Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଇ ୨୪ ରେ ଦେଖନ୍ତୁ ରୋମାଣ୍ଟିକ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’
ଆଜିର ଖବର

ମଇ ୨୪ ରେ ଦେଖନ୍ତୁ ରୋମାଣ୍ଟିକ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’

May 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମଇ ୨୪ ରେ ଦେଖନ୍ତୁ ରୋମାଣ୍ଟିକ ଚଳଚ୍ଚିତ୍ର 'ମନ ମୋର କାଗଜ ଗୁଡ଼ି'
ମଇ ୨୪ ରେ ଦେଖନ୍ତୁ ରୋମାଣ୍ଟିକ ଚଳଚ୍ଚିତ୍ର 'ମନ ମୋର କାଗଜ ଗୁଡ଼ି'

ଭୁବନେଶ୍ଵର: ଗତ ଦୁଇ ଦଶନ୍ଧି ଧରି ଓଲିଉଡ ଏବଂ ଓଡ଼ିଆ ମନୋରଞ୍ଜନ ଜଗତର ଅନେକ ଉତ୍ଥାନ-ପତନ ଓ ରୂପାନ୍ତର ହୋଇଛି, କିନ୍ତୁ କିଛି କାହାଣୀ ଥାଏ ଯାହା ସିଧାସଳଖ ହୃଦୟକୁ ଛୁଇଁଯାଏ। ଆସନ୍ତା ୨୪ ମଇ ୨୦୨୬, ସନ୍ଧ୍ୟା ୬:୩୦ ମିନିଟ୍‌ରେ ଜୀ ସାର୍ଥକ ପରଦାରେ ଟେଲିକାଷ୍ଟ ହେବାକୁ ଯାଉଛି ସେହିପରି ଏକ ସୁନ୍ଦର ରୋମାଣ୍ଟିକ୍ ଡ୍ରାମା ‘ମନ ମୋର କାଗଜ ଗୁଡ଼ି’। ନାମରୁ ହିଁ ସ୍ପଷ୍ଟ ଯେ, ଏଥିରେ ନାୟକ ଓ ନାୟିକାଙ୍କ ମନକୁ ଏକ ମୁକ୍ତ, ସ୍ୱାଧୀନ ଏବଂ ଉଡ଼ନ୍ତା କାଗଜ ଗୁଡ଼ି ସହିତ ତୁଳନା କରାଯାଇଛି।

ଏହି ଚଳଚ୍ଚିତ୍ରର କାହାଣୀ ଏକ ଯୁବକକୁ ନେଇ ଗତିଶୀଳ, ଯାହାର ଜୀବନରେ ଏକ ସରଳ, ସ୍ପଷ୍ଟବାଦୀ ଏବଂ ଜୀବନକୁ ବୁଝିଥିବା ଝିଅର ପ୍ରବେଶ ହୋଇଛି। ଦୁହିଁଙ୍କ ଚିନ୍ତାଧାରା ଓ ଜୀବନଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ହୋଇଥିଲେ ମଧ୍ୟ ପ୍ରେମ ସେମାନଙ୍କୁ ପାଖକୁ ଆଣିଛି। ତେବେ ଏହି ସମ୍ପର୍କରେ ଆସୁଥିବା ବହୁତସାରା ବାଧାବିଘ୍ନ, ଭୁଲ ବୁଝାମଣା ଏବଂ ଅଚାନକ ହେଉଥିବା ଟ୍ଵିଷ୍ଟ ହେଉଛି, ତାହା ଏହି କାହାଣୀର ମୁଖ୍ୟ ଆକର୍ଷଣ। ଏହି ଚଳଚ୍ଚିତ୍ରର ଗୀତ ଗୁଡିକ ବହୁତ ରୋମାଣ୍ଟିକ ହେବା ସହିତ ଯୁବ ପିଢିଙ୍କ ମନକୁ ଛୁଇଁଗଲା ଭଳି ହୋଇଛି।

ଶିବ କୁମାର ପରିଡ଼ା ଏବଂ ଲକ୍ଷ୍ମୀପ୍ରିୟା ପରିଡ଼ା ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଦେବଜ୍ୟୋତି ପାତ୍ର ଏବଂ କାହାଣୀ ଲେଖିଛନ୍ତି ମାନସ ପଢ଼ିଆରୀ ଓ ଦିବ୍ୟସିଂହ ରାୟ। ମୁଖ୍ୟ ଓ ସହକାରୀ କଳାକାର ଭାବରେ ରାକେଶ ଦେଓ, ଭୂମିକା ଦାଶ, ଐଶ୍ୱର୍ଯ୍ୟା ବେହେରା, ପ୍ରୀତିରାଜ ଶତପଥୀ, ବିରେନ ମିଶ୍ର, ତପି ମିଶ୍ର, ମମତା ଦାସ, ଗୁଡ୍ଡୁ ଏବଂ ଜ୍ଞାନ ପ୍ରମୁଖ ନିଜର ନିଖୁଣ ଅଭିନୟ ଦ୍ବାରା ଦର୍ଶକଙ୍କ ମନ ଆଗରୁ ପ୍ରେକ୍ଷାଳୟରେ ଜିତିଥିଲେ। ଏହି ଫିଲ୍ମର ଗୀତଗୁଡ଼ିକ ମଧ୍ୟ ଖୁବ୍ ହିଟ୍ ହୋଇଥିଲା। ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟିକୁ କୁମାର ବାପି, ହ୍ୟୁମାନ୍ ସାଗର, ଉଦିତ ନାରାୟଣ, ଅନନ୍ୟା ନନ୍ଦ, ଋତୁରାଜ ମହାନ୍ତି, ଦୀପ୍ତିରେଖା ପାଢ଼ୀ ଏବଂ ଜ୍ୟୋତିର୍ମୟୀ ନାୟକ ଗାଇଥିଲେ।

ଏହି ସ୍ୱତନ୍ତ୍ର ଚଳଚ୍ଚିତ୍ର ପ୍ରସଙ୍ଗରେ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ରାହୁଲ ରାଓ ନିଜର ଉତ୍ସାହ ପ୍ରକାଶ କରି କହିଛନ୍ତି “ଜୀ ସାର୍ଥକ ସର୍ବଦା ଓଡ଼ିଆ ଦର୍ଶକଙ୍କ ପାଇଁ ଶ୍ରେଷ୍ଠ ଏବଂ ହୃଦୟସ୍ପର୍ଶୀ ବିଷୟବସ୍ତୁ ଆଣିବାକୁ ପ୍ରୟାସ କରିଆସିଛି। ‘ମନ ମୋର କାଗଜ ଗୁଡ଼ି’ କେବଳ ଏକ ସାଧାରଣ ପ୍ରେମ କାହାଣୀ ନୁହେଁ, ବରଂ ଏହା ସମ୍ପର୍କର ଗଭୀରତା ଓ ମଣିଷର ଭାବନାତ୍ମକ ବିକାଶକୁ ଦର୍ଶାଉଛି। ଏହାର ସୁମଧୁର ସଙ୍ଗୀତ ଏବଂ ଆକର୍ଷଣୀୟ ଦୃଶ୍ୟପଟ୍ଟ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ।”

ପ୍ରେମ, ବିରହ, ବେଦନା ଏବଂ କାହାଣୀର ଅଚାନକ ଟ୍ଵିଷ୍ଟ ଏହି ନିଆରା ଯାତ୍ରାକୁ ଉପଭୋଗ କରିବାକୁ ଦର୍ଶକେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ଜୀ ସାର୍ଥକ ମନ ମୋର କାଗଜ ଗୁଡି ରୋମାଣ୍ଟିକ ଚଳଚ୍ଚିତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କୁ ବଡ଼ ଝଟକା: ଫାଲଟା ଆସନରେ ନିର୍ବାଚନ ଲଢିବାକୁ ମନା କଲେ ଟିଏମସି ପ୍ରାର୍ଥୀ

May 19, 2026

ଆସନ୍ତାକାଲି ଦେଶବ୍ୟାପୀ ସମସ୍ତ ଔଷଧ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଏକଦିନିଆ ବନ୍ଦ ଡାକରା

May 19, 2026

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ନବୀନ ନିବାସରେ ବିଲୁଆ ଓ ଶାଳିଆପତନି, ନନ୍ଦନକାନନ ଅଧିକାରୀ କଲେ କାବୁ

May 19, 2026
Latest News

ମଇ ୨୪ ରେ ଦେଖନ୍ତୁ ରୋମାଣ୍ଟିକ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’

May 19, 2026

ମମତା ବାନାର୍ଜୀଙ୍କୁ ବଡ଼ ଝଟକା: ଫାଲଟା ଆସନରେ ନିର୍ବାଚନ ଲଢିବାକୁ ମନା କଲେ ଟିଏମସି ପ୍ରାର୍ଥୀ

May 19, 2026

ଆସନ୍ତାକାଲି ଦେଶବ୍ୟାପୀ ସମସ୍ତ ଔଷଧ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଏକଦିନିଆ ବନ୍ଦ ଡାକରା

May 19, 2026

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ନବୀନ ନିବାସରେ ବିଲୁଆ ଓ ଶାଳିଆପତନି, ନନ୍ଦନକାନନ ଅଧିକାରୀ କଲେ କାବୁ

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.