ଭୁବନେଶ୍ଵର: ବାରିପଦା ସହର ନିକଟସ୍ଥ ବୁଢ଼ାବଳଙ୍ଗ ନଦୀକୂଳର ସୌନ୍ଦର୍ଯ୍ୟକରଣ ନିମନ୍ତେ କରାଯାଉଥିବା ସର୍ଭେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଆଗାମୀ ଦିନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସହରବାସୀଙ୍କୁ ମନୋରଞ୍ଜନ ପାଇଁ ଏକ ଉତ୍ତମ ତଥା ସୁନ୍ଦର ପରିବେଶ ମିଳିପାରିବ। ଏହା ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରକୁ ନୂତନ ଗତି ପ୍ରଦାନ କରିବ ବୋଲି ମନ୍ତ୍ରୀ ମହାପାତ୍ର କହିଛନ୍ତି।


