Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରର ଏକ ବସ୍ତିରେ ଲାଗିଲା ନିଆଁ, ବଡ ଦୁର୍ଘଟଣାରୁ ରକ୍ଷା କଲା ଅଗ୍ନିଶମ

ଭୁବନେଶ୍ବର: ଆଜି ଭୁବନେଶ୍ବରର ଭିଏସଏସ ନଗରରେ ଥିବା ହନୁମାନ ବସ୍ତିର ଏକ ଘରେ ନିଆଁ ଲାଗିଯାଇଛି। ଫଳରେ ତିନି ବଖରାରେ ଥିବା ବିଭିନ୍ନ ଜିନିଷ ପୋଡି ଛାରଖାର ହୋଇଯାଇଛି। ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଥିବା ଜଣାପଡିଛି। ତେବେ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନ ଥିବାର ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ହନୁମାନ ବସ୍ତିରେ ଥିବା ନିରୁପମା ଦାସଙ୍କ ଘରୁ ଧୂଆଁ ବାହାରୁଥିବାର ଲକ୍ଷ୍ୟ କରାଯାଇଥିଲା। ତତକ୍ଷଣାତ ସମସ୍ତେ ଘରୁ ବାହାରି ଜିନିଷପତ୍ର ବାହାରକୁ ବାହର କରିବା ପାଇଁ ଚେଷ୍ଠା କରିଥିଲେ। ହେଲେ କେତେକ ଜିନିଷ ରହିଯିବା ଦ୍ବାରା ସେଥିରେ ନିଆଁ ଲାଗିଯାଇଛି।

ତେବେ ଏହି ଦୁର୍ଘଟଣ ସର୍ଟସର୍କିଟ ଯୋଗୁଁ ହୋଇଛି ବୋଲି ଅନୁମାନ କରାଯାଇଛି। ତେବେ ନିଆଁକୁ ଠିକ ସମୟରେ ଆୟତ କରାଯାଇଥିବାରୁ ଏକ ବଡ ଦୁର୍ଘଟଣାରୁ ରକ୍ଷା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

BREAKING NEWS: ମାର୍କେଟ ବିଲିଡିଂରେ ଲାଗିଲା ନିଆଁ, ଚାରୋଟି ଦମକଳ ନିୟୋଜିତ

ଭୁବନେଶ୍ବର: ଆଜି ଭୁବନେଶ୍ବରର ଜନଗହ ପୂର୍ଣ୍ଣ ବଜାର ମାର୍କେଟ ବିଲିଡିଂରେ ନିଆଁ ଲାଗିଛି। ରାତି ପ୍ରାୟ 10ଟା 30 ରେ ଏହି ନିଆଁ ଲାଗିଛି ବୋଲି କୁହାଯାଉଛି। ଏହି ବଜାର ଭିତରେ ଥିବା ଉଷା ସୋ ରୁମରେ ଏହି ନିଆଁ ଲାଗିଥିବାର ଜଣାପଡିଛି। ତେବେ ନିଆଁ ଲାଗିଲା ବେଳକୁ ସେହି ସୋ ରୁମରେ କେହି ନ ଥିଲେ। ଏପରିକି ବଜାର ଗହଳି ମଧ୍ୟ କମିଯାଇଥିଲା।

ଖବର ପାଇବା ପରେ ଭୁବନେଶ୍ବରର ଦମକଳ ବାହିନୀ ସେଠାରେ ପହଁଚି ନିଆଁକୁ ଆୟତ କରିଥିବାର ଜଣପଡିଛି। ଏହି କାର୍ଯ୍ୟରେ ଚାରୋଟି ଦମକଳ ନିୟୋଜିତ ହୋଇଥିଲା ବୋଲି ଅଗ୍ନିଶମ ବିଭାଗ ତରଫରୁ କୁହାଯାଇଛି। ତେବେ ନିଆଁ ଲାଗିବାର କାରଣ କଣ ଜଣାପଡି ନ ଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁ ହୋଇଥିବା ବୋଲି ଅନୁମାନ କରାଯାଉଛି।

Categories
ଆଞ୍ଚଳିକ

ବାଣପୁର ରାଣୀପଡ଼ା ଗ୍ରାମରେ ଧାନ ଗଦାରେ ଅଗ୍ନିକାଣ୍ଡ: ପାଉଁଶ ହେଲା ୫୦୦ ଧାନ କଳେଇ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଜଣେ ଚାଷୀଙ୍କ ଧାନ ବିଲରେ ନିଆଁ ଲାଗି ହଜାର ହଜାର ଟଙ୍କା ମୂଲ୍ୟର ଧାନ ନଷ୍ଟ ହୋଇଯାଇଛି।

ସୂଚନା ମୁତାବକ ତୁମୁରାପୁଟ ପଞ୍ଚାୟତ ଅନ୍ତର୍ଗତ ରାଣୀପଡ଼ା ଗ୍ରାମର ରବୀନ୍ଦ୍ର ସାହୁ ଆଜି ଦିବା ୧୧ ଘଟିକାରେ ତାଙ୍କର ଦୁଇ ଏକର ବିଲର ପାଖାପାଖି ୫୦୦ କଳେଇ ଧାନ ରଖି ଘରକୁ ଖାଇବାକୁ ଯାଇଥିଲେ। ହଠାତ କୌଣସି କାରଣବଶତଃ ଧାନ କଳେଇ ଗଦାରେ ନିଆଁ ଲାଗିଯିବାରୁ ଗାଁ ଲୋକ ସଙ୍ଗେ ସଙ୍ଗେ ଏ ନେଇ ରବୀନ୍ଦ୍ରଙ୍କୁ ଖବର ଦେଇଥିଲେ। ରବୀନ୍ଦ୍ର ଏବଂ ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାରେ ବିଫଳ ହେବାରୁ ବାଣପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଶେଷରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବାବେଳେ ସମସ୍ତ ୫୦୦ ଧାନ କଳେଇ ଜଳି ପୋଡି ପାଉଁଶ ହୋଇଯାଇଛି। ନଷ୍ଟ ହୋଇଯାଇଥିବା ଧାନର ମୂଲ୍ୟ ଆନୁମାନିକ ୫୦ ହଜାର ଟଙ୍କା ହେବ ବୋଲି ରବୀନ୍ଦ୍ର ସୂଚନା ଦେବାସହ ସେ ଅତି ଗରିବ ହୋଇଥିବାରୁ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରଜରାଜନଗରରେ ଜୀଅନ୍ତା ଜଳିଗଲେ ଦମ୍ପତି

ଭୁବନେଶ୍ୱର : ଝାରସୁଗୁଡାର ବ୍ରଜରାଜନଗରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନିଆଁ ଲାଗି ସ୍ବାମୀ-ସ୍ତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି ।ବ୍ରଜରାଜନଗରର ରାମୁପୁରରେ ଏକ କୋଇଲା ଚୁଲାରୁ ନିଆଁ ଲାଗି ସ୍ୱାମୀ ସ୍ତ୍ରୀ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣା ସକାଳ ସାଢେ 8ଟା ସମୟରେ ଘଟିଥିବାବେଳେ ମୃତ ବ୍ୟକ୍ତିଙ୍କର ନାମ ଗିରିବର ଦାସ ବୋଲି ଜଣାପଡ଼ିଛି। ସ୍ତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ଗିରିବର ମଧ୍ୟ ଜଳି ଯାଇଥିଲେ । ନିଆଁର ପ୍ରକୋପ ଏତେ ଅଧିକ ଥିଲା କି ଉଭୟ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।