ଭୁବନେଶ୍ଵର : ରତ୍ନ ଭଣ୍ଡାର ଗଣତି ପ୍ରକ୍ରିୟା ସରି ନ ଥିବା ବେଳେ ଏହାକୁ ନେଇ ବିଜେଡି-ବିଜେପି ମୁହାଁ ମୁହିଁ ହୋଇଛନ୍ତି । ଉଭୟ ଦଳଙ୍କ ବୟାନ ବାଜି ଏବେ ରାଜନୀତିକୁ ସରଗରମ କରିଛି । ଗଣତି ମଣତି ପରେ ଶ୍ରୀମନ୍ଦିର ପ୍ରଶାସକ ଶ୍ରୀଜିଉ ମାନଙ୍କର ସବୁ ଅଳଙ୍କାର ମେଳ ଖାଉଛି ବୋଲି କହିବା ପରେ ବିଜେଡି ଏବେ ଏହାକୁ ନେଇ ବିଜେପି ଉପରେ ବର୍ଷିଛି। ଆଉ ସୋସିଆଲ୍ ମିଡିଆରେ ବିଜେପି ବିରୋଧରେ କ୍ୟାମ୍ପେନ ଆରମ୍ଭ କରିଛି।
ବିଜେଡି ଉପସଭାପତି ପ୍ରଣବ ପ୍ରକାଶ ଦାସ ନିଜ ସୋସିଆଲ୍ ମିଡିଆରେ ରତ୍ନ ଭଣ୍ଡାର ଅଳଙ୍କାର ଚୋରି ଓ ଚାବି ହଜିବାକୁ ନେଇ ବିଜେପି କିପରି ମିଥ୍ୟା ପ୍ରଚାର କରୁଥିଲା ତାକୁ ଉଲ୍ଲେଖ କରି କଡା ସମାଲୋଚନା କରିଛନ୍ତି। ସେପଟେ ଏହାର ଜବାବରେ ଆଇନ ମନ୍ତ୍ରୀ କହିଛନ୍ତି, ରତ୍ନ ଭଣ୍ଡାର ଚାବି ହଜିବା ସତ। ଯଦି ଚାବି ଥିଲା ତେବେ ରତ୍ନ ଭଣ୍ଡାର କାହିଁକି ଖୋଲୁ ନଥିଲା ତତ୍କାଳୀନ ବିଜେଡି ସରକାର। ବିଜେଡି ନେତାଙ୍କ ଦୁଃସାହସ ଗୋଟିଏ ଦିନରେ ଛଡେଇ ଦେବୁ। ଆମେ ପ୍ରଶ୍ନ କଲେ, ବିଜେଡି ନେତାଙ୍କ ପାରାଲିସିସ୍ ହେଇଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।


