ଭୁବନେଶ୍ଵର: ଆଜି ଶଙ୍କର ନେତ୍ରାଳୟ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଓ ପଥଚାରୀ ମାନଙ୍କୁ ପଣା ବଣ୍ଟନ ଆମ୍ବେଦକର କଲ୍ୟାଣୀ ମଣ୍ଡପଠାରେ ଅନୁଷ୍ଠିତ ହେଇଯାଇଛି, ଫାଉଣ୍ଡେସନର ସମ୍ପାଦିକା ଶ୍ରଦ୍ଧାଞ୍ଜଳି ପାଢ଼ୀ, ସଭାପତି ପ୍ରଣବ କୁମାର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ବନିତା ସାହୁ, ବ୍ରହ୍ମପୁର ରେଲୱେ ଷ୍ଟେସନର ମୁଖ୍ୟ ପ୍ରବନ୍ଧକ ଦୁର୍ଗା ପ୍ରସାଦ ବ୍ରହ୍ମ|, କାର୍ଯ୍ୟକାରୀ ସଭ୍ୟ ଚନ୍ଦ୍ରମଣି ପାତ୍ର, ଡାକ୍ତର ସୁରଜିତ ପାଣିଗ୍ରାହୀ, ମନୋଜ ମହାପାତ୍ର, ନୀଳମାଧଵ ନେପାକ, ସବିତା ନେପାକ, ଓ ବିମଳ କୁଣ୍ଡୁ ପ୍ରମୁଖ ସହଯୋଗ କରିଥିଲେ।


