ନୂଆଦିଲ୍ଲୀ : CBI ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କାର୍ଯ୍ୟକାଳକୁ ବର୍ଷେ ବୃଦ୍ଧି କରାଯାଇଛି । କର୍ଣ୍ଣାଟକ କ୍ୟାଡରର ୧୯୮୬ ବ୍ୟାଚ୍ ଆଇପିଏସ୍ ଅଧିକାରୀ ସୁଦଙ୍କ କାର୍ଯ୍ୟକାଳ ଆସନ୍ତା ୨୪ ତାରିଖରୁ ବର୍ଷେ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସେ ୨୫ ମଇ, ୨୦୨୩ ରେ ଦୁଇ ବର୍ଷ ପାଇଁ କାର୍ଯ୍ୟଭାର ଗ୍ରହଣ କରିଥିଲେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ, ପ୍ରବୀଣ ସୁଦ ଆଗାମୀ ଗୋଟିଏ ବର୍ଷ ପାଇଁ ସିବିଆଇର ନେତୃତ୍ୱ ନେବେ।


