Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଶାସନର ନବ କଳେବର, ବାବୁମାନଙ୍କ ଭିତରୁ ଅନେକ “ଶୁଖିଲା କାଠ” ବାଦ ପଡିବେ
ବିଶେଷ ଖବର

ପ୍ରଶାସନର ନବ କଳେବର, ବାବୁମାନଙ୍କ ଭିତରୁ ଅନେକ “ଶୁଖିଲା କାଠ” ବାଦ ପଡିବେ

August 16, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଓଡିଶା ପ୍ରଶାସନରେ ଏକ ବଡ ଧରଣର ଅଦଳ ବଦଳ ହେଲାପରେ, ହଠାତ କିଛି ଆଇଏଏସ ଅଧିକାରୀ ଏବେ ଇସ୍ତଫା ଦେବା ସହିତ ଆଉ କିଛି କେନ୍ଦ୍ରୀୟ ଡେପୁଟେସନରରେ ଯିବା ଲାଗି ତତ୍ପର ହୋଇ ପଡିଛନ୍ତି। ନିଜ ଚାକିରି କାଳ ପୂରିବାର ପ୍ରାୟ ବର୍ଷେ ଆଗରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସ୍ଵେଚ୍ଛାକୃତ ଅବସର ନେଇ ରାଜ୍ୟ  ନିର୍ବାଚନ କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ଦାୟିତ୍ବରେ ସେ ଆହୁରି ପାଞ୍ଚ ବର୍ଷ କାମ କରିବାର ସୁଯୋଗ ପାଇବେ। ନୂଆ ମୁଖ୍ୟ ଶାସନ ସଚିବ ଭାବରେ ଆସନ୍ତା ୧୯ ତାରିଖ ଦିନ ଅସିତ ତ୍ରିପାଠୀ ଯୋଗଦେବେ ବୋଲି ସ୍ପଷ୍ଟ ହୋଇ ସାରିଛି। ଏହି ଅଦଳ ବଦଳ ପ୍ରକ୍ରିୟାରେ ରାଜ୍ୟ ବରିଷ୍ଠ ଅଧିକାରୀଙ୍କ ଭିତରେ ଏକପ୍ରକାର ଅସ୍ବସ୍ତିକର ଭାବନା ସୃଷ୍ଟି ହୋଇଛି। ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ବରିଷ୍ଠ ଆଇଏଏସ ଅଧିକାରୀ ଗଗନ କୁମାର ଧଳଙ୍କ ଅକସ୍ମାତ ଇସ୍ତଫାରେ। ଶ୍ରୀ ଧଳ ଅବସର ଗ୍ରହଣ କରିବାର ବହୁ ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟ କରୁଥିବା ଶ୍ରୀ ଧଳ ନୂଆ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଠାରୁ ବରିଷ୍ଠ। ତେଣୁ ସେ ଅପମାନିତ ହୋଇ ଇସ୍ତଫା ଦେଇଛନ୍ତି କି?

ରାଜ୍ୟ କ୍ୟାଡର ଆଇଏଏସ ତାଲିକାରେ ରହିଥିବା ପ୍ରଥମ ଦଶ ଜଣ ବରିଷ୍ଠ ଅଧିକାରୀଙ୍କ ମଧ୍ୟରୁ ଇଞ୍ଜେତି ଶ୍ରୀନିବାସ, ଅରୁଣ କୁମାର ପଣ୍ଡା, ଉପେନ୍ଦ୍ର ପ୍ରସାଦ ସିଂ ଓ ସୁରେନ୍ଦ୍ର ନାଥ ତ୍ରିପାଠୀ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଛନ୍ତି। ତାଙ୍କ ପରେ ଗଗନ ଧଳ। ସେ ଏବେ ଇସ୍ତଫା ଦେବାର କାରଣ ଅତ୍ୟନ୍ତ ସ୍ପଷ୍ଟ। ସିଭିଲ ତାଲିକାରେ ଶ୍ରୀ ଧଳ ୧୯୮୫ ବ୍ୟାଚ ର ହୋଇଥିବା ବେଳେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ୧୯୮୬ ବ୍ୟାଚର। ତେଣୁ ସ୍ଵାଭାବିକ ଭାବେ ଶ୍ରୀ ଧଳ ଅପମାନିତ ଅନୁଭବ କରିଥାଇ ପାରନ୍ତି! ସେହି ପରି ୧୯୮୬ ବ୍ୟାଚର ସୁରେଶ ଚନ୍ଦ୍ର ମହାପାତ୍ର, ଲକ୍ଷ୍ମୀ ନାରାୟଣ ଗୁପ୍ତା ଓ  ସୁଦର୍ଶନ ପାଲ ଠାକୁର ଏହି ଦୌଡରେ ପଛରେ ପଡି ଯାଇଛନ୍ତି। ତେବେ ବର୍ତ୍ତମାନ ଯାହା ଚର୍ଚ୍ଚା ହେଉଛି, ଯେଉଁ ଅଧିକାରୀମାନେ ପ୍ରଶାସନରେ “ଡେଡ ଉଡ” ବା ଶୁଖିଲା କାଠ ଭାବରେ ରହିଛନ୍ତି, ସେମାନଙ୍କୁ ପ୍ରଶାସନରୁ ବାଦ ଦିଆଯିବ। ସେହି ପ୍ରକ୍ରିୟାରେ ଆଉ କିଛି ଅଧିକାରୀ ଭବିଷ୍ୟତରେ ଚାକିରୀ ଛାଡିପାରନ୍ତି କିମ୍ବା ସେମାନଙ୍କୁ କୋଣ ଠେସା କରାଯାଇପାରେ ବୋଲି ସୂଚନା ମିଳୁଛି।

ରାଜ୍ୟ ପ୍ରଶାସନରେ ଓଡିଆ ଓ ଅଣ ଓଡିଆ ଅଧିକାରୀଙ୍କ ଭିତରେ ଏକ ପ୍ରକାର ଅଘୋଷିତ ପ୍ରତିଯୋଗିତା ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବରେ ଅବସରପ୍ରାପ୍ତ ଆଇଏଏସ ଆର.ବାଳକୃଷ୍ଣନଙ୍କ ନିଯୁକ୍ତିକୁ ଅନେକ ଓଡିଆ ଅଧିକାରୀ ନାକ ଟେକୁଛନ୍ତି। ଏହାକୁ ନେଇ ସଚିବାଳୟ ର ଅନ୍ଦର ମହଲରେ ଚାପା ଗୁଞ୍ଜରଣ ଶୁଣିବାକୁ ମିଳୁଛି। ସେହିପରି ପୋଲିସ ପ୍ରଶାସନର ମୁଖିଆ ବଦଳିବା ପରେ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ପୋଲିସ ପ୍ରଶାସନରେ ମଧ୍ୟ ଆମୂଳଚୂଳ ପରିବର୍ତ୍ତନ ହେବାକୁ ଯାଉଛି।

ସେହିପରି ରାଜ୍ୟ ସରକାରଙ୍କ ଶୁଭ ଦୃଷ୍ଟିରେ ରହିଥିବା କିଛି ଅଧିକାରୀଙ୍କୁ ବିଭିନ୍ନ କମିଶନ ଓ ଅନୁଷ୍ଠାନ ଗୁଡିକରେ ଥଇଥାନ କରାଯିବ। ମୋଟାମୋଟି ଭାବରେ ପୂରା ଶାସନ ତନ୍ତ୍ରକୁ ଅଦଳ ବଦଳ କରିବାର ଏକ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କୁହାଯାଇପାରେ।

Share. Facebook Twitter LinkedIn Email WhatsApp Copy Link

Related Posts

PM Maan Ki Baat: ଐତିହ୍ୟ ପିଠଗୁଡିକର ସଂରକ୍ଷଣ ପାଇଁ ପ୍ରୟାସ ଜାରୀ ବୋଲି କହିଲେ ପ୍ରଧାନମନ୍ତ୍ରୀ

May 31, 2026

ଭୁବନେଶ୍ବରରେ ଆୟୋଜିତ ଚନ୍ଦନ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ..

May 31, 2026

ଜୁନ୍‌ ୧ ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ “ଖେତ ବଚାଓ ଅଭିଯାନ”

May 31, 2026

ଗୁଜରାଟର ଭୁଜରେ ସୀମା ସଂପର୍କିତ ସମସ୍ୟା ନେଇ ସମୀକ୍ଷା ବୈଠକ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ

May 31, 2026
Latest News

ସିବିସି ଭୁବନେଶ୍ୱର ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

May 31, 2026

ଆସନ୍ତାକାଲି ଖୋଲିବ CBSEର ପୁନଃମୂଲ୍ୟାୟନ ପୋର୍ଟାଲ: ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

May 31, 2026

ଟିମ୍ ଇଣ୍ଡିଆରେ ଯୋଗଦେଲେ ରୁତୁରାଜ ଗାୟକ୍ଵାଡ଼: ଏହି ଖେଳାଳିଙ୍କ ସ୍ଥାନରେ ମିଳିଲା ସୁଯୋଗ

May 31, 2026

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ: ଜାଣନ୍ତୁ କ’ଣ କହିଲେ କଂଗ୍ରେସ ସାଂସଦ?

May 31, 2026

ବିଜେପିରେ ସାମିଲ ହେଲେ ବିଜେଡି ନେତା ରୁଦ୍ର ସାମନ୍ତରାୟ ଏବଂ ମିଲନ ପାଇକରାୟ

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.