁ: ଚିଲିକା ଆମ ଜାତିର ଅସ୍ମିତା। ପ୍ରାଚୀନ ସଂସ୍କୃତି, ଐତିହ୍ୟ ଓ ଗାରିମାର ମୁକସାକ୍ଷୀ। ଏହା ବିଦେଶାଗତ ପକ୍ଷୀ ମାନଙ୍କର ଭୁସ୍ୱର୍ଗ ଓ ଏସିଆ ମହାଦେଶର ସର୍ବ ବୃହତ ଲୁଣି ହ୍ରଦ। ଜୈବ ବିବିଧତାରେ ପରିପୂର୍ଣ୍ଣ ମରାଳ ମାଳିନୀ ନୀଳାମ୍ବୁ ଚିଲିକା ପର୍ଯ୍ୟଟନ, ବିହଙ୍ଗ ଓ ମତ୍ସ୍ୟଜୀବୀମାନଙ୍କ ପାଇଁ ଖୁବ ଅନୁକୂଳ। ଚିଲିକାକୁ ଉପଜିବ୍ୟ କରି ଜୀବନ ଧାରଣ କରୁଥିବା ମତ୍ସ୍ୟଜୀବୀ ଓ ଜନସାଧାରଣଙ୍କ ପାଇଁ ଏହା ଚିଲିକା ମାଆ।

ଚିଲିକାର ପ୍ରକୃତି, ପରିବେଶ ଓ ଏହାର ଗରିମାମୟ ପରିସଂସ୍ଥା ସମ୍ପର୍କରେ ଛାତ୍ର ଛାତ୍ରୀମାନେ ବିଷଦ ଜ୍ଞାନ ଆହରଣ କରିବା ପାଇଁ ରାଜ୍ୟସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପାଞ୍ଚ ଦିନିଆ ରାଜ୍ୟସ୍ତରୀୟ ପ୍ରକୃତି ଶିବିର ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ଶିକ୍ଷା ବିଭାଗର ଉପ ସଚିବ ପ୍ରଫେସର ରମେଶ ଚନ୍ଦ୍ର ବେହେରାଙ୍କ ଦିଗଦର୍ଶନ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଶିବିରକୁ ଉତ୍କଳ ବିଶ୍ଵବିଦ୍ୟାଳୟ ଏନଏସଏସ କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ବ୍ରଜ ନାରାୟଣ ପାତ୍ର ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ବିଶିଷ୍ଟ ସାମାଜିକ କର୍ମୀ ତଥା ଜାତୀୟ ଯୁବ ପ୍ରକଳ୍ପ ସଂଯୋଜକ ଶ୍ରୀ ସୋମ, ରାଜ୍ୟ ଏନଏସଏସ ତାଲିମ କେନ୍ଦ୍ର ସହ -ସଂଯୋଜକ ନିରଦବରଣ ଖୁଣ୍ଟିଆ, ଡ଼ିଏଫଓ ଅମ୍ଲାନ ନାୟକ ପରିବେଶବିତ ଡକ୍ଟର ପ୍ରକାଶ ଜେନା, ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଅଶୋକ କୁମାର ବିଶ୍ୱାଳ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ବୈଜ୍ଞାନିକ ପ୍ରଦୀପ୍ତ ରଞ୍ଜନ ମୁଦୁଲି, ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ବିଭିନ୍ନ ଦିବସରେ ଜାତୀୟ ସେବା ଯୋଜନାର ସ୍ବେଛାସେବୀମାନଙ୍କୁ ଚିଲିକାର ପ୍ରକୃତି, ପରିବେଶ, ବିଦେଶାଗତ ପକ୍ଷୀ, ଜୈବ ବିବିଧତା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ବିଶିଷ୍ଟ ଅତିଥି ତଥା ଏନଏସଏସ ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ, ମୁଖ୍ୟ ବକ୍ତା ଭାବେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ, ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ଯୋଗଦେଇ ସ୍ବେଛାସେବୀମାନଙ୍କୁ ପରିବେଶ ପ୍ରତି ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ଉକ୍ତ ପ୍ରକୃତି ଶିବିରକୁ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତ ପରିଚାଳନା କରିଥିଲେ।

ଉକ୍ତ ଶିବିରରେ ରାଜ୍ୟର ପନ୍ଦରଟି ବିଶ୍ଵବିଦ୍ୟାଳୟରୁ ଦୁଇଶହ ସ୍ବେଛାସେବୀଙ୍କ ସମେତ ସେମାନଙ୍କ ଦାୟିତ୍ୱରେ ପଚିଶ ଜଣ କାର୍ଯ୍ୟକ୍ରମ ଅଧିକାରୀ ଯୋଗଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

କୋବା ତିର୍ଥଠାରେ ‘ସମ୍ରାଟ ସମ୍ପ୍ରତି’ ସଂଗ୍ରହାଳୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 31, 2026

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ନାବାଳକ ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

March 31, 2026
Latest News

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

କୋବା ତିର୍ଥଠାରେ ‘ସମ୍ରାଟ ସମ୍ପ୍ରତି’ ସଂଗ୍ରହାଳୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.