ଭୁବନେଶ୍ଵର : ଜଗମରା ସ୍ଥିତ ଫୁଟ କୋର୍ଟରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ 4ଟି ଦୋକାନ ସଂପୂର୍ଣ୍ଣ ରୂପେ ଜଳିଯାଇଛି । ଲକ୍ଷାଧିକ ଟଙ୍କାର ଜିନିଷପତ୍ର ନଷ୍ଟ ହୋଇଛି । ଭୋର ସମୟରେ ନିଆଁ ଲାଗିଥିବାର ସୂଚନା ରହିଛି । ନିଆଁ ଆଗକୁ ବ୍ୟାପିବା ପୂର୍ବରୁ ତମଣ୍ଡୋ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ତଦନ୍ତ ଜାରି ରହିଛି ।


