Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସାମ୍ବାଦିକ ନୃସିଂହ ମିଶ୍ରଙ୍କ ବିୟୋଗରେ ଶୋକସଭା
ଆଞ୍ଚଳିକ

ସାମ୍ବାଦିକ ନୃସିଂହ ମିଶ୍ରଙ୍କ ବିୟୋଗରେ ଶୋକସଭା

April 12, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସାମ୍ବାଦିକ ନୃସିଂହ ମିଶ୍ରଙ୍କ ବିୟୋଗରେ ଶୋକସଭା
ସାମ୍ବାଦିକ ନୃସିଂହ ମିଶ୍ରଙ୍କ ବିୟୋଗରେ ଶୋକସଭା

ବାଣପୁର: ବରିଷ୍ଠ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ରଙ୍କ ପରଲୋକରେ ଚିଲିକାର ବିଭିନ୍ନ ଅନୁଷ୍ଠାନ ଓ ଜନସାଧାରଣଙ୍କ ତରଫରୁ ତାଙ୍କ ଆତ୍ମାର ସଦଗତି କାମନା କରି ଏକ ପ୍ରାର୍ଥନା ସଭା ବାଣପୁରର ଆରାଧ୍ୟ ଠାକୁର ଶ୍ରୀରଙ୍କନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଶିକ୍ଷାବିତ୍ ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ବିଶିଷ୍ଠକବି ପୁରୁଷୋତ୍ତମ ମହାପାତ୍ର, କବିଶେଷ ଦେବ ମହାରଣା, ଆଇନ୍‌ଜୀବି ରବୀନ୍ଦ୍ରନାଥ ମାନସିଂ, ସାହିତ୍ୟ ସିନ୍ଦୁରା ସଭାପତି ଗୋଲକବିହାରୀ ପରିଡ଼ା, ଆଇନଜୀବି ଶ୍ରୀନିବାସ ଆଚ଼ାରୀ, ଚ଼ିଲିକା ସାହିତ୍ୟ ସମାଜ ସଂପାଦକ ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଡ଼ଃ ଚିନ୍ତାମଣି ମିଶ୍ର, ଆଭାସର ଗାଳ୍ପିକ ସୁଶାନ୍ତ କୁମାର ଦାଶ, ଭାଷାବିତ୍ ରଙ୍କ ନାଥ ସେଠୀ, କବି ବିଚିତ୍ରାନନ୍ଦ ବେହେରା, ଅଶୋକ ନନ୍ଦ, କ୍ରୀଡ଼ା ପ୍ରଶିକ୍ଷକ ବୈରାଗୀଚରଣବଳ, ମନ୍ଦିର କମିଟି ସଭାପତି ଦାଶରଥୀ ସାହୁ, ଶିକ୍ଷାବିତ୍ ରାଜେନ୍ଦ୍ର ପ୍ରସାଦ ରଥ, କୈଳାସ ଚନ୍ଦ୍ର ଲାଠି, ପଣ୍ଡିତ ଜୟନ୍ତ କୁମାର ମିଶ୍ର, କାଙ୍କଣ ଶିଖରୀ କମିଟିରୁ ବାବା ପଦ୍ମପାଦ ଦାସ, ସମାଜସେବୀ ନିନ୍ଦକିଶୋର ମିଶ୍ର, ସେଣ୍ଟ ଜନ୍ସ୍ ସେବା କେନ୍ଦ୍ରରୁ ଅନନ୍ତଚରଣ ଖଟେଇ, ଅବସରପ୍ରାପ୍ତ ସେନା କର୍ମଚାରୀ କିଶୋରଚନ୍ଦ୍ର ପ୍ରଧାନ, ନାରାୟଣସ୍ଵାଇଁ, ବିଜୟକୁମାର ପ୍ରଧାନ, ନେହେରୁ ସେବାସଂଘ ରୁ ପ୍ରଦୀପ କୁମାର ଦାସ, କଣ୍ଠଶିଳ୍ପୀ ବିଷ୍ଣୁପ୍ରିୟା ବାରିକ, ବାଇକଣ୍ଟିଆ ସଂପାଦକ ଦେବରାଜ ସାହୁ, ପଞ୍ଚୁଦୋଳ କମିଟି ସଭ୍ୟ ନବକିଶୋର ପ୍ରଧାନ, ମନୁ ବସ୍ତି, ସାମ୍ବାଦିକ ଅମିତାଭ ପଟ୍ଟଜୋଶୀ ପ୍ରମୁଖ ଯୋଗ ଦେଇ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ଆତ୍ମାର ଶାନ୍ତି ନିମନ୍ତେ ଶ୍ରୀରଙ୍କ ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ଠାରେ ବେଦପାଠ କରାଯାଇଥିଲା। ଶେଷରେ ସମସ୍ତେ ତାଙ୍କ ବାସଗୃହ କୁ ଯାଇ ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜ୍ଞାପନ କରିଥିଲେ।

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଚିଲିକା ନୃସିଂହ ପ୍ରସାଦ ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

July 6, 2026

ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ

July 4, 2026

ରଣପୁର ଶିକ୍ଷା ବ୍ଲକରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସଫଳତାର ସହ ଅନୁଷ୍ଠିତ

July 4, 2026
Latest News

ଆମେରିକା ଇରାନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଖୁସି ଖବର: ବଡ଼ ଘୋଷଣା କଲା ଏହି ଦେଶ

July 9, 2026

୨୭ ବର୍ଷ ଧରି ବ୍ରିଷ୍ଟଲରେ ଭାରତ ଅପରାଜୟ: ଆଜି କିଏ ନେବ ସଚିନ, ଦ୍ରାବିଡ ଏବଂ ରୋହିତଙ୍କ ସ୍ଥାନ?

July 9, 2026

ସମଗ୍ର ବିଶ୍ୱ ବଜାରକୁ ଦୋହଲାଇ ଦେଲା ଟ୍ରମ୍ପଙ୍କ ବୟାନ: ବଢିଲା ଅଶୋଧିତ ତୈଳ ମୂଲ୍ୟ

July 9, 2026

Vice President in Odisha: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ଉପରାଷ୍ଟ୍ରପତି

July 9, 2026

ମଦ୍ୟପ ଯୁବକର ଫାଉଡ଼ା ମାଡରେ ବୃଦ୍ଧଙ୍କ ମୃତ୍ୟୁ

July 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.