ବାଣପୁର: ବରିଷ୍ଠ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ରଙ୍କ ପରଲୋକରେ ଚିଲିକାର ବିଭିନ୍ନ ଅନୁଷ୍ଠାନ ଓ ଜନସାଧାରଣଙ୍କ ତରଫରୁ ତାଙ୍କ ଆତ୍ମାର ସଦଗତି କାମନା କରି ଏକ ପ୍ରାର୍ଥନା ସଭା ବାଣପୁରର ଆରାଧ୍ୟ ଠାକୁର ଶ୍ରୀରଙ୍କନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଶିକ୍ଷାବିତ୍ ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ବିଶିଷ୍ଠକବି ପୁରୁଷୋତ୍ତମ ମହାପାତ୍ର, କବିଶେଷ ଦେବ ମହାରଣା, ଆଇନ୍ଜୀବି ରବୀନ୍ଦ୍ରନାଥ ମାନସିଂ, ସାହିତ୍ୟ ସିନ୍ଦୁରା ସଭାପତି ଗୋଲକବିହାରୀ ପରିଡ଼ା, ଆଇନଜୀବି ଶ୍ରୀନିବାସ ଆଚ଼ାରୀ, ଚ଼ିଲିକା ସାହିତ୍ୟ ସମାଜ ସଂପାଦକ ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଡ଼ଃ ଚିନ୍ତାମଣି ମିଶ୍ର, ଆଭାସର ଗାଳ୍ପିକ ସୁଶାନ୍ତ କୁମାର ଦାଶ, ଭାଷାବିତ୍ ରଙ୍କ ନାଥ ସେଠୀ, କବି ବିଚିତ୍ରାନନ୍ଦ ବେହେରା, ଅଶୋକ ନନ୍ଦ, କ୍ରୀଡ଼ା ପ୍ରଶିକ୍ଷକ ବୈରାଗୀଚରଣବଳ, ମନ୍ଦିର କମିଟି ସଭାପତି ଦାଶରଥୀ ସାହୁ, ଶିକ୍ଷାବିତ୍ ରାଜେନ୍ଦ୍ର ପ୍ରସାଦ ରଥ, କୈଳାସ ଚନ୍ଦ୍ର ଲାଠି, ପଣ୍ଡିତ ଜୟନ୍ତ କୁମାର ମିଶ୍ର, କାଙ୍କଣ ଶିଖରୀ କମିଟିରୁ ବାବା ପଦ୍ମପାଦ ଦାସ, ସମାଜସେବୀ ନିନ୍ଦକିଶୋର ମିଶ୍ର, ସେଣ୍ଟ ଜନ୍ସ୍ ସେବା କେନ୍ଦ୍ରରୁ ଅନନ୍ତଚରଣ ଖଟେଇ, ଅବସରପ୍ରାପ୍ତ ସେନା କର୍ମଚାରୀ କିଶୋରଚନ୍ଦ୍ର ପ୍ରଧାନ, ନାରାୟଣସ୍ଵାଇଁ, ବିଜୟକୁମାର ପ୍ରଧାନ, ନେହେରୁ ସେବାସଂଘ ରୁ ପ୍ରଦୀପ କୁମାର ଦାସ, କଣ୍ଠଶିଳ୍ପୀ ବିଷ୍ଣୁପ୍ରିୟା ବାରିକ, ବାଇକଣ୍ଟିଆ ସଂପାଦକ ଦେବରାଜ ସାହୁ, ପଞ୍ଚୁଦୋଳ କମିଟି ସଭ୍ୟ ନବକିଶୋର ପ୍ରଧାନ, ମନୁ ବସ୍ତି, ସାମ୍ବାଦିକ ଅମିତାଭ ପଟ୍ଟଜୋଶୀ ପ୍ରମୁଖ ଯୋଗ ଦେଇ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ଆତ୍ମାର ଶାନ୍ତି ନିମନ୍ତେ ଶ୍ରୀରଙ୍କ ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ଠାରେ ବେଦପାଠ କରାଯାଇଥିଲା। ଶେଷରେ ସମସ୍ତେ ତାଙ୍କ ବାସଗୃହ କୁ ଯାଇ ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜ୍ଞାପନ କରିଥିଲେ।


