Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୃତ୍ୟୁ ପରେ ମଧ୍ୟ ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କଲେ ମହିଳା ଡାକ୍ତର
ଆଜିର ଖବର

ମୃତ୍ୟୁ ପରେ ମଧ୍ୟ ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କଲେ ମହିଳା ଡାକ୍ତର

April 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବିଶେଷ ସଫଳତା ସ୍ବରୂପ, ଏମ୍ସ ଭୁବନେଶ୍ୱରରେ ଚଳିତ ମାସରେ ଜଣେ ମୃତ ଦାତାଙ୍କ ଯକୃତ ଦାନ ଫଳରେ ନୂତନ ଜୀବନ ପାଇଛନ୍ତି ୪୬ ବର୍ଷୀୟ ବ୍ୟକ୍ତି। ଏମ୍ସ ଭୁବନେଶ୍ବରରେ ସଫଳତାର ସହିତ ଏହି ଯକୃତ ପ୍ରତିରୋପଣ ସମ୍ପନ୍ନ ହୋଇଥିଲା। ଏପରି ସଫଳତା ବିଶ୍ୱ ଯକୃତ ଦିବସର ପ୍ରକୃତ ଅନୁଚିନ୍ତାକୁ ପ୍ରତିପାଦିତ କରିଛି। ଏହା ଯକୃତ ସ୍ୱାସ୍ଥ୍ୟର ଗୁରୁତ୍ୱ ଏବଂ ଅଙ୍ଗଦାନର ଜୀବନ ରକ୍ଷାକାରୀ ପ୍ରଭାବକୁ ଉଜାଗର କରିଥାଏ।

ଏହି ପ୍ରେରଣାଦାୟକ କାହାଣୀର କେନ୍ଦ୍ରରେ ଅଛନ୍ତି ଭଦ୍ରକ ଜିଲ୍ଲାର ଜଣେ ଉତ୍ସର୍ଗୀକୃତ ହୋମିଓପାଥିକ୍ ଚିକିତ୍ସା ଅଧିକାରୀ ଡ. ରାଧା ପାଢ଼ୀ। ଦୀର୍ଘ ବର୍ଷ ଧରି ପ୍ଲେଟଲେଟ୍ ରୋଗ ସହିତ ଲଢ଼ୁଥିବା ସତ୍ତ୍ୱେ, ସେ ଉଲ୍ଲେଖନୀୟ ସାହସ ଏବଂ ନିଷ୍ଠା ପ୍ରଦର୍ଶନ କରି ତାଙ୍କ ଅଙ୍ଗଗୁଡ଼ିକୁ ଦାନ କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ। ନିଜର ଅସୁସ୍ଥତା କାରଣରୁ ଏମ୍ସରେ ଚିକିତ୍ସାଧୀନ ଥିଲେ ଡ. ପାଢ଼ୀ। ଚଳିତ ମାସ ୨ ତାରିଖରେ ଡ. ପାଢ଼ୀଙ୍କୁ ବ୍ରେନ୍ ଷ୍ଟେମ୍ ମୃତ୍ୟୁ ଘୋଷଣା ପରେ, ତାଙ୍କ ପରିବାର ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଅତ୍ୟନ୍ତ ସମ୍ବେଦନଶୀଳ ସମୟରେ ଅଙ୍ଗଦାନ କରିବାକୁ ସମ୍ମତି ପ୍ରଦାନ କରିଥିଲେ।

ତିନି ତାରିଖରେ ଏମ୍ସ ଭୁବନେଶ୍ୱରର ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଦଳ ଦ୍ୱାରା ତାଙ୍କର ଯକୃତକୁ ୪୬ ବର୍ଷୀୟ ଜଣେ ପୁରୁଷ ରୋଗୀଙ୍କ ଶରୀରରେ ସଫଳତାର ସହିତ ପ୍ରତିରୋପଣ କରାଯାଇଥିଲା। ଯକୃତ ପ୍ରତିରୋପିତ ହୋଇଥିବା ବ୍ୟକ୍ତିଜଣଙ୍କ ସୁସ୍ଥ ଅଛନ୍ତି। ଆସନ୍ତାକାଲି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବା ନେଇ ସୂଚନା ମିଳିଛି। ମୃତଦାତାଙ୍କ ଅଙ୍ଗକୁ ଏମ୍ସ ଭୁବନେଶ୍ବରରେ ହିଁ ପ୍ରତିରୋପଣ କରାଯାଇଥିଲା, ଯାହାକି ଏହି ଜାତୀୟ ପ୍ରତିଷ୍ଠାନ ପାଇଁ ପ୍ରଥମ। ଏପରି ସଫଳ ପ୍ରତିରୋପଣ ପ୍ରକ୍ରିୟା ଅନୁଷ୍ଠାନର ପ୍ରତିବଦ୍ଧତା ଏବଂ ଏବଂ ଡାକ୍ତରୀ ଦଳର ବିଶେଷଜ୍ଞତାକୁ ପ୍ରତିଫଳିତ କରେ।
ଆଇଏଲ୍ବିଏସ୍ ଦିଲ୍ଲୀର ପ୍ରଫେସର ବିନିୟେନ୍ଦ୍ର ପାମେଚାଙ୍କ ପରାମର୍ଶରେ ଏମ୍ସ ଭୁବନେଶ୍ବର ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗୀୟ ମୁଖ୍ୟ ଡ. ବ୍ରହ୍ମଦତ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ପ୍ରତିରୋପଣ କରାଯାଇଥିଲା। ଏହି ପ୍ରକ୍ରିୟାକୁ ଆନାସ୍ଥେସିଆ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ କ୍ରିଟିକାଲ୍ କେୟାର ବିଶେଷଜ୍ଞ ସମେତ ବହୁବିଧ ଦଳ ସହଯୋଗ କରିଥିଲେ। ଉତ୍ତମ ସମନ୍ବୟରେ ହୋଇଥିବା ଏହି ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା।
ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଦାତାଙ୍କ ପରିବାର ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରି ସଚେତନତା ଏବଂ ଆବେଗିକ ଭାବନାରେ ଅଙ୍ଗ ଦାନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଷ୍ଠାନର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ତାଙ୍କ ନିଃସ୍ୱାର୍ଥପର ଅବଦାନକୁ ସ୍ୱୀକୃତି ଦେଇ, ଡ. ପାଢ଼ୀଙ୍କୁ ମେଡିକାଲ୍ ଅଧୀକ୍ଷକ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଏମ୍ସ ଭୁବନେଶ୍ୱରରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

Liver donation successfultransplant
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ ‘ଜାଗୋ’ ପକ୍ଷରୁ ଜଳ ସେବା ଶିବିର ଆୟୋଜିତ

April 20, 2026

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ଅକ୍ଷୟ ତୃତୀୟା ଉତ୍ସବ ପାଳିତ

April 20, 2026

ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ

April 20, 2026

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026
Latest News

ମୃତ୍ୟୁ ପରେ ମଧ୍ୟ ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କଲେ ମହିଳା ଡାକ୍ତର

April 20, 2026

ସୋଆ ‘ଜାଗୋ’ ପକ୍ଷରୁ ଜଳ ସେବା ଶିବିର ଆୟୋଜିତ

April 20, 2026

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ଅକ୍ଷୟ ତୃତୀୟା ଉତ୍ସବ ପାଳିତ

April 20, 2026

ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ

April 20, 2026

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.