କଳାହାଣ୍ଡି : ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ । ସହକାରୀ ଯନ୍ତ୍ରୀ ଭୁବନେଶ୍ବର ଶବରଙ୍କ ବାସଭବନରେ ଚାଲିଛି ରେଡ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ 6ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ଗୋଶାନିମୁଣ୍ଡା ସ୍ଥିତ ଘର, କୁସୁମଖୁଣ୍ଟିରେ ଥିବା ପୈତୃକ ଘର, କିଟ ପଦର ଫାର୍ମ ହାଉସ , ଧରମଗଡ ଓ ଭାବନିପାଟଣା ସ୍ଥିତ ଅଫିସରେ ବି ରେଡ ହୋଇଛି।


