Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାଷୀଙ୍କ ଠାରୁ କ୍ୱିଣ୍ଟାଲ୍‌ ପିଛା ୩୬୫ ଟଙ୍କାରେ କିଣାଯିବ ଆଖୁ
ଆଜିର ଖବର

ଚାଷୀଙ୍କ ଠାରୁ କ୍ୱିଣ୍ଟାଲ୍‌ ପିଛା ୩୬୫ ଟଙ୍କାରେ କିଣାଯିବ ଆଖୁ

May 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଖୁ
ଚାଷୀଙ୍କ ଠାରୁ କ୍ୱିଣ୍ଟାଲ୍‌ ପିଛା ୩୬୫ ଟଙ୍କାରେ କିଣାଯିବ ଆଖୁ

ନୂଆଦିଲ୍ଲୀ: ଆଖୁ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ବୈଠକରେ ଆଖୁର ଉଚିତ୍‌ ଏବଂ ଲାଭକାରୀ ମୂଲ୍ୟ (ଏଫଆରପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି। ୨୦୨୬-୨୭ ଋତୁ (ଅକ୍ଟୋବର-ସେପ୍ଟେମ୍ବର) ପାଇଁ ଆଖୁ କ୍ୱିଣ୍ଟାଲ ପିଛା ୩୬୫ ଟଙ୍କାରେ କିଣାଯିବାକୁ ନିଷ୍ପତ୍ତି ହୋଇଛି। ଏହି ଦର ୧୦.୨୫% ମୂଳ ଅସୁଲି ଦର ଉପରେ ଆଧାରିତ। ଏହା ଅଧୀନରେ ୧୦.୨୫% ଠାରୁ ଅଧିକ ଅସୁଲିରେ ହେଉଥିବା ପ୍ରତ୍ୟେକ ୦.୧% ବୃଦ୍ଧି ଲାଗି କ୍ୱିଣ୍ଟାଲ ପିଛା ୩.୬୫ ଟଙ୍କା ପ୍ରିମିୟମ ପ୍ରଦାନ କରାଯିବ। ଅସୁଲିରେ ହେଉଥିବା ପ୍ରତ୍ୟେକ ୦.୧% ହ୍ରାସ ଲାଗି ଏଫଆରପିରେ କ୍ୱିଣ୍ଟାଲ ପିଛା ୩.୫୬ ଟଙ୍କା କାଟି ଦିଆଯିବ।

ଯେଉଁ ଚିନି କଳରେ ଅସୁଲି ହାର ୯.୫% ରୁ କମ୍ ଅଛି ସେଠାରେ କୌଣସି ପ୍ରକାର କାଟ୍‌ କରାଯିବ ନାହିଁ। ଆଖୁ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଚାଷୀମାନେ ଆଗାମୀ ଚିନି ଋତୁ ୨୦୨୬-୨୭ରେ ଆଖୁ ପାଇଁ କ୍ୱିଣ୍ଟାଲ ପିଛା ୩୩୮.୩ ଟଙ୍କା ପାଇବେ।

୨୦୨୬-୨୭ ଚିନି ଋତୁ ପାଇଁ ଆଖୁର ଉତ୍ପାଦନ ଖର୍ଚ୍ଚ (ଏଟୁ +ଏଫଏଲ) କ୍ୱିଣ୍ଟାଲ ପିଛା ୧୮୨ ଟଙ୍କା ରହିଛି। ୧୦.୨୫% ଅସୁଲି ହାରରେ ଏହି ଏଫଆରପି  କ୍ୱିଣ୍ଟାଲ ପିଛା ୩୬୫ ଟଙ୍କା ଧାର୍ଯ୍ୟ ହୋଇଥିବାରୁ ଏହା ଉତ୍ପାଦନ ଖର୍ଚ୍ଚ ତୁଳନାରେ ୧୦୦.୫% ଅଧିକ। ୨୦୨୬-୨୭ ଚିନି ଋତୁ ପାଇଁ ଏଫଆରପି ଚଳିତ ଚିନି ଋତୁ ୨୦୨୫-୨୬ ତୁଳନାରେ ୨.୮୧% ଅଧିକ ।

ଅନୁମୋଦିତ ଏଫଆରପି ଚିନି କଳଗୁଡ଼ିକ ଦ୍ୱାରା ଚିନି ଋତୁ ୨୦୨୬-୨୭ (୧ ଅକ୍ଟୋବର, ୨୦୨୬ ରୁ ଆରମ୍ଭ) ରେ ଚାଷୀଙ୍କଠାରୁ ଆଖୁ କ୍ରୟ ପାଇଁ ପ୍ରଯୁଜ୍ୟ ହେବ। ଚିନି କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ କୃଷିଭିତ୍ତିକ କ୍ଷେତ୍ର। ଏହା ଉପରେ ପ୍ରାୟ ୫ କୋଟି ଆଖୁ ଚାଷୀ ଏବଂ ସେମାନଙ୍କ ପରିବାରବର୍ଗ ସହିତ ଚିନି କଳରେ କାର୍ଯ୍ୟରତ ପ୍ରାୟ ୫ ଲକ୍ଷରୁ ଅଧିକ ଶ୍ରମିକ ନିର୍ଭରଶୀଳ। ଏହାବ୍ୟତୀତ କୃଷି ଶ୍ରମ ଓ ପରିବହନ ସମେତ ଆନୁସଙ୍ଗିକ କାର୍ଯ୍ୟକଳାପରେ ବହୁ ଲୋକଙ୍କ ଜୀବିକା ମଧ୍ୟ ଏହି କ୍ଷେତ୍ର ସହ ଜଡ଼ିତ।

ପୃଷ୍ଠଭୂମି

ସୂଚନାଯୋଗ୍ୟ, କୃଷି ବ୍ୟୟ ଏବଂ ମୂଲ୍ୟ ଆୟୋଗ (ସିଏସିପି) ର ସୁପାରିସ ଆଧାରରେ ଏବଂ ରାଜ୍ୟ ସରକାର ତଥା ଅନ୍ୟ ଅଂଶୀଦାରମାନଙ୍କ ସହିତ ପରାମର୍ଶ ପରେ ଏଫଆରପି ନିର୍ଦ୍ଧାରଣ କରାଯାଇଛି।

ପୂର୍ବ ଚିନି ଋତୁ ୨୦୨୪-୨୫ରେ, ୧,୦୨,୬୮୭ କୋଟି ଟଙ୍କା ଆଖୁ ବକେୟା ମଧ୍ୟରୁ ୨୦ ଏପ୍ରିଲ ୨୦୨୬ ସୁଦ୍ଧା ଚାଷୀମାନଙ୍କୁ ପ୍ରାୟ ୧,୦୨,୨୦୯ କୋଟି ଟଙ୍କା ଆଖୁ ବକେୟା ପରିଶୋଧ କରାଯାଇଛି । ସେହିପରି, ପ୍ରାୟ ୯୯.୫% ଆଖୁ ବକେୟା ପରିଶୋଧ କରାଯାଇଛି। ଚଳିତ ଚିନି ଋତୁ ୨୦୨୫-୨୬ରେ, ୧,୧୨,୭୪୦ କୋଟି ଟଙ୍କା ଆଖୁ ବକେୟା ମଧ୍ୟରୁ ୨୦ ଏପ୍ରିଲ ୨୦୨୬ ସୁଦ୍ଧା ଚାଷୀମାନଙ୍କୁ ପ୍ରାୟ ୯୯,୯୬୧ କୋଟି ଟଙ୍କା ଆଖୁ ବକେୟା ପରିଶୋଧ କରାଯାଇଛି; ଏହିପରି, ପ୍ରାୟ ୮୮.୬% ଆଖୁ ବକେୟା ପରିଶୋଧ କରାଯାଇଛି।

କ୍ୟାବିନେଟ୍ ମଞ୍ଜୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ

May 5, 2026

ପ୍ରେମିକ ବାରଣ୍ଡାରେ ଧାରଣାରେ ବସିଥିବା ପ୍ରେମିକାକୁ ହତ୍ୟା

May 5, 2026

ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ରେ କେନ୍ଦ୍ରମନ୍ତ୍ରୀ

May 5, 2026

ପଶ୍ଚିମବଂଗର କିଏ ହେବ ମୁଖ୍ୟମନ୍ତ୍ରୀ ? ବାଛିବେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ

May 5, 2026
Latest News

ଚାଷୀଙ୍କ ଠାରୁ କ୍ୱିଣ୍ଟାଲ୍‌ ପିଛା ୩୬୫ ଟଙ୍କାରେ କିଣାଯିବ ଆଖୁ

May 5, 2026

ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ

May 5, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026

ପ୍ରେମିକ ବାରଣ୍ଡାରେ ଧାରଣାରେ ବସିଥିବା ପ୍ରେମିକାକୁ ହତ୍ୟା

May 5, 2026

ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ରେ କେନ୍ଦ୍ରମନ୍ତ୍ରୀ

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.