ବିହାର: ବିହାରର ସାସାରାମରୁ ପାଟନା ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନରେ ହଠାତ୍ ନିଆଁ ଲାଗିଯାଇଥିବାର ସୂଚନା ରହିଛି । ଟ୍ରେନଟି ସାସାରାମରୁ ପାଟନା ଯାଉଥିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। ଯାହା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଟ୍ରେନଟି ସାସାରାମରୁ ପାଟନା ଯାଉଥିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ କୌଣସି ମୃତାହତ ହୋଇଥିବାର ସୂଚନା ମିଳିନାହିଁ । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ଅସ୍ପଷ୍ଟ। ତଦନ୍ତ ପରେ ହିଁ ସଠିକ୍ କାରଣ ଜଣାପଡିବ।
ତେବେ ସର୍ଟ ସର୍କିଟ ପାଇଁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିଛନ୍ତି। ସାସାରାମ ରେଳ ଷ୍ଟେସନର 6 ନମ୍ବର ପ୍ଲାଟଫର୍ମରେ କୋଚରେ ନିଆଁ ଲାଗିଯାଇଥିଲା।


