Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀଙ୍କ ସହ ୩୫ ବର୍ଷର ଅଭିଜ୍ଞତା ଆଧାରରେ ‘ଅପନାପନ’ ପୁସ୍ତକ ରଚନା କଲେ ଶିବରାଜ ସିଂହ ଚୌହାନ
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ ସହ ୩୫ ବର୍ଷର ଅଭିଜ୍ଞତା ଆଧାରରେ ‘ଅପନାପନ’ ପୁସ୍ତକ ରଚନା କଲେ ଶିବରାଜ ସିଂହ ଚୌହାନ

May 15, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଜି ତାଙ୍କର ନୂତନ ପୁସ୍ତକ ‘ଅପନାପନ’ ବିଷୟରେ ଘୋଷଣା କରିଛନ୍ତି, ଯେଉଁଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ତାଙ୍କର ୩୫ ବର୍ଷର ଦୀର୍ଘ ସମ୍ପର୍କ ଏବଂ ଅଭିଜ୍ଞତାକୁ ବର୍ଣ୍ଣନା କରାଯାଇଛି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଶ୍ରୀ ଚୌହାନ ଏହି ପୁସ୍ତକକୁ ଦଶନ୍ଧି ଧରି ସଂଗଠନ କାର୍ଯ୍ୟ, ଜନସେବା, ଶାସନ ଏବଂ ରାଷ୍ଟ୍ର ଗଠନ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କର ଘନିଷ୍ଠ ସମ୍ପର୍କର ଏକ ନିବିଡ଼ ବ୍ୟକ୍ତିଗତ ବୃତ୍ତାନ୍ତ ବୋଲି ବର୍ଣ୍ଣନା କରିଛନ୍ତି। ଏହି ପୁସ୍ତକ ମଇ ୨୬, ୨୦୨୬ରେ ସକାଳ ୧୦:୩୦ରେ ନୂଆଦିଲ୍ଲୀର ପୁସାସ୍ଥିତ ଏନ୍ଏଏସ୍ସି କମ୍ପ୍ଲେକ୍ସରେ ଆନୁଷ୍ଠାନିକ ଭାବରେ ଉନ୍ମୋଚନ କରାଯିବ। ଏହି ଅବସରରେ ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କୟା ନାଇଡୁ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ୍. ଡି. ଦେବେଗୌଡା ଉପସ୍ଥିତ ରହିବେ।

ପୁସ୍ତକ ବିଷୟରେ ବର୍ଣ୍ଣନା କରି ଶ୍ରୀ ଚୌହାନ କହିଛନ୍ତି ଯେ, ‘ଅପନାପନ’ ପାଠକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିତ୍ୱ, ନେତୃତ୍ୱ ଶୈଳୀ, ସମ୍ବେଦନଶୀଳତା ଏବଂ କାର୍ଯ୍ୟ ନୀତିକୁ ଅତି ନିକଟତର ଓ ଅଧିକ ବ୍ୟକ୍ତିଗତ ଦୃଷ୍ଟିକୋଣରୁ ବୁଝିବାର ସୁଯୋଗ ପ୍ରଦାନ କରେ।

ଶ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ଏହି ପୁସ୍ତକରେ ତାଙ୍କ ଦୀର୍ଘ ସାର୍ବଜନୀନ ଜୀବନରେ ନରେନ୍ଦ୍ର ମୋଦୀଙ୍କ ସହ କାମ କରିବା ସମୟରେ ସେ ଅନୁଭବ କରିଥିବା ଅଭିଜ୍ଞତା, ଭାବନା, ପ୍ରେରଣା ଓ ମୂଲ୍ୟବୋଧର ଅଭିବ୍ୟକ୍ତି ନିହିତ ରହିଛି। ସେ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କର ସମ୍ପର୍କ ସାଢ଼େ ତିନି ଦଶକରୁ ଅଧିକ ସମୟ, ଯାହା ୧୯୯୧ର ‘ଏକତା ଯାତ୍ରା’ରୁ ଆରମ୍ଭ ହୋଇଥିଲା। ସଂଗଠନର କର୍ମୀ ଭାବରେ ଏହି ସମ୍ପର୍କ ଆରମ୍ଭ ହୋଇଥିଲା ଏବଂ ଏହା ଧୀରେ ଧୀରେ ବିଭିନ୍ନ ଦାୟିତ୍ୱ ମାଧ୍ୟମରେ ନିବିଡ଼ ହୋଇଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭାବରେ ଏବଂ ପରେ କେନ୍ଦ୍ରମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ ମଧ୍ୟ ସାମିଲ ଅଛି। ସେ କହିଛନ୍ତି, ବିଶ୍ୱ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ନିର୍ଣ୍ଣାୟକ ଏବଂ ପ୍ରଭାବଶାଳୀ ନେତା ଭାବରେ ଦେଖୁଥିବାବେଳେ, ସେ ବ୍ୟକ୍ତିଗତ ଭାବରେ ତାଙ୍କଠାରେ ଜଣେ ସାଧକ, ଜଣେ କର୍ମଯୋଗୀ ଏବଂ ରାଷ୍ଟ୍ରହିତ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ବ୍ୟକ୍ତିତ୍ୱକୁ ଅନୁଭବ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବା ସତ୍ତ୍ୱେ, ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟେକ ନୂତନ ଦିନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମାନ ଶକ୍ତି, ସ୍ପଷ୍ଟତା ଓ ରାଷ୍ଟ୍ରପ୍ରତି ଅତୁଟ ପ୍ରତିବଦ୍ଧତା ସହିତ ଆରମ୍ଭ କରନ୍ତି।

‘ଏକତା ଯାତ୍ରା’କୁ ସ୍ମରଣ କରି ଶ୍ରୀ ଚୌହାନ କହିଛନ୍ତି ଯେ, ସେତେବେଳେ କେତେକ ଲୋକ ଏହାକୁ ଏକ ରାଜନୈତିକ ଅଭିଯାନ ଭାବରେ ଦେଖୁଥିଲେ ମଧ୍ୟ, ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଜାତୀୟ ଚେତନାର ଏକ ଆନ୍ଦୋଳନରେ ପରିଣତ କରିଥିଲେ। ତାଙ୍କ ମତାନୁସାରେ, ଶ୍ରୀ ମୋଦୀଙ୍କ ଦୃଷ୍ଟିକୋଣ କେବଳ ଶ୍ରୀନଗରର ଲାଲ ଚୌକରେ ତ୍ରିରଙ୍ଗା ଉତ୍ତୋଳନରେ ସୀମିତ ନଥିଲା; ବରଂ ଏହା ଦେଶର ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ, ଗର୍ବ ଏବଂ ସମର୍ପଣର ଭାବନାକୁ ଜାଗ୍ରତ କରିବାର ଏକ ପ୍ରୟାସ ଥିଲା।

ଶ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ସେହି ସମୟରେ ସେ ଅନୁଭବ କରିଥିଲେ, ନେତୃତ୍ୱ କେବଳ ଭାଷଣ ମାଧ୍ୟମରେ ଗଢ଼ାଯାଏ ନାହିଁ, ବରଂ ଏହା ଶୃଙ୍ଖଳା, ତ୍ୟାଗ, ପ୍ରତିବଦ୍ଧତା ଏବଂ ଲୋକମାନଙ୍କ ପ୍ରତି ଗଭୀର ଆତ୍ମୀୟତାର ଭାବନା ମାଧ୍ୟମରେ ଗଢ଼ିଉଠେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଅନୁଭବଗୁଡ଼ିକ ଶେଷରେ ଏହି ପୁସ୍ତକ ରଚନାର ପ୍ରେରଣା ହୋଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଂଗଠନିକ ଦକ୍ଷତା ଉପରେ ଆଲୋକପାତ କରି ଶ୍ରୀ ଚୌହାନ କହିଛନ୍ତି ଯେ, ସଂଗଠନକୁ ବିସ୍ତାର କରିବା, ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବା, ଚିନ୍ତାଧାରାକୁ ତ୍ରୂଣମୂଳ ସ୍ତର ପର୍ଯ୍ୟନ୍ତ ନେଇଯିବା ଏବଂ କର୍ମୀମାନଙ୍କ ସହିତ ସଂଯୋଗ ସ୍ଥାପନ କରିବାର କ୍ଷମତା ତାଙ୍କର ଏକ ପ୍ରମୁଖ ଶକ୍ତି ଭାବେ ରହିଆସିଛି। ମୁଖ୍ୟମନ୍ତ୍ରୀ ଭାବରେ, ସେ ଏହା ମଧ୍ୟ ଦେଖିଥିଲେ ଯେ, ଆଲୋଚନା, ସ୍ପଷ୍ଟତା ଏବଂ ଦୃଢ଼ ସଂକଳ୍ପ ମାଧ୍ୟମରେ କିପରି ଜଟିଳ ଏବଂ ଦୀର୍ଘକାଳୀନ ପ୍ରସଙ୍ଗଗୁଡ଼ିକର ସମାଧାନ କରାଯାଇପାରେ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିତ୍ୱ ଯେତିକି ସମ୍ବେଦନଶୀଳ, ସେତିକି ଦୃଢ଼ ମଧ୍ୟ। ‘ଏକତା ଯାତ୍ରା’ର ଏକ ଘଟଣାକୁ ମନେ ପକାଇ ସେ କହିଛନ୍ତି ଯେ, ସୁରକ୍ଷା କାରଣରୁ ପତାକା ଉତ୍ତୋଳନ ସମୟରେ ଅନେକ ଉତ୍ସର୍ଗୀକୃତ କର୍ମୀ ଯେତେବେଳେ ଲାଲ ଚୌକରେ ପହଞ୍ଚି ପାରିନଥିଲେ, ସେତେବେଳେ ନରେନ୍ଦ୍ର ମୋଦୀ ସେମାନଙ୍କ ନିରାଶାକୁ ଗଭୀରଭାବେ ଅନୁଭବ କରିଥିଲେ। ଶ୍ରୀ ଚୌହାନଙ୍କ ମତାନୁସାରେ, ସେହି ମୁହୂର୍ତ୍ତ ପ୍ରଧାନମନ୍ତ୍ରୀଙ୍କ ଭାବନାତ୍ମକ ଗଭୀରତା ଓ ଦଳୀୟ କର୍ମୀମାନଙ୍କ ସହ ତାଙ୍କର ପ୍ରକୃତ ସମ୍ପର୍କକୁ ପ୍ରତିଫଳିତ କରିଥିଲା।

ସେ କହିଛନ୍ତି ଯେ, ସାଧାରଣତଃ ନେତୃତ୍ୱକୁ କେବଳ ସଂଗଠନାତ୍ମକ ଦୃଢ଼ତା ସହିତ ଯୋଡ଼ାଯାଏ, କିନ୍ତୁ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନରେ କର୍ମୀ, ଗରିବ, କୃଷକ, ମାଆ, ଭଉଣୀ ଏବଂ ସମାଜର ଶେଷ ଧାଡିରେ ଠିଆ ହୋଇଥିବା ଲୋକଙ୍କ ପ୍ରତି ଗଭୀର ସହାନୁଭୂତି ରହିଛି। ଶ୍ରୀ ଚୌହାନ ଆହୁରି କହିଛନ୍ତି ଯେ, ଏହି ମାନବୀୟ ଦୃଷ୍ଟିକୋଣ ହିଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ସ୍ୱତନ୍ତ୍ର ଏବଂ ଦୂରଦର୍ଶୀ କରିଛି। ଅନେକ ରାଜନୈତିକ ନେତା ଓ କର୍ମୀମାନେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱକୁ ଗଭୀରତାର ସହ ନେବା ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀ ମୋଦୀ ଏହାର ଗୁରୁତ୍ୱକୁ ଅନୁଭବ କରିଥିଲେ। ପରବର୍ତ୍ତୀ ସମୟରେ ଦେଶ ଦେଖିଲା କିପରି ପ୍ରଯୁକ୍ତିବିଦ୍ୟାକୁ ପ୍ରଭାବଶାଳୀ ଭାବରେ ସୁଶାସନ, ସ୍ୱଚ୍ଛତା, ଜନସହଭାଗିତା ଓ ସେବା ପ୍ରଦାନରେ ସଫଳତାର ସହ ସମନ୍ୱୟ କରାଗଲା।

କୋଭିଡ-୧୯ ମହାମାରୀର ଚ୍ୟାଲେଞ୍ଜପୂର୍ଣ୍ଣ ସମୟ ବିଷୟରେ ଉଲ୍ଲେଖ କରି ଶ୍ରୀ ଚୌହାନ କହିଛନ୍ତି ଯେ, ସାରା ଦେଶରେ ଯେତେବେଳେ ବ୍ୟାପକ ଅନିଶ୍ଚିତତା ଓ ଚିନ୍ତାର ପରିବେଶ ଥିଲା, ସେତେବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେବାରେ ଧୈର୍ଯ୍ୟ, ସଂଯମତା ଏବଂ ଦୂରଦୃଷ୍ଟି ପ୍ରଦର୍ଶନ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଙ୍କଟର ସମୟ ନେତୃତ୍ୱର ପ୍ରକୃତ ଚରିତ୍ରକୁ ପ୍ରକାଶ କରେ ଏବଂ ସେହି କଠିନ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଦେଶକୁ ଦିଗଦର୍ଶନ ଏବଂ ଆତ୍ମବିଶ୍ୱାସ ଉଭୟ ପ୍ରଦାନ କରିଥିଲେ।

ପୁସ୍ତକର ସାରାଂଶକୁ ସ୍ପଷ୍ଟ କରି ଶ୍ରୀ ଚୌହାନ କହିଛନ୍ତି ଯେ, ‘ଅପନାପନ’ କେବଳ ଘଟଣାବଳୀର ବର୍ଣ୍ଣନା ନୁହେଁ, ବରଂ ଏହା ଏକ ଚିନ୍ତାଧାରା, ଏକ ଦୃଷ୍ଟିକୋଣ, କାର୍ଯ୍ୟ କରିବାର ପଦ୍ଧତି ଏବଂ ରାଷ୍ଟ୍ର ଗଠନର ଭାବନାକୁ ପ୍ରତିଫଳିତ କରୁଥିବା ଏକ ଦଲିଲ୍, ଯାହା ଭାରତକୁ ପରିବର୍ତ୍ତନ କରିବାର ସାହସ ଦେଖାଇଛି। ସେ କହିଛନ୍ତି ଯେ, ପାଠକମାନେ ଏହି ପୁସ୍ତକରେ ସଂଗଠନରୁ ସୁଶାସନ ପର୍ଯ୍ୟନ୍ତ, ସମ୍ବେଦନଶୀଳତାରୁ ନିଷ୍ପତ୍ତି ଗ୍ରହଣ ପର୍ଯ୍ୟନ୍ତ ଏବଂ ସଙ୍କଳ୍ପରୁ ସଫଳତା ପର୍ଯ୍ୟନ୍ତ ଯାତ୍ରାର ଏକ ଅନ୍ତରଙ୍ଗ ଝଲକ ପାଇବେ।

ପୁସ୍ତକର ପ୍ରଭାବ ସମ୍ପର୍କରେ ଆତ୍ମବିଶ୍ୱାସ ପ୍ରକଟ କରି ଶ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ‘ଅପନାପନ’ ବିଶେଷ ଭାବରେ ଯୁବପିଢ଼ୀଙ୍କ ପାଇଁ ପ୍ରେରଣାଦାୟକ ହେବ। ତାଙ୍କ ମତାନୁସାରେ, ଏହି ପୁସ୍ତକ ବାର୍ତ୍ତା ପ୍ରଦାନ କରେ ଯେ, ଏକ ଦେଶକୁ ପରିବର୍ତ୍ତନ କରିବା ପାଇଁ ଉଚ୍ଚ ପଦ-ପଦବୀର ଆବଶ୍ୟକତା ନାହିଁ; ବରଂ ଏକ ମହତ୍ୱାକାଂକ୍ଷୀ ସଂକଳ୍ପ, ଶୃଙ୍ଖଳା, ସେବାର ମନୋଭାବ ଏବଂ ଲୋକଙ୍କ ସହିତ ଏକ ହୃଦୟସ୍ପର୍ଶୀ ସମ୍ପର୍କ ଆବଶ୍ୟକ।

ସେ ଆହୁରି କହିଛନ୍ତି ଯେ, ‘ଅପନାପନ’ ମାଧ୍ୟମରେ, ସେ ସମାଜ ସହିତ ତାଙ୍କର କିଛି ବ୍ୟକ୍ତିଗତ ଅଭିଜ୍ଞତା ବାଣ୍ଟିଛନ୍ତି ଯାହାଦ୍ୱାରା ଲୋକମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ୱକୁ ନିକଟରୁ ଭଲ ଭାବରେ ବୁଝିପାରିବେ। ସେ କହିଛନ୍ତି ଯେ, ଏହି ପୁସ୍ତକ ଭାରତରେ ସାମାଜିକ ଏବଂ ରାଜନୈତିକ ପରିବର୍ତ୍ତନ ପ୍ରକ୍ରିୟାକୁ ବୁଝିବାକୁ ଇଚ୍ଛୁକ ଲୋକଙ୍କ ପାଇଁ ଏକ ମୂଲ୍ୟବାନ ସମ୍ବଳ ଭାବରେ ମଧ୍ୟ କାର୍ଯ୍ୟ କରିବ।

ଅପନାପନ ଶିବରାଜ ସିଂହ ଚୌହାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026
Latest News

ପ୍ରଧାନମନ୍ତ୍ରୀଙ୍କ ସହ ୩୫ ବର୍ଷର ଅଭିଜ୍ଞତା ଆଧାରରେ ‘ଅପନାପନ’ ପୁସ୍ତକ ରଚନା କଲେ ଶିବରାଜ ସିଂହ ଚୌହାନ

May 15, 2026

ଆଜି ମଇ ୧୫ ତାରିଖ ଶୁକ୍ରବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

May 15, 2026

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.